Odisha news

କୋସି ସେତୁ ସମେତ ୧୨ଟି ରେଳ ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

0

ନୂଆଦିଳ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ​‌ମୋଦି ଆଜି ବିହାରରେ କୋସି ରେଳ ମାର୍ଗ ବ୍ରିଜକୁ ଉଦଘାଟନ କରି ରାଜ୍ୟକୁ ଉତ୍ସର୍ଗ କରିଛନ୍ତି। ପିଏମ ମୋଦି ଭିଡିଓ କନଫରେନ୍ସିଂ ଜରିଆ​ରେ ବ୍ରିଜର ଉଦଘାଟନ କରିଛନ୍ତି। ତେବେ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମୋଦି ରାଜ୍ୟକୁ ଅନେକ ପ୍ରକଳ୍ପ ଦେଉଛନ୍ତି। ନୂଆ ରେଳ ଲାଇନ ଓ ବିଦ୍ୟୁତିକରଣ ପ୍ରକଳ୍ପର ଉଦଘାଟନ ମଧ୍ୟ କରିଛନ୍ତି। କାର୍ଯ୍ୟକ୍ରମ ଶେଷ ହେବା ପୂର୍ବରୁ ପିଏମ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ହିଁ ବିହାର ଲୋକଙ୍କୁ ସମ୍ବୋଧନ କରିଛନ୍ତି।

ତେବେ ଆଜି ଏହା ସହ ମୋଦି ୧୨ଟି ରେଳ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଛନ୍ତି। ମୋଦି କହିଛନ୍ତି ‘ରେଳ ଯୋଗାଯୋଗ କ୍ଷେତ୍ରରେ ଆଜି ନୂଆ ଇତିହାସ ସୃଷ୍ଟି ହୋଇଛି। କୋସି ମହାସେତୁ ଓ କିଓଲ ବ୍ରିଜ୍ ସହ ବିହାରରେ ରେଳ ଯାତାୟାତ, ରେଲଓ୍ବେରେ ମେକ ଇନ ଇଣ୍ଡିଆକୁ ଅଗ୍ରାଧିକାର ଦେବା, ନୂତନ ନିଯୁକ୍ତି ସୃଷ୍ଟି ସହ ବହୁ ପ୍ରକଳ୍ପର ଆଜି ଲୋକାର୍ପଣ ଓ ଶୁଭାରମ୍ଭ ହୋଇଛି। ବହୁ ବର୍ଷ ତଳେ ଭୀଷଣ ଭୂକମ୍ପ ଯୋଗୁ ମିଥିଳା ଓ କୋସି କ୍ଷେତ୍ର ଅଲଗା ହୋଇଥିଲା। କରୋନା କାଳରେ ଏ ଅଞ୍ଚଳ ପୁଣି ଯୋଡି ହୋଇ ଯାଇଛି।’

Leave A Reply