Odisha news

ବାଲ୍ୟବିବାହ କୁ ରୋକିବା ନିମନ୍ତେ ଆରମ୍ଭ ହେଲା ଅନ୍ଵେଷା ଅଭିଯାନ

ନବରଙ୍ଗପୁର (କେ.ସାକିଲି ଦୋରା)—-  ଆଦିବାସୀ  ଅଧ୍ୟୁଷିତ  ନବରଙ୍ଗପୁର ଜିଲ୍ଲାର ରେ  ସଚେତନତା ର ଅଭାବରୁ ବାଲ୍ୟ ବିବାହ  ଭଳି କଳଙ୍କିତ ପ୍ରଥା  ଆଜି ମଧ୍ୟ  କାୟମ ରହିଛି । ପରମ୍ପରା ନାମରେ କିଶୋରୀ ବାଳିକା ମାନଙ୍କୁ ବିବାହ ବନ୍ଧନ ରେ ବାନ୍ଧି ଦେଇ  ଅକାଳରେ ମରଣ ମୁହଁ କୁ ଠେଲି ଦେଉଛନ୍ତି ପିତାମାତା ଓ ସମ୍ପର୍କୀୟ । ପରିପକ୍ଵ ବୟସ  ପୂର୍ବରୁ  ମାତୃତ୍ଵ ଲାଭକରି  ଅକାଳରେ ଝଡିଯାଉଛନ୍ତି  କିଶୋରୀ ବାଳିକା । ତେବେ ଜିଲ୍ଲା ରେ ଏହି ଭଳି କଳଙ୍କିତ ପ୍ରଥାର ବିଲୋପ ପାଇଁ   ଜିଲ୍ଲା ପ୍ରଶାସନ  ତରଫରୁ ତପ୍ତରତା ପ୍ରକାଶ ପାଇଛି । ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତା ରେ  ଜିଲ୍ଲା ସ୍ତରୀୟ  ଟାସ୍କ ଫୋର୍ସ ର  ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଟିତ ହେବାପରେ   ସମଗ୍ର ନବରଙ୍ଗପୁର ଜିଲ୍ଲାରେ  ବାଲ୍ୟ ବିବାହ ର  ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାପାଳ  ଡଃ ମିଶ୍ର  ଆରମ୍ଭ କରିଛନ୍ତି  ଅନ୍ଵେଷା ଅଭିଯାନ ।  ସମସ୍ତ କିଶୋରୀ ମାନଙ୍କ  ମଧରେ ଅନେକ ପ୍ରତିଭା ଲୁଚି ରହିଛି । କମ ବୟସରେ ବିବାହ ବନ୍ଧନ ରେ ନ ବାନ୍ଧି ପିତା ମାତା ଓ ସଂପ୍ରଦାୟକୁ   ବୁଝାଇ  କିଶୋରୀ ମାନଙ୍କର  ପ୍ରତିଭାକୁ  ବିକଶିତ କରିବା  ହେଉଛି  ଅନ୍ଵେଷା ଅଭିଯାନ ର ମୂଳ ଉଦେଶ୍ୟ । ଜିଲ୍ଲାର ସମସ୍ତ ବିଭାଗ ଗୁଡିକରେ କିଶୋରୀ ମାନଙ୍କ ନିମନ୍ତେ  ଉଦ୍ଧିଷ୍ଟ କାର୍ଯ୍ୟକ୍ରମ ଗୁଡିକୁ  ତ୍ବରାନିତ୍ଵ କରିବା  ବିଶେଷ କରି  କିଶୋର କିଶୋରୀ ମାନେ  ନିୟମିତ ସ୍କୁଲ କୁ ଯାଇ ପାଠ ପଢିବା , ବୈଷୟିକ ଶିକ୍ଷାରେ କିଶୋର କିଶୋରୀ ମାନଙ୍କୁ ସାମିଲ  କରିବା , ଅଙ୍ଗନୱାଡି ସ୍ତରରେ  ଅଦ୍ଵବିକା ଯୋଜନାରେ କିଶୋର କିଶୋରୀ ମାନଙ୍କୁ ସାମିଲି କରି ସେମାଙ୍କୁ ଜୀବନ ଶୈଳି ର ଶିକ୍ଷା ଦେବା ସହିତ ତାଙ୍କର ନେତୃତ୍ଵ ବୃଦ୍ଧି ଆଦି  ଏହି ଅନ୍ଵେଷା ଅଭିଯାନ ଜରିଆରେ ଆଗାମୀ ଦିନରେ କାର୍ଯ୍ୟ କରାଯିବ ବୋଲି ଲକ୍ଷ ରଖାଯାଇଛି ।
