Odisha news

ମାନସିକ ସମସ୍ୟା : ଏକ ଆହ୍ୱାନ

0

ଡାକ୍ତର ସମ୍ରାଟ କର , ମାନସିକ ରୋଗ ବିଭାଗ : ବିଶ୍ୱରେ ମାନସିକ ସମସ୍ୟା ଥିବା ଲକ୍ଷ ଲକ୍ଷ ଲୋକ ମାନବିକ ଅଧିକାରରୁ ବଞ୍ଚôତ । ସେମାନଙ୍କୁ ଅଦରକାରୀ ମନେକରି ଅପମାନିତ କରାଯାଉଛି । ଶାରୀରିକ ଓ ମାନସିକ ନିର୍ଯ୍ୟାତନା ମଧ୍ୟ ଦିଆଯାଉଛି । ମାନସିକ ରୋଗୀମାନଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ୁଛି । ମାତ୍ର ସେହି ସେହି ଅନୁପାତରେ ମାନସିକ ରୋଗ ବିଶେଷଜ୍ଞଙ୍କ ସଂଖ୍ୟା କମ । ଆନୁଷଙ୍ଗିକ ଭିତ୍ତିଭୂମି ଓ ସୁବିଧା ସୁଯୋଗର ଅଭାବ ମାନସିକ ରୋଗୀମାନଙ୍କର ଅଧିକାର ତଥା ମର୍ଯ୍ୟାଦାକୁ ଅଧିକ ହାନୀ କରୁଛି । ପ୍ରତିବର୍ଷ ଅକ୍ଟୋବର ୧ରୁ ୮ ବିଶ୍ୱ ମାନସିକ ସପ୍ତାହ ଦିବସ ରୂପେ ପାଳନ କରାଯାଉଛି ।

ଏଥିପାଇଁ ସରକାର ସ୍ତରରୁ ବେସରକାରୀ ସ୍ତର ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ମଧ୍ୟରେ ମାନସିକ ରୋଗ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବାକୁ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଏ । ପ୍ରାୟ ପାଞ୍ଚ ହଜାର ବର୍ଷ ତଳେ “ମନୁସଂହିତା’ରେ ଲେଖା ହୋଇଛି ଯେ ‘ମନସାଂ ଶରୀର ତତ୍ତ୍ୱଃ’ । ଶରୀରକୁ ମନ ଚଳାଏ, ମନକୁ ଶରୀର ନୁହେଁ । ସାଧାରଣ ଜନସମାଜ ଏ ପର୍ଯ୍ୟନ୍ତ ମାନସିକ ରୋଗକୁ ଏକ ରୋଗ ବୋଲି ଗ୍ରହଣ କରିପାରି ନାହାନ୍ତି । ଏହା ଭୂତପ୍ରେତର ପ୍ରଭାବ ବା ଦେବଦେବୀଙ୍କ ପ୍ରଭାବ ଯୋଗୁଁ ମନୁଷ୍ୟର ମାନସିକ ବିକୃତି ଘଟୁଛି ବୋଲି ଆଜିପର୍ଯ୍ୟନ୍ତ ସମସ୍ତେ ଭାବୁଛନ୍ତି ।

ଅନେକ ସମୟରେ ଦେଖାଯାଏ ଯେ ପରିବାରର ଲୋକ ନିଜ ଲୋକକୁ ମାନସିକ ରୋଗଗ୍ରସ୍ତ ହୋଇଛି ବୋଲି ସମାଜରେ ଜଣାଇଦେବାକୁ ଚାହାଁନ୍ତି ନାହିଁ । ତେଣୁ ସେମାନେ ମାନସିକ ରୋଗ ଚିକିତ୍ସକମାନଙ୍କ ପାଖକୁ ନ ଯାଇ ଏଥିପାଇଁ ଗୁଣି ଗାରେଡ଼ି, ଝଡ଼ାଫୁଙ୍କା, କୁକୁଡ଼ା, ବୋଦା ବଳି ଦେଇ ଦେବଦେବୀଙ୍କୁ ଶାନ୍ତି କରିବା, ଗ୍ରହ ଶାନ୍ତି କରିବା ଓ ଭୂତପ୍ରେତର ପ୍ରାଦୁର୍ଭାବରୁ ନିଜକୁ ରକ୍ଷା କରିବା ପାଇଁ ଚେଷ୍ଟା କରନ୍ତି । ରୋଗୀକୁ ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଆଣନ୍ତି ନାହିଁ, ଯାହା ଫଳରେ ରୋଗୀର ବ୍ୟକ୍ତିଗତ ଜୀବନ, ପାରିବାରିକ ଜୀବନ, ସାମାଜିକ ଜୀବନ, ଶିକ୍ଷା ଜୀବନ ଓ ଚାକିରି ଜୀବନର ବହୁମୂଲ୍ୟ ସମୟ ନଷ୍ଟ ହେଉଛି ।

