Odisha news

ନବରଙ୍ଗପୁର ଗସ୍ତରେ କୃଷିମନ୍ତ୍ରୀ : ଜିଲ୍ଲାର କୃଷି, ଉଦ୍ୟାନ କୃଷି, ଜଳ ବିଭାଜିକା, ଆଦି ବିଭାଗର ସମୀକ୍ଷା କରିବା ସହ ଖରିଫ ଚାଷ ଉପରେ ଗୁରୁତ୍ତ୍ବାରୋପ

0

ନବରଙ୍ଗପୁର ୨୬/୬ :  କୃଷି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଆଜି ଦିନିକିଆ ଗସ୍ତରେ ନବରଙ୍ଗପୁରରେ ପହଞ୍ଚିଥିଲେ। ସେ ସର୍କିଟ ହାଉସରେ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ଜିଲ୍ଲାର କୃଷି, ଉଦ୍ୟାନ କୃଷି, ଜଳ ବିଭାଜିକା, ଆଦି ବିଭାଗର ସମୀକ୍ଷା କରିବା ସହ ଖରିଫ ଚାଷ ଉପରେ ଗୁରୁତ୍ତ୍ବାରୋପ କରିଛନ୍ତି।

ଏଥିରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନହୋର ରନ୍ଧାରୀ, ଝରିଗାଁ ବିଧାୟକ ଇଂ ପ୍ରକାଶ ମାଝୀ, ଜିଲ୍ଲାପାଳ ଡ ଅଜିତ କୁମାର ମିଶ୍ର, ଏସପି ନିତିନ କୁସଲକର, ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ, ଉପ ଜିଲ୍ଲାପାଳ ଭାସ୍କର ରଈତ, ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ବ୍ରଜକିଶୋର ଲେଙ୍କା ତଥା ଅନ୍ୟାନ୍ୟ ଜିଲ୍ଲା ଅଧିକାରୀ ଉପସ୍ଥିତ ରହିଥିଲେ

Leave A Reply