ଆୟୁର୍ବେଦ ଅନୁସାରେ କର୍ପୁର କେବଳ ପୂଜାରେ ବ୍ୟବହାର କରାଯାଏ ନାହିଁ, ଏହା ଏକ ଯନ୍ତ୍ରଣା ନିବାରକ ଔଷଧ ଭଳି ମଧ୍ୟ କାର୍ଯ୍ୟ କରିଥାଏ । ସୋରିଷ ତେଲରେ ଆଣ୍ଟି ବ୍ୟାକ୍ଟେରିଆ, ଆଣ୍ଟି ଫଙ୍ଗଲ , ଆଣ୍ଟି ଇନ୍ଫ୍ଲାମେଟରୀ, ଫ୍ୟାଟି ଏସିଡ ରହିଛି । କର୍ପୁର ମଧ୍ୟରେ ଆଣ୍ଟି ଫଙ୍ଗଲ୍ ଗୁଣ ଭରପୁର ମାତ୍ରାରେ ରହିଛି । ଗବେଷକ ମାନଙ୍କ ମତରେ ଏହି ଦୁଇଟି ଜିନିଷକୁ ମିଶାଇ ବ୍ୟବହାର କରିବା ଦ୍ୱାରା ବିଭିନ୍ନ ପ୍ରକାରର ଯନ୍ତ୍ରଣା ରୁ ଦୂରେଇ ରହିବା।
* ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ପାଇଁ ରାମ ବାଣ:-
ଆଜିକାଲି ପ୍ରତି ଆୟୁ ବର୍ଗର ଲୋକଙ୍କ ନିକଟରେ ଆଣ୍ଠୁ ଗଣ୍ଠି ସମସ୍ୟା ଦେଖିବାକୁ ମିଳୁଛି । କର୍ପୁର ଓ ସୋରିଷ ତେଲକୁ ଉଷୁମ୍ କରି ନିୟମିତ ମାଲିଶ୍ କରିବା ଦ୍ୱାରା ଯନ୍ତ୍ରଣା ରୁ ଉପଶମ ମିଳିଥାଏ। ଯେତେ ପୁରୁଣା ହାଡ ରୋଗ ସମସ୍ୟା ହେଲେ ମଧ୍ୟ ଆରାମ ଦେଇଥାଏ।
* କେଶ ଝଡ଼ିବା ବନ୍ଦ ହୋଇଥାଏ –
କେଶ ଝଡ଼ିବା ଆଜିକାଲିର ଗୋଟିଏ ବଡ଼ ସମସ୍ୟା। ପ୍ରାୟ ଉଭୟ ପୁରୁଷ ଓ ମହିଳା ଙ୍କ ନିକଟରେ ଏହା ଦେଖିବାକୁ ମିଳୁଛି। ଏପରି ସ୍ଥିତିରେ ସୋରିଷ ତେଲରେ କର୍ପୁର ମିଶାଇ ନିୟମିତ କେଶ୍ ମୂଳରେ ମାଲିସ କରି ଉଷୁମ୍ ପାଣି ରେ ଧୋଇବା ଦ୍ୱାରା କେଶ୍ ଝଡ଼ିବା ସମସ୍ୟା ଦୂର ହୋଇଥାଏ।
* ତ୍ଵଚା ପାଇଁ ହିତକର :-
ଶରୀରରେ ଯେ କୌଣସି ପ୍ରକାର ର ଚର୍ମ ଜନିତ ସମସ୍ୟା ହୋଇଥାଏ ତାହାକୁ ଦୁର କରିଥାଏ ସୋରିଷ ତେଲ ଓ କର୍ପୁର । ଯେପରିକି କୁଣ୍ଡିଆ, ବ୍ରଣ, ଦାଗ ଇତ୍ୟାଦି ଠାରୁ ଚର୍ମ କୁ ଦୂରେଇ ରଖିଥାଏ ଓ ତ୍ଵଚା ରେ ଉଜ୍ଜଳତା ବଢାଇ ଥାଏ।
* ଅଣ୍ଟା ଓ ପିଠି ଯନ୍ତ୍ରଣା ପାଇଁ:-
ଦୀର୍ଘ ସମୟ ଧରି ଅଫିସ ରେ କାର୍ଯ୍ୟ କରିବା ଦ୍ୱାରା ପିଠି ଓ ଅଣ୍ଟାରେ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ। ତେଣୁ ସୋରିଷ ତେଲ ଓ କର୍ପୁର ମାଲିଶ୍ କରିବା ଦ୍ୱାରା ଯନ୍ତ୍ରଣା ଦୂରେଇ ଯାଇଥାଏ ।