ପରିବାର, ପରିବେଶ, ପରିସ୍ଥିତିର ଅଚାନକ ଓ ଅପ୍ରତ୍ୟାଶିତ ପରିବର୍ତ୍ତନ ହେଲେ ମନୁଷ୍ୟ ତା’ର ମାନସିକ ଭାରସାମ୍ୟ ରକ୍ଷା କରି ପରିସ୍ଥିତି ସହ ନିଜକୁ ଖାପ ଖୁଆଇପାରେ ନାହିଁ । ତେଣୁ ସେ ମାନସିକ ଭାରସାମ୍ୟ ହରାଇଥାଏ । ନାନା କାରଣରୁ ଯେପରି ଶାରୀରିକ ରୋଗ ହୋଇଥାଏ ସେହିପରି ନାନାପ୍ରକାର କାରଣରୁ ମାନସିକ ରୋଗ ହୋଇଥାଏ । ଏହାର ଭୂତ, ପ୍ରେତ, ପୂର୍ବଜନ୍ମର ଅଭିଶାପ ସଙ୍ଗେ କୌଣସି ସମ୍ପର୍କ ନ ଥାଏ । ମସ୍ତିଷ୍କର ଲିମ୍ବିକ୍ ସିଷ୍ଟମ (ଖସଜ୍ଞଭସମ ଝଚ୍ଚଗ୍ଦଗ୍ଧରଜ୍ଞ) ଜ୍ଞାନଶକ୍ତି, ବୁଦ୍ଧି ଓ ବିଚାର ଶକ୍ତି ପରିଚାଳିତ କରିଥାଏ । ଏହା ଏକ ନିର୍ଦ୍ଦିଷ୍ଟ ପରିମାଣର ଜୈବ ତରଳ ପଦାର୍ଥ (ଗକ୍ଟଦ୍ଭକ୍ଟବଜ୍ଞସଦ୍ଭରଗ୍ଦ) ନିର୍ଗତ ହେବାର କାର୍ଯ୍ୟ କରେ ।

ଯଦି କୌଣସି ରାସାୟନିକ ପ୍ରକି୍ରୟା (ଈସକ୍ଟମଷରଜ୍ଞସମବକ୍ଷ କ୍ସରବମଗ୍ଧସକ୍ଟଦ୍ଭ) ଯୋଗୁଁ ଲିମ୍ବିକ୍ ସିଷ୍ଟମରେ ନିର୍ଗତ ହେଉଥିବା ଜୈବ ତରଳ ପଦାର୍ଥ (ଗକ୍ଟଦ୍ଭକ୍ଟବଜ୍ଞସଦ୍ଭରଗ୍ଦ) ସଞ୍ଚାଳନର ପରିମାଣରେ ପରିବର୍ତ୍ତନ ହୁଏ, ତାହାହେଲେ ମାନସିକ ରୋଗ ସୃଷ୍ଟି ହୋଇଥାଏ । ଏହି ରାସାୟନିକ ପ୍ରକ୍ରିୟା ବଂଶଗତ କାରଣ ଯୋଗୁଁ ହୋଇପାରେ, ସାମାଜିକ ଓ ମାନସିକ ଦୁର୍ବଳତାରୁ ହୋଇପାରେ କିମ୍ବା କୌଣସି କାରଣ ନଥାଇ ମଧ୍ୟ ହେବାର ସମ୍ଭାବନା ଅଛି । ସିଜୋଫ୍ରେନିଆ କହିଲେ ସାଧାରଣତଃ ଆମେ ମନୁଷ୍ୟର ପାଗଳାମୀ ବା ବାତୁଳତା ବୋଲି ଭାବୁ । ଏହି ରୋଗରେ ଜଣେ ସନେ୍ଦହ କରେ ଯେ ତା’ ବିରୋଧରେ ସମସ୍ତେ ଲାଗିଛନ୍ତି । ଖାଦ୍ୟରେ ବିଷ ମିଶିଛି ବୋଲି ତା’ର ଧାରଣା ହୋଇଥାଏ । ସ୍ୱାମୀ ବା ସ୍ତ୍ରୀର ଚରିତ୍ରକୁ ସନେ୍ଦହ କରନ୍ତି । ଏହି ପ୍ରକାର ରୋଗୀଙ୍କୁ ଔଷଧ ଦେଲେ, ସେମାନେ ପାଟି ଭିତରେ ରଖିଦିଅନ୍ତି ଓ ପରେ ଫୋପାଡ଼ି ଦିଅନ୍ତି । ତେଣୁ ଔଷଧ ଦେବା ପରେ, ସେ ଢୋକିଲା କି ନାହିଁ ତା’ର ପାଟି ଖୋଲି ଦେଖିବା ଦରକାର ।

