ଦୁଗ୍ଧ ପୋଷଣ ତତ୍ତ୍ୱରେ ଭରପୁର ଅଟେ, ଏଥିରେ କ୍ୟାଲସିୟମ, ଫସଫରସ, ପ୍ରୋଟିନ ଓ ଅନେକ ଗୁଡିଏ ମିନେରାଲସ ରହିଛି l ଦୁଗ୍ଧ ସେବନ କରିବା ଦ୍ୱାରା ହାଡ଼ ମଜବୁତ ହୋଇଥାଏ, ତେଣୁ ଏହାକୁ ନିୟମିତ ନିଜ ଭୋଜନ ରେ ସାମିଲ କରିପାରିବେ l କିନ୍ତୁ ଦୁଗ୍ଧ କୁ କଦାପି କଞ୍ଚା ସେବନ କରିବା ଉଚିତ ନୁହେଁ, ଏହାକୁ ଫୁଟାଇ ସେବନ କରିବା ଆବଶ୍ୟକ l
କାହିଁକି ଦୁଗ୍ଧ ଫୁଟାଇବା ଜରୁରୀ –
ଦୁଗ୍ଧ ଗରମ ହୋଇ ଯିବା ପରେ ଏହାର ପୋଷଣ ବଦଳି ଯାଇଥାଏ l ଗରମ ହୋଇଯିବ ପରେ ଦୁଗ୍ଧ ରେ ଥିବା ମିନେରାଲସ ଓ ଭିଟାମିନ ବ୍ରେକ ଡାଉନ ହୋଇ ଯାଇଥାଏ , ଏପରି ହେବା ଦ୍ୱାରା ଦୁଗ୍ଧ ହଜମ ହୋଇଯିବ ସହଜ ହୋଇଯାଇ ଥାଏ l ଏବଂ ଦୁଗ୍ଧ ରେ ଥିବା ବ୍ୟାକ୍ଟେରିଆ ମଧ୍ୟ ନଷ୍ଟ ହୋଇ ଯାଇଥାଏ l ତେଣୁ ଦୁଗ୍ଧ କୁ ଫୁଟାଇ ସେବନ କରିବା ଆବଶ୍ୟକ l ନଚେତ ଦୁଗ୍ଧ ଛୋଟ ପିଲାଙ୍କ ଷ୍ଟମାକ କୁ ସଂକ୍ରମିତ କରିଥାଏ l
– ନେସନାଲ ସେଣ୍ଟର ଫ୍ର ବାୟୋଟେକ୍ନୋଲୋଜି ଇନଫର୍ମେଶନ ର ଗୋଟିଏ ଅଧ୍ୟୟନ ଅନୁସାରେ କୁହାଯାଇଛି ଗାଈ ଦୁଗ୍ଧ କୁ ସର୍ବଦା ୯୫ ଡିଗ୍ରୀ ସେଣ୍ଟୀଗ୍ରେଡ଼ ର ଟେମ୍ପରେଚର ଫୁଟାଇ ପିଇବା ଆବଶ୍ୟକ l ଏହାଦ୍ୱାରା ସେଥିରେ ଥିବା ବ୍ୟାକ୍ଟେରିଆ ସମ୍ପୂର୍ଣ ଭାବରେ ନଷ୍ଟ ହୋଇଥାଏ l ଏହାଦ୍ୱାରା ଫୁଡ ବର୍ନ ଡିଜିଜ ଠାରୁ ମଧ୍ୟ ଆମେ ରକ୍ଷା ପାଇପାରିବା l
– ଦୁଗ୍ଧ ରେ ଲାକଟୋଜ ନାମକ କାର୍ବସ୍ ମିଳିଥାଏ, ଯେତେବେଳେ କ୍ଷୀର ଗରମ ହୋଇଥାଏ ସେତେବେଳେ ଏହି ଲାକଟୋଜ ଲେକଟୁଲୋଜ ନାମକ ଗୋଟିଏ ଶୁଗର ରେ ପାଇବର୍ତ୍ତନ ହୋଇଥାଏ l ଏବଂ ଏହି ଦୁଗ୍ଧ ହଜମ ହେବାରେ ସହଜ ହୋଇଥାଏ l ତେଣୁ ଦୁଗ୍ଧ କୁ ଗରମ କରି ପିଇବା ଜରୁରୀ l