Odisha news

ଖାଲି ପେଟରେ ମେଥିପାଣି ପିଇବା ଦ୍ୱାରା ଅନେକ ଗୁଡିଏ ରୋଗରୁ ଦୁରେଇ ରହିବେ : ଆସନ୍ତୁ ଜାଣିବା କେମିତି ବ୍ୟବହାର କରିବେ

0

ଆମେ ସମସ୍ତେ ପ୍ରାୟ ଜାଣିଛେ ଯେ ମେଥି ଶରୀର ପାଇଁ ଗୋଟିଏ ହିତକାରୀ ପଦାର୍ଥ ଅଟେ l ଆମେ ଏହାକୁ ବିଭିନ୍ନ ରୋଗ ପାଇଁ ଓ ତ୍ୱଚାପାଇଁ ବ୍ୟବହାର କରିଥାଉ l ମେଥିର ଅନେକ ଗୁଡିଏ ପୋଷକତତ୍ୱ ରହିଛି ଯାହା ମଧୁମେହ ସହିତ ଅନେକ ରୋଗକୁ ନିରାକରଣ କରିଥାଏ l ମେଥି ପାଣି ଯଦି ଆପଣ ସକାଳୁ ଖାଲି ପେଟରେ ସେବନ କରନ୍ତି ତେବେ ଏହା ଶରୀରକୁ ଅନେକ ରୋଗରୁ ଦୁରେଇ ରଖିବା ତାସାହିତ ସତେଜ ମଧ୍ୟ ରଖିବ l ଆଜି ଆସନ୍ତୁ ଜାଣିବା ମେଥି ପାଣି ବିଷୟରେ l

* ରାତିରେ ଗୋଟିଏ ଗ୍ଲାସ ପାଣିରେ ଦୁଇଚାମଚ ମେଥି ପକାଇ ରଖି ଦିଅନ୍ତୁ l ସକାଳୁ ଖାଲି ପେଟରେ ଏହି ପାଣିକୁ ପିବ ଦ୍ୱାରା ପେଟ ସମ୍ବଧୀୟ ବିଭିନ୍ନ ସମସ୍ୟା ଦୂର ହୋଇଥାଏ l

* ମେଥିରେ ଚାରି ପ୍ରକାରର ହାଇଡ୍ରୋଆକ୍ସି ସିଲୁସିନ ନାମକ ତତ୍ୱ ରହିଛି ଏହା ଏକପ୍ରକାରର ଅମିନୋ ଏସିଡ ଅଟେ l ଯାହା ମଧୁମେହକୁ କମ କରିବାରେ ସାହାଯ୍ୟ କରିଥାଏ l ତେଣୁ ମଧୁମେହ ରୋଗୀ ମାନେ ସକାଳୁ ଉଠି ମେଥିପନୀ ପିଇବା ଆବଶ୍ୟକ l

* ମେଥି ପାଣି ପିଇବା ଦ୍ୱାରା ମୋଟାପଣ ଦୂର ହୋଇଥାଏ l ଏଥିରେ ଥିବା ଫାଇବର ଆପଣଙ୍କ ପେଟକୁ ଦୀର୍ଘ ସମୟ ଧରି ଭର୍ତି କରି ରଖିଥାଏ l ଏହି ସମୟରେ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ମଧ୍ୟ ଉଚିତ ନୁହେଁ l

* ଲେମ୍ବୁ ଓ ମହୁ ସହିତ ମେଥିର ପାଣି ସେବନ କରିବା ଦ୍ୱାରା ଥଣ୍ଡା କାଶ ଓ ଗଳା ଦରଜରୁ ଆରମ୍ଭ ମିଳିଥାଏ l କାଶ ସମୟରେ ଉଷୁମ ଉଷୁମ ମେଥି ପାଣି ପିଇଲେ ଅନେକ ଲାଭ ମିଳିଥାଏ l

Leave A Reply