Odisha news

ବିଞ୍ଝାରପୁର ୱେବ୍ ମିଡ଼ିଆ ସାମ୍ବାଦିକ ସଂଘ ପକ୍ଷରୁ ପ୍ରତିବାଦ ସଭା

0

ଯାଜପୁର: ଦିନକୁ ଦିନ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ବଢ଼ି ·ଲିଥିବା ବେଳେ ପୋଲିସର କାର୍ଯ୍ୟାନୁଷ୍ଠାନରେ ସିଥିଳତା ଏହାକୁ କୋରାକ ଯୋଗାଇଛି । କୁଚକ୍ରି ଏବଂ ଦୁର୍ନୀତି ଗ୍ରସ୍ତ ମୁନାଫାଖୋର୍ ମାନଙ୍କ ଲାଗି ଭୂସ୍ୱର୍ଗ ପାଲଟିଛି ବିଞ୍ଝାରପୁର । ଏହାର ପ୍ରତିବାଦରେ ଆଜି ବିଞ୍ଝାରପୁର ଥାନା ସମ୍ମୁଖରେ ବିଞ୍ଝାରପୁର ୱେବ୍ ମିଡ଼ିଆର ସାମ୍ବାଦିକମାନେ ଏକ ଶାନ୍ତିପୂର୍ଣ୍ଣ ଧାରଣାରେ ବସିରହିଥିଲେ । ବିଞ୍ଝାରପୁର ବ୍ଲକ୍ ଅଧ୍ୟକ୍ଷ ମେଟ୍ରୋ ଟିଭି ବିଞ୍ଝାରପୁର ପ୍ରତିନିଧି ନୃସିଂହ ମିଶ୍ରଙ୍କୁ କରିଥିବା ଆକ୍ରମଣ, ଅରେଇ ଗ୍ରାମ ପଞ୍ଚାୟତର ସରପଞ୍ଚ ସାମ୍ବାଦିକ ରାଣାପ୍ରତାପ୍ ମହାପାତ୍ରଙ୍କୁ ଦେଇଥିବା ଧମକ ଓ ଦୁର୍ବ୍ୟବହାର, ଏପରି ଅନେକ ଘଟଣା ଯାହାର ତୁରନ୍ତ ତଦନ୍ତ ନହୋଇ କାର୍ଯ୍ୟାନୁଷ୍ଠାନ ଡ଼େରିକରି ସାକ୍ଷୀ ପ୍ରମାଣ ନଷ୍ଟ କରାଯାଉଛି ।

ଫଳରେ ଦୋଷୀକୁ ଦଣ୍ଡ ମିଳିବା ବଦଳରେ ସାହାସ ମିଳୁଛି । ଏହାର ପ୍ରତିବାଦରେ ବିଞ୍ଝାରପୁର ୱେବ୍ ମିଡ଼ିଆ ଆସୋସିଏସନ୍ ପକ୍ଷରୁ ବିଞ୍ଝାରପୁର ଥାନା ସମ୍ମୁଖରେ ଏକ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା । ଅଭିଯୁକ୍ତ ମାନଙ୍କ ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ସାମ୍ବାଦିକ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା, ବିଞ୍ଝାରପୁରସ୍ଥ କେତେକ କାର୍ଯ୍ୟାଳୟ ମାନଙ୍କରେ ସାମ୍ବାଦିକ ମାନଙ୍କର ନିବିଘ୍ନ ସମ୍ବାଦ ସଂଗ୍ରହକୁ ନିଶ୍ଚିତ କରିବା ଆଦି ଦାବିନେଇ ବିଞ୍ଝାରପୁର ୱେବ୍ ମିଡ଼ିଆ ଆସୋସିଏସନ୍ ପକ୍ଷରୁ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭା କରାଯାଇଥିଲା । ଥାନା ଅଧିକାରୀ ଶ୍ରୀଯୁକ୍ତ ନିରଞ୍ଜନ ଶବର ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଇ ଦାବିପତ୍ର ଗ୍ରହଣ କରିଥିଲେ

Leave A Reply