ଭୁବନେଶ୍ଵର,ତା୭।୧।୨୦୨୫ରିଖ:ଆଧ୍ୟାତ୍ମିକ ଚିନ୍ତକ ତଥା ଲେଖକ ଡକ୍ଟର ଚନ୍ଦ୍ରଭାନୁ ସତପଥୀ ନାଲକୋ ପ୍ରତିଷ୍ଠା ଦିବସ ଅଭିଭାଷଣ ଶୃଙ୍ଖଳାର୨୨ତମ ସଂସ୍କରଣରେ“ନୈତିକ କର୍ପୋରେଟସ ମ୍ୟାନେଜମେଣ୍ଟ ”ବିଷୟ ଆଧାରିତ ଅଭିଭାଷଣ ପ୍ରଦାନ କରିଛନ୍ତି। ନାଲକୋର ୪୫ ତମ ପ୍ରତିଷ୍ଠା ଦିବସ ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା।
ଡକ୍ଟର ଶତପଥି ନିଜ ଅଭିଭାଷଣରେ ବୃତ୍ତିଗତ ତଥା ବ୍ୟକ୍ତିଗତ ଜୀବନରୁ ଅନୈତିକ ଅଭ୍ୟାସକୁ ସମ୍ପୂର୍ଣ୍ଣ ବିଲୋପ ଉପରେ ଗୁରୁତ୍ତ୍ୱାରୋପ କରିବା ସହ ଅଖଣ୍ଡତା, ଉତ୍ତର ଦାୟିତ୍ୱଏବଂ ସ୍ୱଚ୍ଛତା ଭଳି ନୈତିକ ଅଭ୍ୟାସଏକ ଦିର୍ଘସ୍ଥାୟୀ ବ୍ୟବସାୟ ପ୍ରତିଷ୍ଠାନ ଗଠନର ମୂଳ ଦୁଆ ବୋଲି ମତ ପ୍ରକାଶ କରିଥିଲେ।ସେ ଆହୁରି ମଧ୍ୟ କହିଥିଲେ ଯେ “ ସମସ୍ତ କାର୍ଯ୍ୟ ସାମାଜିକ, ଆଇନଗତ ଏବଂ ପରିବେଶ ସମ୍ବନ୍ଧୀୟ ଉତ୍ତର ଦାୟିତ୍ଵ ସହ ମେଳ ଖାଇବା ଆବଶ୍ୟକ”।
ସାମାଜିକ ବିକାଶ ତଥା କଲ୍ୟାଣରେ ନାଲକୋର ଭୂମିକାକୁ ପ୍ରଶଂସା କରିବା ସହ କମ୍ପାନୀର ବ୍ୟବସାୟିକ ଉପଲବ୍ଧିକୁ ମଧ୍ୟ ସେ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ନିର୍ଦ୍ଦେଶକ(ବିତ୍ତ) ଶ୍ରୀ ରମେଶ ଚନ୍ଦ୍ର ଯୋଶୀ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ନିର୍ଦ୍ଦେଶକ(ମାନବ ସମ୍ବଳ) ଡ. ତାପସ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ପଦ୍ମ ବିଭୂଷଣ ପଣ୍ଡିତ ହରି ପ୍ରସାଦ ଚୌରାସିଆଙ୍କ ଶିଷ୍ୟମାନେ ଏକ ଶାସ୍ତ୍ରୀୟ ତଥା ଭକ୍ତି ଆଧାରିତ ବଂଶୀ ବାଦନ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ।କର୍ମଚାରୀଙ୍କ ବ୍ୟତୀତ ଏହିକାର୍ଯ୍ୟକ୍ରମରେ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀ, ସରକାରୀ କର୍ମଚାରୀ ଏବଂ ଶିକ୍ଷାଅନୁଷ୍ଠାନ ମାନଙ୍କର ପ୍ରତିନିଧୀମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ।କାର୍ଯ୍ୟପାଳକ ନିର୍ଦ୍ଦେଶକ (ମାନବ ସମ୍ବଳ ଓ ପ୍ରଶାସନ) ଶ୍ରୀ ଆଶୁତୋଷ ରଥ, ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ,ନାଲକୋ ଦ୍ଵାରା୨୦୦୨ ପରଠାରୁ ଏହି ଅଭି ଭାଷଣ ଶୃଙ୍ଖଳାର ଆୟୋଜନ କରାଯାଉଛି ।