Odisha news

ତୁମାଣ୍ଡିରେ ଶୀଶା ଖଣି ଖଣି ବିଭାଗ ପକ୍ଷରୁ ଚାଲିଛି ସର୍ଭେ

0

ଦଶପଲ୍ଲା : ଦୀର୍ଘ ଦିନ ପରେ କେନ୍ଦ୍ର ସରକାର ଙ୍କ ଖଣି ବିଭାଗ ଭୁ ବିଜ୍ଞାନ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଦଶପଲ୍ଲା ବ୍ଲକ ତୁମାଣ୍ଡି ଠାରେ ଶୀଶା(ଗ୍ରାଫାଇଟ)ଖଣି ପାଇଁ ସର୍ବେକ୍ଷଣ ଆରମ୍ଭ ହୋଇଛି । କଲିକତା ସ୍ଥିତ ମାହେଶ୍ୱରୀ କମ୍ପାନୀ ଏହାର ଦାଇତ୍ୱ ନେଇଥିବା ବେଳେ କମ୍ପାନୀର କର୍ମଚାରୀ ମାନେ ଦଶପଲ୍ଲା ରେ ପହଂଚି ସର୍ବେକ୍ଷଣ ଆରମ୍ଭ କରିଛନ୍ତି । ତୁମାଣ୍ଡି ଠାରେ କେତେ ଏରିଆ ରେ ଏହି ଶୀଶା ଖଣି ରହିଛି ଓ କି ପ୍ରଜାରର ଶୀଶା ରହିଛି ତାହାର ସର୍ବେକ୍ଷଣ ଚାଲିଛି । ମାହେଶ୍ୱରୀ କମ୍ପାନୀ ପକ୍ଷରୁ ଡ୍ରିଲିଙ୍ଗ ମେସିନ ଦ୍ୱାରା ଏହାର ଖନନ କରାଯାଇ ପରୀକ୍ଷା କରାଯାଉଛି । ନିର୍ଦେଶକ କଲର ବେହେରା ଓ ଫିଲଡ଼ ଅଫିସର ତାରିଣୀ ପ୍ରସାଦ ସାହୁ ଙ୍କ ନେତୃତ୍ୱରେ ଏହି ସର୍ବେକ୍ଷଣ ଚାଲିଥିବା ବେଳେ ଖୁବ ଶୀଘ୍ର ତୁମାଣ୍ଡି ଠାରେ ଥିବା ଏହି ଖଣି ଟେଣ୍ଡର ହେବା ସମ୍ଭାବନା ରହିଛି ।

ସୂଚନା ଯୋଗ୍ୟ ଯେ ପୂର୍ବରୁ ଦଶପଲ୍ଲା ସରିଗଣ୍ଡା ଠାରେ ଏକ ଗ୍ରାଫାଇଟ ଫ୍ୟାକ୍ଟ୍ରି କାର୍ଯ୍ୟ କରୁଥିଲା । ମାତ୍ର କିଛିବର୍ଷ ଚାଲିବା ପରେ ଏହା ବନ୍ଦ ହୋଇଯାଇଥିଲା । ଏହି ଫ୍ୟାକ୍ଟ୍ରି ପାଇଁ ଖଣି ବିଭାଗ ପକ୍ଷରୁ ପୂର୍ବରୁ ଦଶପଲ୍ଲା ର ତୁମାଣ୍ଡି ସହ ବିଭିନ୍ନ ସ୍ଥାନରେ ସର୍ବେକ୍ଷଣ କରାଯାଇ ଗ୍ରାଫାଇଟ ଉତ୍ତୋଳନ କରାଯାଉଥିଲା । ଏହି ଫ୍ୟାକ୍ଟ୍ରି ବନ୍ଦ ହୋଇ ଯିବା ପରେ ଦଶପଲ୍ଲା ଶିଳ୍ପ ବିହୀନ ହୋଇ ପଡ଼ିଥିଲା । କେବଳ ତୁମାଣ୍ଡି ନୁହେଁ ଦଶପଲ୍ଲାର ବିଭିନ୍ନ ସ୍ଥାନରେ ଏହି ଶୀଶା ଖଣି ରହିଛି । ମାତ୍ର ଏବେ ଭାରତ ସରକାର ଙ୍କ ଖଣି ବିଭାଗ ପକ୍ଷରୁ ଗ୍ରାଫାଇଟ ବା ଶୀଶା ଉତ୍ତୋଳନ ପାଇଁ ସର୍ବେକ୍ଷଣ ଚାଲିଥିବାରୁ ଏଠାରୁ ଶୀଶା ଉତ୍ତୋଳନ କରାଯାଇ ବାହାର ରାଜ୍ୟକୁ ଯିବ ନା ପୁଣି ଦଶପଲ୍ଲା ରେ ଶୀଶା ଶିଳ୍ପ ଗଢି ଉଠିବ ତାହା ଦେଖଗିବାକୁ ବାକି ରହିଛି ।

Leave A Reply