ଆଜିକାଲି ଲୋକେ ଭଲ କ୍ଷୀର ପାଉ ନଥିବାରୁ ମିଲକ୍ ପାଉଡର ଅଧିକ ମାତ୍ରାରେ ବ୍ୟବହାର କରୁଛନ୍ତି l କୁହାଯାଏ ଯେ ମିଲକ୍ ପାଉଡର ରେ ଦୁଗ୍ଧ ଭଳି ପୋଷାକ ତତ୍ୱ ରହିଥାଏ l କିନ୍ତୁ ଆଜି ଆମେ ଗୋଟିଏ ଏଭଳି ଗୋଟିଏ ରିସର୍ଚ୍ଚ ବିଷୟରେ କହିବାକୁ ଯାଉଛୁ ଯାହାକୁ ଜାଣିଲେ ହୁଏତ ଆପଣ ମିଲକ୍ ପାଉଡର ବ୍ୟବହାର କରିବା ପାଇଁ ଭୟ କରିବେ l ମିଲକ୍ ପାଉଡର ଶରୀର ପାଇଁ କିଭଳି ସମସ୍ୟା ସୃଷ୍ଟି କରିଥାଏ ହୁଏତ ଆପଣ ଜାଣିବା ଜରୁରୀ l
– ମିଲକ୍ ପାଉଡର ଅଧିକ ମାତ୍ରାରେ ଚିନି ର ବ୍ୟବହାର ହୋଇଥାଏ l ଯାହାକି ଶରୀର ପାଇଁ କ୍ଷତିକାରକ ଅଟେ l
– ମିଲକ୍ ପାଉଡର ରେ ଏଭଳି ଗୋଟିଏ ସାଚୁରେଟେଡ଼ ଫ୍ୟାଟ କୁ ଶାମିଲ କରାଯାଇ ଥାଏ ଯାହାକି ଓଜନ ବୃଦ୍ଧି କରିବା ସହିତ ରକ୍ତଚାପ ବୃଦ୍ଧି ର ମଧ୍ୟ କାରଣ ଅଟେ l
– ମିଲକ୍ ପାଉଡର ଅଧିକ ବ୍ୟବହାର କରିବା ଦ୍ୱାରା ଶରୀରରେ ବ୍ୟାକ୍ଟେରିଆ ଗ୍ରୋଥ ହୋଇଥାଏ, ଏବଂ ଶରୀରର ବିଭିନ୍ନ ସଂକ୍ରମଣ ର ମଧ୍ୟ କାରଣ ଅଟେ l
– ମିଲକ୍ ପାଉଡର ରେ ପ୍ରସ୍ତୁତ ହେଉଥିବା ବିଭିନ୍ନ କ୍ୟାଣ୍ଡି, ଚକୋଲେଟ ଓ ମିଠା ଜିନିଷ ଶରୀର ପାଇଁ ବିଭିନ୍ନ ରୋଗର କାରଣ ଅଟେ l ଏହା ମେଦବୃଦ୍ଧି, ରକ୍ତଚାପ ବୃଦ୍ଧି, କୋଲେଷ୍ଟ୍ରଲ ବୃଦ୍ଧି, ହାର୍ଟ ପ୍ରୋବ୍ଲେମ ର ମଧ୍ୟ କାରଣ ହୋଇଥାଏ l
– ମିଲକ୍ ପାଉଡର ରେ ଭରପୁର ମାତ୍ରାରେ ଅକ୍ସୀଡ଼ାଈଜଡ଼ କୋଲେଷ୍ଟ୍ରଲ ରହିଥାଏ l ଅକ୍ସୀଡ଼ାଈଜଡ଼ କୋଲେଷ୍ଟ୍ରଲ ଏଭଳି ଏକ ତତ୍ୱ ଅଟେ ଯାହାକି ହାର୍ଟ ର ଧମନୀ ଗୁଡିକରେ ଅଠା ଭଳି ଲାଗି ଯାଇଥାଏ l ଏବଂ ବ୍ଲଡ଼ ଫ୍ଲ କୁ ଅଟକାଇ ଦେଇଥାଏ l
– ଦୁଗ୍ଧ ର ସେଲ୍ଫ ଲାଇଫ ବୃଦ୍ଧି ପାଇଁ ଏହି ଜିନିଷ ଟିକୁ ବ୍ୟବହାର କରାଯାଇ ଥାଏ, କିନ୍ତୁ ଏହା ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକାରକ ହୋଇଥାଏ l