ଏପରି ରୋଗୀ ଯଦି ଔଷଧ ଖାଆନ୍ତି ନାହିଁ, ତା’ହେଲେ ତାକୁ ଡାକ୍ତରଖାନାରେ ରହିବା ଦରକାର ହୋଇଥାଏ ଓ ଇଂଜେକସନ ଦେବାକୁ ପଡ଼ିଥାଏ । କେତେକ ମାନସିକ ରୋଗ ବିଶେଷଜ୍ଞ, ଖାଦ୍ୟରେ ଔଷଧ ମିଶାଇ ଖାଇବାକୁ ଦେବାକୁ ଉପଦେଶ ଦିଅନ୍ତି । ଏପରି ସ୍ଥଳରେ ପରିବାରର ଲୋକଙ୍କୁ ଅଧିକ ଦାୟିତ୍ୱବାନ ହେବାକୁ ପଡ଼ିବ । ଲୋକଟିକୁ ମାନସିକ ଅବସାଦ (ଊରକ୍ଟ୍ରକ୍ସରଗ୍ଦଗ୍ଦସକ୍ଟଦ୍ଭ) ହୋଇଥିଲେ ତା’ର ମନ ଅତି ଖରାପ ରହେ । କିଛି କାମ କରିବାକୁ ଇଚ୍ଛା ହୁଏ ନାହିଁ । ନିଦ ଓ ଭୋକ ହୁଏ ନାହିଁ । ଆଉ କେତେଜଣ ଆତ୍ମହତ୍ୟା କରିବାକୁ ଇଚ୍ଛା କରିଥାନ୍ତି । ସେମାନଙ୍କର ମରିଯିବେ ବୋଲି ଏତେ ଦୃଢ଼ ଧାରଣା ଥାଏ ଯେ, କୌଣସି ଔଷଧ ଖାଇବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ । ତେଣୁ ଏହି ପ୍ରକାର ରୋଗୀମାନଙ୍କୁ ଉତ୍ସାହିତ କରିବାକୁ ପଡ଼ିବ । ଆଗକୁ ଭଲ ଦିନ ଆସୁଛି ଓ ଔଷଧ ନିୟମିତ ଖାଇଲେ ସେମାନେ ସଂପୂର୍ଣ୍ଣ ଭଲ ହୋଇଯିବେ ବୋଲି ଆତ୍ମବିଶ୍ୱାସ ବଢ଼ାଇବାକୁ ପଡ଼ିବ ।

ଅକ୍ଟୋବର ୧ରୁ ୮ ବିଶ୍ୱ ମାନସିକ ସପ୍ତାହ ଉପଲକ୍ଷେ କ୍ସଶକ୍ତଗ୍ଧଅତି ଫୂର୍ତ୍ତି ହେବା, ବହୁତ କଥା କହିବା, ନିଜକୁ ବହୁତ ବଡ଼ ଲୋକ ବୋଲି ଭାବିବା ଓ ଗଣ୍ଡଗୋଳ କରିବା ମାନିଆ (ଗବଦ୍ଭସବ) ରୋଗର ଲକ୍ଷଣ । ଏମାନଙ୍କର ମିଥ୍ୟା ଆତ୍ମବିଶ୍ୱାସ ଥାଏ ଯେ, ସେମାନଙ୍କୁ କୌଣସି ରୋଗ ହୋଇ ନାହିଁ । ତେଣୁ ସେମାନଙ୍କୁ ଔଷଧ ଖାଇବାକୁ ବାଧ୍ୟ କରାଯାଏ ଓ କେତେକ ସ୍ଥଳରେ ଡାକ୍ତରଖାନାରେ ରହିବାକୁ କୁହାଯାଏ । ଯେଉଁମାନେ ଅତ୍ୟଧିକ ନିଶା ସେବନ କରନ୍ତି, ସେମାନେ ନିଜ ଭିତରେ ଏପରି ମଜ୍ଜି ଯାଇଥାନ୍ତି ଯେ, ନିଶା ଛାଡ଼ିବାକୁ ଆଗ୍ରହ କରନ୍ତି ନାହିଁ । ସେମାନଙ୍କୁ ପ୍ରଥମେ ମନସ୍ତାତ୍ତ୍ୱିକ ଚିକିତ୍ସା (ଚଗ୍ଦଚ୍ଚମଷକ୍ଟଗ୍ଧଷରକ୍ସବକ୍ଟ୍ରଚ୍ଚ) ଦେବାକୁ ପଡ଼େ । ନିଶାସେବନର କ୍ଷତିକାରିତା ବିଷୟରେ ଜାଣିଲେ ସେମାନେ ଏଥିରୁ ନିବୃତ୍ତ ରହିବାକୁ ଇଚ୍ଛା ପ୍ରକାଶ କରନ୍ତି ଓ ଔଷଧ ଖାଇବାକୁ ରାଜି ହୁଅନ୍ତି ।