ଏଥି ସହିତ ନବରଙ୍ଗପୁର ଜିଲ୍ଲାରେ  କାର୍ଯ୍ୟରତ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ସରପଞ୍ଚ   ମାନଙ୍କୁ ସାମିଲ  କରାଇ ପ୍ରଶାସନ ତରଫରୁ  ପ୍ରତ୍ଯେକ  ଗ୍ରାମ ଓ ପୌରାଞ୍ଚଳ ରେ ବାଲ୍ୟବିବାହକୁ  ରୋକିବା ଦିଗରେ ବ୍ୟାପକ ଜନ ସଚେତନତା  ସୃଷ୍ଠି କରିବା ସହିତ, ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷଣା  ପାଇଁ  ଜିଲ୍ଲାପାଳ  ଡଃ ମିଶ୍ର  ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି ଓ ସମାଜ କଲ୍ଯାଣ ବିଭାଗ କୁ  ନିର୍ଦେଶ ଦେଇଛନ୍ତି ।  ସେହିପରି  ଜିଲ୍ଲାପାଳ  ଡଃ ମିଶ୍ର  ଉଦ୍ୟମ କ୍ରମେ ଜିଲ୍ଲା ସମାଜ କଲ୍ଯାଣ ବିଭାଗ , ଶିଶୁ ସୁରକ୍ଷା ୟୁନିଟି  ଓ ଚାଇଲ୍ଡ ଲାଇନ ର  ମିଳିତ ସହଯୋଗରେ   ଚଳିତ ବର୍ଷ  ଜିଲ୍ଲାରେ ମୋଟ ୧୧୬ ଟି ବାଲ୍ୟ ବିବାହ କୁ ରୋକାଯାଇ ପାରିଛି  । ସେଥି ମଧ୍ୟରୁ   ଉମରକୋଟ ବ୍ଲକ ରେ ସର୍ବାଧିକ ୫୩ ଟି , ରାଇଘର  ବ୍ଲକ ରେ ୨୪ ଟି ,ଚନ୍ଦାହାଣ୍ଡି ବ୍ଲକ ରେ ୩ଟି ,ଝରିଗାଁ ବ୍ଲକ ରେ ୧୫ଟି , ଡାବୁଗାଁ  ବ୍ଲକ ରେ  ୪ଟି , ପାପଡାହାଣ୍ଡି ବ୍ଲକ ରେ ୫ଟି , କୋଷାଗୁମୁଡା ବ୍ଲକରେ ୩ଟି , ନବରଙ୍ଗପୁର ବ୍ଲକରେ ୩ଟି  ,ତେନ୍ତୁଳିଖୁଣ୍ଟି ବ୍ଲକରେ ୩ଟି  ଏବଂ ନନ୍ଦାହାଣ୍ଡି ବ୍ଲକ -୩  ଟି ଅଟେ । ପ୍ରକାଶ ଥାଉକି ଜିଲ୍ଲା ସମାଜ କଲ୍ଯାଣ ବିଭାଗ , ଶିଶୁ ସୁରକ୍ଷା ୟୁନିଟି ,  ୟୁନିସେଫ ଓ ଆକ୍ସନଏଡ ସଂସ୍ଥା ର ମିଳିତ ପ୍ରୟାସ ରେ ଏକ  ଯୋଜନା ବଦ୍ଧ କାର୍ଯ୍ୟକ୍ରମ   ପ୍ରସ୍ତୁତି   କରାଯାଇ  ବାଲ୍ୟବିବାହ କୁ ବନ୍ଦ କରାଯାଇବା ନିମନ୍ତେ   ପ୍ରୟାସ ଜାରି ରହିଛି ।
IEC 2 years

Comments are closed.