ନର୍ଲା (ଦୀପକ କୁମାର ଠାକୁର)୨/୩/୨୦୨୧ କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ଧରି ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ହୋଇରହିଲା। ଏହା ଫଳରେ ଗାଁରେ ରହୁଥିବା ଗରିବ ପିଲାଙ୍କ ପାଠପଢା ଠପ୍ ହୋଇଗଲା।ପିଲାଏ ପାଠ ପଢିବା ଭୁଲି ବିଭିନ୍ନ ପ୍ରକାର କାମଧନ୍ଦାରେ ନିୟୋଜିତ ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଲା। ଠିକ ଏହି ସମୟରେ କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ନାଗରିକ ବିକାଶ ସଂଗଠନ ଆରମ୍ଭ କରିଛି ଏକ ଅଭିନବ ଉପାୟ। ବିଭିନ୍ନ ଗ୍ରାମରେ ମୋ ଚାଟଶାଳୀ ଖୋଲି ସ୍ଵେଚ୍ଛାସେବୀ ଶିକ୍ଷକ ମାନଙ୍କୁ ନିଯୁକ୍ତି ଦେଇ ଗରିବ ପିଲାମାନଙ୍କୁ ବିଦ୍ୟାଳୟମୁଖୀ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଏଥିପାଇଁ ଲାଞ୍ଜିଗଡ଼ ବ୍ଲକର କିଡିଙ୍ଗଠାରେ ୧୧ଜଣ ସ୍ଵେଚ୍ଛାସେବୀ ଶିକ୍ଷକ ମାନଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଲାଞ୍ଜିଗଡ଼ ବ୍ଲକରେ ୫୦ ଗୋଟି ମୋ ଚାଟଶାଳୀ କେନ୍ଦ୍ର ଖୋଲିବା ପାଇଁ ନାଗରିକ ବିକାଶ ସଂଗଠନ ତରଫରୁ କଲ୍ୟାଣୀ ଦାସ ତାଲିମ ପ୍ରଦାନ କରିଛନ୍ତି। ଏହା ବହୁତ ଶିକ୍ଷଣୀୟ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ହୋଇଥିଲା। ଏଠାରେ ସୂଚନାଯୋଗ୍ୟ ଆତ୍ମଶକ୍ତି ଟ୍ରଷ୍ଟ, ଓଡ଼ିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚ ୧୭ଗୋଟି ଜିଲ୍ଲାରେ ୭୫୦୦ଟି ମୋ ଚାଟଶାଳୀ କେନ୍ଦ୍ର ଖୋଲିବା ସହ ପ୍ରାୟ ୧ ଲକ୍ଷ ପିଲାଙ୍କୁ ପାଠ ପଢ଼ାଇବାର ଯୋଜନା ହାତକୁ ନେଇଥିବାର ଜଣାଯାଏ।