ଯେଉଁସବୁ ମାନସିକ ରୋଗରେ ଲୋକଟି ଭାବେ ଯେ ତାକୁ କୌଣସି ପ୍ରକାର ରୋଗ ହୋଇ ନାହିଁ, ସେମାନେ ଔଷଧ ଖାଇବାକୁ ରାଜି ହୁଅନ୍ତି ନାହିଁ । ତେଣୁ ସେମାନଙ୍କୁ ବୁଝାଇ ଓ କେତେଜଣଙ୍କୁ ବାଧ୍ୟରେ ଡାକ୍ତରଖାନାରେ ରଖି ଔଷଧ ଦିଆଯାଏ । ମାନସିକ ରୋଗ ଯେପରି ଶୂଚୀବାଈ (ଙଉଊ), ଅହେତୁକ ଭୟ (ଚଷକ୍ଟଭସବ), ଅଜଣା ଭୟ (ଇଦ୍ଭଙ୍ଘସରଗ୍ଧଚ୍ଚ ଊସଗ୍ଦକ୍ଟକ୍ସୟରକ୍ସ), ଯୌନ ସମସ୍ୟା ତଥା ନିଦ୍ରାହୀନତା ହୋଇଥିଲେ ଲୋକଟିକୁ କଷ୍ଟ ହୁଏ । ସେ ନିଜ ରୋଗ ବିଷୟରେ ଜାଣିପାରେ ଓ ଔଷଧ ଖାଇବାକୁ ଇଚ୍ଛା ପ୍ରକାଶ କରେ ।

ଆପଣ ଯଦି ଜାଣିପାରନ୍ତି ଯେକୌଣସି ବ୍ୟକ୍ତି ଏପ୍ରକାର ରୋଗଦ୍ୱାରା ଆକ୍ରାନ୍ତ ହୋଇଛି ତାକୁ ସଙ୍ଗେ ସଙ୍ଗେ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖକୁ ନିଅନ୍ତୁ । ଚିକିତ୍ସା ପାଇଁ ତାଙ୍କୁ ବାଧ୍ୟ କରି ଡାକ୍ତରଙ୍କ ପାଖକୁ ନିୟମିତ ନିଅନ୍ତୁ । ଦୟାଶୀଳ ହୋଇ ରୋଗୀସହ କଥାବାର୍ତ୍ତା କରନ୍ତୁ । ତାହାର ଅନୁଭବ ଓ ସମସ୍ୟା ବିଷୟରେ ଧୈର୍ଯ୍ୟ ଧରି ଶୁଣନ୍ତୁ । ତାଙ୍କୁ ଉତ୍ସାହ ଦିଅନ୍ତୁ । ତାଙ୍କୁ ପ୍ରବୋଧ ଦିଅନ୍ତୁ ଯେ ଆଗକୁ ଭଲ ଦିନ ଆସୁଛି ଓ ହସି ହସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ । ତାହାଙ୍କର ଖାଦ୍ୟ ଏବଂ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଯତ୍ନ ଦିଅନ୍ତୁ ।

ଯଦି ରୋଗୀ ଆତ୍ମହତ୍ୟା କରିବାକୁ ଇଚ୍ଛା କରୁଥାଏ ଓ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥାଏ ତା’ହେଲେ ତା’ପ୍ରତି ସଯତ୍ନ ରହି ସର୍ବଦା ଜଗି ରହନ୍ତୁ । ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ତାଙ୍କୁ ଏକୁଟିଆ ଛାଡ଼ନ୍ତୁ ନାହିଁ । ଯଦି ଏହା ସମ୍ଭବ ନ ହୁଏ ତା’ହେଲେ ତାଙ୍କୁ ଡାକ୍ତରଖାନାରେ ରଖି ଦିଅନ୍ତୁ । ମାନସିକ ରୋଗରେ ଆକ୍ରାନ୍ତ ହୋଇଥିବା ରୋଗୀମାନେ ଓ ସେମାନଙ୍କ ପରିବାର ଭାଙ୍ଗିପଡିବା ଉଚିତ ନୁହେଁ । ତେଣୁ ଠିକ ସମୟରେ ଡାକ୍ତରଙ୍କ ସହିତ ପରାମର୍ଶ କରି ଔଷଧ ଖାଇଲେ ଏହି ରୋଗରୁ ଉପଶମ ମିଳିଥାଏ ।

Leave A Reply