Odisha news

ଯଦି ଆପଣ ନିୟମିତ ମୋମୋ ଖାଇବାର ସଉକ ରଖୁଛନ୍ତି ତେବେ ହୋଇ ଯାଆନ୍ତୁ ସାବଧାନ, ହୋଇ ପାରନ୍ତି ଏହି ଅସୁବିଧାର ସମୁଖୀନ

0

ଆଜିକାଲି ର ଫାଷ୍ଟ ଫୁଡ ଖାଇବାର ସଉକ ରଖୁଛନ୍ତି ସେଥି ମଧ୍ୟରୁ ଗୋଟିଏ ହେଲା ମୋମୋ ଯାହା ପ୍ରାୟ ସମସ୍ତଙ୍କର ପ୍ରିୟ l ତେଣୁ ପ୍ରାୟ ମୋମୋ ର ଚାହିଦା ସବୁ ଜାଗାରେ ଦେଖା ଯାଉଛି l ଆପଣ ହୁଏ ତ ଜାଣି ନଥିବେ ଯେ ମୋମୋ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ହାନିକାରକ ହୋଇଥାଏ l ଆମ ଭାରତୀୟ ବଜାରରେ ମୋମୋ ଖୁବ କମ ଦରରେ ଓ ସହଜ ରେ ମିଳି ଯାଇଥାଏ l ମୋମୋ ବିଭିନ୍ନ ପ୍ରକାରର ମିଳିଥାଏ, ଯେପରିକି ଭେଜ ମୋମୋ, ପନିର ମୋମୋ , ନନଭେଜ ମୋମୋ ଇତ୍ୟାଦି ତା ସହିତ ମୋମୋ କୁ ଫ୍ରାଏ କରିମଧ୍ୟ ଖିଆ ଯାଇଥାଏ l

* ମୋମୋ ରେ ଅନେକ ଗୁଡିଏ ମସଲା ଯୁକ୍ତ ଚଟଣି ବ୍ୟବହୃତ ହୋଇଥାଏ, ଯାହାକି ଶରୀର ପାଇଁ କ୍ଷତିକାରକ ହୋଇଥାଏ l ଏହି ଚଟଣି ତୁରନ୍ତ କ୍ଷତିକାରକ ହୋଇ ନଥାଏ କିନ୍ତୁ ପରେ ଏହା ଗ୍ୟାସ୍ଟ୍ରିକ,ଏସିଡ଼ିଟି ଓ ବଦ ହଜମି ର କାରଣ ହୋଇଥାଏ l

* ମୋମୋ ର ସ୍ୱାଦ ପାଇଁ ଏଥିରେ ମୋନୋ ସୋଡିୟମ ଗ୍ଲୁଟାମେଟ ମିଶା ଯାଇଥାଏ, ଯାହାକୁ ଆମେ ସାଧାରଣ ଭାବରେ ଅଜିନୋ ମୋଟ ବା ଚାଇନା ସ୍ଲଟ କହିଥାଉ l ଏହା ଓଜନ ବୃଦ୍ଧି ର ଗୋଟିଏ କାରଣ ଅଟେ l

* ଏହା ଶରୀରକୁ ଯଦି ନିୟମିତ ଭାବରେ ଯାଇଥାଏ ତେବେ ନର୍ଭ ଡ଼ିସ ଅର୍ଡର, ଅଧିକ ପରିମାଣରେ ଝାଳ ନିର୍ଗତ, ଛାତି ରେ ଯନ୍ତ୍ରଣା ଓ ବାନ୍ତି ଇତ୍ୟାଦି ସମସ୍ୟା ଦେଖା ଯାଇଥାଏ l

* ଅଜିନୋ ମୋଟୋ ହୃତସ୍ପନ୍ଦନ କୁ ବୃଦ୍ଧି କରିଥାଏ l ଯାହାଦ୍ୱାରା ହାର୍ଟ ପାଇଁ ବଡ଼ ସମସ୍ୟା ଆସିପାରେ l

* ମୋମୋ ମଇଦା ରେ ପ୍ରସ୍ତୁତ ହୋଇଥାଏ l ମଇଦା ଓଜନ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ l ତେଣୁ ନିୟମିତ ମୋମୋ ଖାଇବା ଠିକ ନୁହେଁ l

Leave A Reply