Odisha news

ଆପଣ ଜାଣନ୍ତିକି : ମୋବାଇଲ ଫୋନ ମଧ୍ୟ ଆପଣଙ୍କୁ କରିପାରେ ସଂକ୍ରମିତ

0

ମହାମାରୀ ଆମକୁ କିଛି ଭଲ ଅଭ୍ୟସ କରାଇ ଦେଇଛି ଯେପରି କି ହାତ ଧୋଇବା ଓ କାଶ ହେବ ସମୟରେ ନାକ ଓ ମୁହଁକୁ ଢାଙ୍କିବା l ସଂକ୍ରମରର ଭୟରେ ନିଜକୁ ରକ୍ଷା କରିବା ପାଇଁ ଯେକୌଣସି ଜିନିଷକୁ ଛୁଇଁବା ପରେ ହାତକୁ ସଫା କରିବା ଇତ୍ୟାଦିକୁ ନେଇ ଆମେ ସଚେତନ ହେଇ ଯାଇଛୁ l ତାସାହିତ ଆମେ ଘରର ସଫା ସଫି ଆଗ ଅପେକ୍ଷା ଅଧିକ ରଖୁଛୁ l କିନ୍ତୁ ବେଳେ ବେଳେ ଆମେ ନିଜ ଫୋନର ସ୍କ୍ରିନକୁ ସଫା କରିବା ପାଇଁ ଭୁଲି ଯାଇଥାଉ l

ପାଇଖାନା ପ୍ୟାନ ଠାରୁ ଫୋନରେ ଅଧିକ ବ୍ୟାକ୍ଟେରିଆ ରହିଛନ୍ତି –

ଆଜି କଲି ଦୁନିଆରେ ପାଖାପାଖି ଗୋଟିଏ ଲୋକ ୯୬ ଥର ନିଜ ଫୋନ ଚେକ୍ କରିଥାଏ l କେବଳ ମୋବାଇଲ ନୁହେଁ ତା ସହିତ ଅନ୍ୟ ଜିନିଷକୁ ମଧ୍ୟ ନିଜ ହାତରେ ଛୁଇଁ ଥାଏ ଯେପରି କି ସଉଦା ବ୍ୟାଗ ,କ୍ଷୀର ପ୍ୟାକେଟ ,ପାରିବ ବ୍ୟାଗ ଇତ୍ୟାଦି l ଯେଉଁଥିରେ ହଜାର ହଜାର ସଂଖ୍ୟାରେ ବ୍ୟାକ୍ଟେରିଆ ରହି ଥାନ୍ତି l ଯେତେବେଳେ ଆପଣ ନିଜର ଅସନ ହାତରେ ଫୋନ ଛୁଇଁ ଥାନ୍ତି ସେତେବେଳେ ଏହି ବ୍ୟାକ୍ଟେରିଆ ଗୁଡିକ ଆପଣଙ୍କ ଫୋନକୁ ଆସିଥାନ୍ତି l ଏହି ଫୋନକୁ ଯେତେବେଳେ ଆପଣ ନିଜ କାନ ଓ ପାଟି ସଂସ୍ପର୍ଶରେ ଆସିଥାଏ ,ସେତେବେଳେ ଅଲଗା ପ୍ରକାରର ଜୀବାଣୁ ସ୍କ୍ରିନ ସହିତ ଲାଗି ଯାନ୍ତି ଯାହାଦ୍ୱାରା ଆପଣ ରୋଗ ଗ୍ରସ୍ତ ହୁଅନ୍ତି l

ଆପଣଙ୍କ ମୋବାଇଲ କେତେ ସଫା –

ଏହା କହିବା ଭୁଲ ହେବନାହିଁ ଯେ ସବୁଠାରୁ ଅଧିକ ଆପଣଙ୍କ ଫୋନ ଅସନା ,ଯାହା ଆପଣଙ୍କର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଅଟେ l ୨୦୧୭ ରେ ଏରିଜୋନା ୟୁନିଭର୍ସିଟି ର ଏକ ଗବେଷଣା ଅନୁସାରେ ସେଲ ଫୋନ ଟୟଲେଟ ସିଟ ଠାରୁ ମଧ୍ୟ ୧୦ ଗୁଣ ଅଧିକ ବ୍ୟାକ୍ଟେରିଆ ଯୁକ୍ତ l ଏହା ଏଥିପାଇଁ ହୋଇଥାଏ କାରଣ ଅଧିକାଂଶ ଲୋକ ଫୋନକୁ ସଫା କରିବା ପାଇଁ ଭୁଲି ଯାନ୍ତି l ତେଣୁ ଫୋନ କୁ ବାରମ୍ବାର ସଫା କରିବା ନିହାତି ଆବଶ୍ୟକ l

ଫୋନ୍ କୁ କେତେ ଥର ସଫା ରଖିବେ –

ଦିନକୁ ଅନେକ ଥର ଫୋନକୁ ସଫା କରିବା ଆବଶ୍ୟକ l ଯଦି ଆପଣ ହାତକୁ ଅନେକ ଥର ଧୋଉଛନ୍ତି ତେବେ ଦିନକୁ ୨ଥର ସଫା କରିବା ଆବଶ୍ୟକ l ଯଦି ଆପଣଙ୍କ ପାଖରେ ରହୁଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ କାହାକୁ ବି ଥଣ୍ଡା କାଶ ହୋଇଛି ତେବେ ଦିନକୁ ପାଞ୍ଚଥର ସଫା କରିବା ଆବଶ୍ୟକ l

କିପରି ସଫା କରିବେ ଫୋନ -ନିଜ ଫୋନ୍ କୁ ସଫା କରିବା ପାଇଁ ଆଲକୋହଲ ଯୁକ୍ତ ସାନିଟାଇଜର ବ୍ୟବହାର କରିବା ଉଚିତ ହେବ l ଆପଣ ତୁଳା ସାହାଯ୍ୟରେ ପୋଛି ଫୋନକୁ ସଫା କରନ୍ତୁ ଲା ଆପଣ ଫୋନର କଭରକୁ ମଧ୍ୟ ବାହାର କରି ସଫା କରନ୍ତୁ l ଏହିପରି ଆପଣଙ୍କୁ ନିୟମିତ କରିବାକୁ ପଡିବ l

Leave A Reply