ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ତୃତୀୟ ପାଳିରେ ଓଡ଼ିଶାକୁ ଗୁରୁତ୍ବ ଦେଇଛନ୍ତି। ସେ ନିଜ କ୍ୟାବିନେଟ୍ ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ ତିନି ଜଣଙ୍କୁ ସ୍ଥାନ ଦେଇଛନ୍ତି। ଏଥିରେ ଅଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଓ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ତିନି ଜଣ ସାଂସଦଙ୍କୁ ଶପଥ ପାଠ କରାଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ମୋଦୀଙ୍କ କ୍ୟାବିନେଟରେ ସ୍ଥାନ ପାଇଥିବା ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି।
ମୋଦୀଙ୍କ ତୃତୀୟ ପାଳିରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ରାଜନାଥ ସିଂହ, ଅମିତ ଶାହ, ନିତିନ ଗଡ଼କରୀ, ଜଗତ ପ୍ରକାଶ ନଡ୍ଡା, ଶିବରାଜ ସିଂହ ଚୌହାନ, ନିର୍ମଳା ସୀତାରମଣ, ଡ. ସୁବ୍ରମଣ୍ୟମ୍ ଜୟଶଙ୍କର, ମନୋହର ଲାଲ ଖଟ୍ଟର, ଏଚ୍ଡି କୁମାର ସ୍ବାମୀ, ପୀୟୂଷ ଗୋୟଲ, ଜୀତନ ରାମ ମାଂଝୀ, ରାଜୀବ ରଂଜନ ସିଂହ (ଲଲନ ସିଂହ), ସର୍ବାନନ୍ଦ ସୋନୱାଲ, ଧୀରେନ୍ଦ୍ର କୁମାର, କେ ରାମ ମୋହନ ନାଇଡୁ, ପ୍ରହ୍ଲାଦ ଯୋଶୀ, ଗିରିରାଜ ସିଂହ, ଜ୍ୟୋତିରାଦିତ୍ୟ ମାଧବରାଓ, ଭୁପେନ୍ଦ୍ର ଯାଦବ ସିନ୍ଧିଆ, ଗଜେନ୍ଦ୍ର ସିଂହ ଶେଖାୱତ୍, ଅନ୍ନପୂର୍ଣ୍ଣା ଦେବୀ, କିରଣ ରିଜିଜୁ, ହରଦୀପ ସିଂହ ପୁରୀ, ମନସୁଖ ମାଣ୍ଡଭୀୟ, ଗଙ୍ଗାପୁରମ କିଶନ ରେଡ୍ଡୀ, ଚିରାଗ ପାସୱାନ, ସି ଆର ପାଟିଲ ପ୍ରମୁଖ ଶପଥ ଗ୍ରହଣ କରିଛନ୍ତି।
ସେହିପରି ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ) ଭାବେ ଇନ୍ଦ୍ରଜିତ ସିଂହ ଶପଥ ଗ୍ରହଣ କରିଛନ୍ତି। ସେହିପରି ରାଜ୍ୟମନ୍ତ୍ରୀ ଭାବେ ଜିତେନ୍ଦ୍ର ସିଂହ, ଅର୍ଜୁନ ରାମ ମେଘୱାଲ, ଗଣପତ ରାଓ ଯାଦବ, ଜୟନ୍ତ ଚୌଧୁରୀ, ଜିତେନ୍ଦ୍ର ପ୍ରସାଦ, ଶ୍ରୀପଦ ନାଏକ, ପଙ୍କଜ ଚୌଧୁରୀ, କୃଷ୍ଣ ପାଲ, ରାମଦାସ ଅଠାୱଲେ, ରାମନାଥ ଠାକୁର, ନିତ୍ୟାନନ୍ଦ ରାୟ, ଅନୁପ୍ରିୟା ପଟେଲ, ବି ସୋମନ୍ନା, ଚନ୍ଦ୍ରଶେଖର ପେମାସାନି, ଏସ୍ ପି ସିଂହ ବଘେଲ, ଶୋଭା କନ୍ଦରଲାଜେ, କୀର୍ତ୍ତିବର୍ଦ୍ଧନ ସିଂହ, ବିଏଲ୍ ବର୍ମା, ଶାନ୍ତନୁ ଠାକୁର, ସୁରେଶ ଗୋପୀ, ଏଲ୍ ମୁରୁଗନ୍, ଅଜୟ ଟମ୍ଟା, ବଣ୍ଡୀ ସଂଜୟ କୁମାର, କମଲେଶ ପାସୱାନ୍, ଭାଗିରଥ ଚୌଧୁରୀ, ସତୀଶ ଚନ୍ଦ୍ର ଦୁବେ, ସଂଜୟ ସେଠ୍, ରୱନିତ ସିଂହ ବିଟୁ, ଦୁର୍ଗାଦାସ ଉଇକେ, ରକ୍ଷା ଖଡ୍ସେ, ରଖାନିଖିଲ ଖଡ୍ସେ, ସୁକାନ୍ତ ମଜୁମଦାର, ସାବିତ୍ରୀ ଠାକୁର, ତୋଖନ ସାହୁ, ରାଜଭୂଷଣ ଚୌଧୁରୀ, ଭୂପତି ରାଜୁ ଶ୍ରୀନିବାସ ଶର୍ମା, ହର୍ଷ ମଲହୋତ୍ରା, ନିମୁବେନ୍ ବମ୍ଭାନିଆ, ମୁରଲୀଧର ମୋହଲ, ଜର୍ଜ କୁରିୟନ୍, ପବିତ୍ର ମାର୍ଗାରିଟା ପ୍ରମୁଖ ଶପଥ ଗ୍ରହଣ କରିଛନ୍ତି।