Odisha news

ଧନପ୍ରାପ୍ତି ପାଇଁ ରବିବାର ଦିନ ପାଠ କରନ୍ତୁ କୁବେର ମନ୍ତ୍ର : ଧନ,ଜନ,ଗୋପ ଓ ଲକ୍ଷ୍ମୀ ପ୍ରାପ୍ତି ହୋଇଥାଏ

0

କୁବେର ଙ୍କୁ ଧନର ଦେବତା ବୋଲି କୁହାଯାଇ ଥାଏ l ଦୀପାବଳି ରେ ମାତା ଲକ୍ଷ୍ମୀଙ୍କ ସହିତ କୁବେରଙ୍କ ର ପୂଜା କରାଯାଇ ଥାଏ l ଅଧିକାଂଶ ସମୟ ରେ ଏପରି ହୋଇଥାଏ ଯେ ଆମେ କଠିନ ପରିଶ୍ରମ ଓ ଚେଷ୍ଟା କରି ମଧ୍ୟ ବ୍ୟବସାୟ ରେ ସଫଳ ହୋଇ ପାରି ନଥାଉ l ଯେଉଁ କାରଣରୁ ଜୀବନ ରେ ଦୁଃଖର ସମସ୍ୟା ଦେଖା ଦେଇଥାଏ l  ମାନ୍ୟତା ରହିଛି ଯେ ଯଦି ବ୍ୟକ୍ତି ଏପରି ସ୍ଥିତିର ସମୁଖୀନ ହେଉଛି ତେବେ ରବିବାର ଦିନ କୁବେର ମନ୍ତ୍ର ନିହାତି ପାଠ କରିବା ଆବଶ୍ୟକ l ଏହାଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ l

ମନ୍ତ୍ର :-
‘ ଓଁ ୟକ୍ଷାୟ କୁବେରାୟ ବୈଶ୍ରବଣାୟ ଧନଧାନ୍ୟାଧିପତେୟେ , ଧନ ଧାନ୍ୟ ସମୃଦ୍ଧି ମେ ଦେହି ଦାପୟା ସ୍ୱାହା l ‘

ମନ୍ତ୍ର ଜପ କରିବାର ବିଧି :-
ଏହି ମନ୍ତ୍ରକୁ ଜପ କରିବା ସମୟରେ ଦକ୍ଷିଣ ଦିଗକୁ ମୁଖକରି ୧୦୮ ଥର ଜପ କରିବା ଉଚିତ l ମନ୍ତ୍ର ଜପ କରିବା ସମୟରେ ଲକ୍ଷ୍ମୀଙ୍କ କଉଡ଼ି ନିଜ ପାଖରେ ନିହାତି ରଖିବା ଉଚିତ l ମାନ୍ୟତା ନୁସରେ ରବିବାର ବ୍ୟତୀତ ଅନ୍ୟଦିନ ମଧ୍ୟ ଏହି ମନ୍ତ୍ରକୁ ଜପ କରି ପାରିବେ l

ଅଷ୍ଟେଲକ୍ଷ୍ମୀ କୁବେର ମନ୍ତ୍ର :-
ଏହି ମନ୍ତ୍ରଟି ମାତା ଲକ୍ଷ୍ମୀ ଓ କୁବେରଙ୍କ ସମର୍ପିତ l ମାନ୍ୟତା ରହିଛି ଯେ ଯେଉଁ ବ୍ୟକ୍ତି ଏହି ମନ୍ତ୍ରକୁ ଜପ କରିଥାଏ ତାର ସମସ୍ତ କଷ୍ଟ ଦୂର ହୋଇଯାଇ ଥାଏ l ଏହି ମନ୍ତ୍ରକୁ ଜପ କଲେ ଐଶ୍ୱର୍ଯ୍ୟ, ପଦ , ପ୍ରତିଷ୍ଠା ଲାଭ ହୋଇଥାଏ l
‘ ଓଂ ହିଂ ଶ୍ରୀଙ୍ଗ କ୍ରିଙ୍ଗ କୁବେରାୟ ଅଷ୍ଟ ଲକ୍ଷ୍ମୀ ମମ ଗୃହେ ଧନଂ ଦେହୀ l ‘

ଧନ ପ୍ରାପ୍ତି କୁବେର ମନ୍ତ୍ର :-
ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା ବ୍ୟକ୍ତି ସମସ୍ତ ଭୌତିକ ସୁଖ ପ୍ରାପ୍ତ କରିଥାଏ l ଯଦି ଆପଣ ନିୟମିତ ଏହି ମନ୍ତ୍ରକୁ ଜପ କରିବେ ଧନ ସମ୍ବନ୍ଧୀୟ ସମସ୍ତ ଅସୁବିଧା ଦୂର ହେବ l
‘ ଓଂ ଶ୍ରୀଙ୍ଗ ହୃଙ୍ଗ କ୍ଳିଙ୍ଗ ବିତେସ୍ଵରାୟ ନମଃ l ‘

Leave A Reply