Odisha news

ବହୁତ୍ ପ୍ରଭାବଶାଳୀ ଅଟେ ଏହି ରୁଦ୍ରାକ୍ଷ , ସୋମବାର ରେ ଧାରଣ କରିବା ଦ୍ୱାରା ଦୂର ହୋଇଥାଏ ଏହିସବୁ ସମସ୍ୟା

0
ସୋମବାର ଦିନ ମହାଦେବ ଙ୍କ ପୂଜା କରିବା ସହିତ ରୁଦ୍ରାକ୍ଷ ଯଦି ପୂଜା କରାଯାଏ ତେବେ ଖୁବ୍ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ । ଯଦି ଆପଣ ସୋମବାର ଦିନ ୧୦ ମୁଖୀ ରୁଦ୍ରାକ୍ଷ କୁ ଦୁଗ୍ଧ ଏବଂ ପଞ୍ଚାମୃତ ରେ ଧୋଇ ଚନ୍ଦନ ଲଗାଇ ମହାଦେବ ଙ୍କୁ ଅର୍ପଣ କରି ଧାରଣ କରିବା ଦ୍ୱାରା ଜୀବନ ର ବିଭିନ୍ନ ସମସ୍ୟା ଦୂର ହୋଇଥାଏ । ଆସନ୍ତୁ ଜାଣିବା ସମସ୍ୟା ଗୁଡ଼ିକ କଣ।
– ଶ୍ରୀମଦ୍ ଦେବୀ ଭାଗବତ ପୁରାଣ ଅନୁସାରେ ଦଶ ମୂଖି ରୁଦ୍ରାକ୍ଷ କୁ ଭଗବାନ୍ ବିଷ୍ଣୁ ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ମାନ୍ୟତା ରହିଛି ଯେ ଏହାକୁ ଧାରଣ କରୁଥିବା ବ୍ୟକ୍ତି ଉପରେ କୌଣସି ଖରାପ୍ ଶକ୍ତିର ପ୍ରଭାବ ପଡ଼ି ନଥାଏ ।
– ଅଶାନ୍ତ ଗ୍ରହ କୁ ଶାନ୍ତ କରିବା ସହିତ ଅଶୁଭ ଦୋଷ କୁ ଦୁର କରିଥାଏ ୧୦ ମୁଖୀ ରୁଦ୍ରାକ୍ଷ । ଧର୍ମ ଗ୍ରନ୍ଥ ଆଧାରରେ ଏଥିରେ ନବଗ୍ରହ କୁ ଶାନ୍ତ କରିବାର ଶକ୍ତି ରହିଥାଏ । ଯାହା ମନକୁ ଶାନ୍ତି ଦେଇଥାଏ ।
– କୁହାଯାଏ ଯେ ଯେଉଁ ଲୋକଙ୍କ କୁଣ୍ଡଳୀ ରେ ଶନି ଅଶୁଭ ସ୍ଥିତି ରେ ବିରାଜମାନ କରି ଥାଆନ୍ତି ସେମାନେ ୧୦ ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଆବଶ୍ୟକ । ଏହାକୁ ଧାରଣ କଲେ ଶନି ଦେବ ଙ୍କ ଆଶୀର୍ବାଦ ଲାଭ ହୋଇଥାଏ ।
– ଯଦି ଜମିବାଡ଼ି ସମ୍ପର୍କିତ କୌଣସି ବିବାଦ ରେ ଆପଣ ଚିନ୍ତିତ ରହୁଛନ୍ତି ତେବେ ୧୦ମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ । ଏହା ସଫଳତା ଦେଇଥାଏ ।
– ଶାସ୍ତ୍ର ଅନୁସାରେ ୧୦ ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ଦଶ ଦିଗର ସ୍ବାମୀ ଓ ଦଶ ମହାବିଦ୍ୟା ର ଆଶିଷ ମିଳିଥାଏ ।
– ଶାସ୍ତ୍ର ଅନୁସାରେ ଘରର ବାସ୍ତୁ ଦୋଷ ଦୁର କରିବା ପାଇଁ ସ୍ଫଟିକ ମଣି ଙ୍କ ସହିତ ୧୦ ମୁଖୀ ରୁଦ୍ରାକ୍ଷ କୁ ଟାଙ୍ଗୀବା ଦ୍ଵାରା ଘରର ନକାରାତ୍ମକ ଶକ୍ତି ଦୂର ହୋଇଥାଏ ।
– ଆତ୍ମ ବିଶ୍ବାସ ବଢ଼ାଇବା ସହିତ ମନରୁ ଭୟ ଦୁର କରିଥାଏ ୧୦ମୁଖୀ ରୁଦ୍ରାକ୍ଷ ।
Leave A Reply