ଭଦ୍ରକ : ଭଦ୍ରକ ଜିଲ୍ଳା ଟିଏମସିରେ ଗତ ୨୩ତାରିଖ ସୁଦ୍ଧା ୧୬ହଜାର ୯୩୯ ଓଡିଆ ଫେରିଛନ୍ତି । ଟ୍ରେନ ଓ ବସ୍ ଯୋଗେ ଆସିଛନ୍ତି । ଏମାନଙ୍କ ମଧ୍ୟରୁ ଗତକାଲି ସୁଦ୍ଧା ୯୨୫ଜଣ ଭଣ୍ଡାରିପୋଖରୀ ଆଇଟିଆରେ ଖୋଲାଯାଇଥିବା ଟିଏମ୍ସିରେ ଅଛନ୍ତି । ଏହାବ୍ୟତୀତ ଗତକାଲି ଟ୍ରେନରେ ଜିଲ୍ଲାକୁ ୧୬୭ ଫେରିଛନ୍ତି । ଏହି ସବୁ ଓଡିଆ ପ୍ରବାସୀଙ୍କ ମଧ୍ୟରୁ ୧୬୨ଜଣ ଟିଏମ୍ସି ରୁ ଡିଜଚାର୍ଜ ହୋଇଛନ୍ତି । ଅବଶିଷ୍ଟ ୧୬ ହଜାର ୭୭୭ଓଡିଆ ପ୍ରବାସୀ ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଛନ୍ତି ।
ଗତକାଲି ସୁଦ୍ଧା ଭଦ୍ରକ ବ୍ଲକର ୯୫ଜଣ ଓ ଚରମ୍ପାର ୩୫ଜଣ ପ୍ରବାସୀଙ୍କୁ ମିଶାଇ ୧୫୩୭ ଜଣ ଓଡିଆ ପ୍ରବାସୀ ଆସିଛନ୍ତି । ଏମାନଙ୍କ ମଧ୍ୟରୁ ୮ଜଣଙ୍କୁ ଟିମଏମସିରୁ ଅବ୍ୟାହତି ଦିଆଯାଇଛି । ୧୫୨୯ଜଣ ଅଦ୍ୟାବଧି ଟିଏମସିରେ ଅଛନ୍ତି । ବାସୁଦେବପୁର ବ୍ଲକକୁ ଫେରିଥିବା ମୋଟ ୩୧୯୮ଜଣ ପ୍ରବାସୀ ଏବେ ଟିଏମ୍ସିରେ ଅଛନ୍ତି । ଧାମନଗର ବ୍ଲକର ୨୦୬୯ଜଣଙ୍କ ମଧ୍ୟରୁ ୪ଜଣ ଟିଏମସିରୁ ଅବ୍ୟାହତି ନେଇଛନ୍ତି ।
୨୦୬୫ ଜଣ ଅଛନ୍ତି । ଚାନ୍ଦବାଲି ବ୍ଲକକୁ ୩୧୬୫ଜଣ ପ୍ରବାସୀଙ୍କ ମଧ୍ୟରୁ ୪୮ଜଣ ଟିଏମ୍ସିରୁ ବିଦା ହୋଇଥିବା ବେଳେ ୩୧୧୭ ଟିଏମ୍ସିରେ ଅଛନ୍ତି । ତିହିଡି ବ୍ଲକର ୩୨୩୪ଜଣ ପ୍ରବାସୀଙ୍କ ମଧ୍ୟରୁ ୮୯ଜଣ ଟିଏମ୍ସିରୁ ବାଦ ହେବା ପରେ ଏବେ ୩୧୪୫ଜଣ ଅଛନ୍ତି । ବନ୍ତ ବ୍ଲକର ୧୪୫୯ଜଣଙ୍କ ମଧ୍ୟରୁ ୧୧ଜଣ ଅବ୍ୟାହତି ନେବା ପରେ ୧୪୪୮ଜଣ ଟିଏମସି ଅଛନ୍ତି । ଭଣ୍ଡାରିପୋଖରୀ ବ୍ଲକର ସମୁଦାୟ ୧୨୧୧ପ୍ରବାସୀଙ୍କ ମଧ୍ୟରୁ ୨ଜଣ ଯିବା ପରେ ୧୨୦୯ଜଣ ଅସ୍ଥାୟୀ କେନ୍ଦ୍ରରେ ଅଛନ୍ତି । ସେହିପରି ଭଦ୍ରକ ପୌରାଞ୍ଚଳ ପୌରଞ୍ଚଳର ୨୪୭ ଓଡିଆ ଫେରନ୍ତା ଓ ବାସୁଦେବପୁର ପୌରାଞ୍ଚଳର ୪୮୦ଜଣ ଫେରନ୍ତା ସମସ୍ତେ ସଂପୃକ୍ତ ଅଞ୍ଚଳର ଟିଏମ୍ସିରେ ଅଛନ୍ତି ।
ସେହିପରି ଧାମନଗଗର ଏନଏସିର ୧୫୧ଜଣ ଓ ଚାନ୍ତବାଲିର ୧୮୮ଜଣ ଫେରନ୍ତା ସମସ୍ତେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଛନ୍ତି । ଅନ୍ୟପକ୍ଷରେ ଜିଲ୍ଳାରେ ଆଜିସୁଦ୍ଧା ପ୍ରାୟ ୭ହଜାର ଲୋକଙ୍କ ସ୍ୱାବ ପରୀକ୍ଷା କରାଯାଇଥିବା ଜଣାଯାଇଛି । ତେବେ ଜିଲ୍ଳାକୁ ବିଭିନ୍ନ ରାଜ୍ୟରୁ ପ୍ରବାସୀଙ୍କ ସୁଅ ଛୁଟିବ ବୋଲି ସୂଚନା ମିଳିଛି ।