Odisha news

ଖିମଜୀ ଫାଉଣ୍ଡେସନ୍ ଓ ଆଇଏସ୍ଡି ସହଭାଗିତାରେ ଆୟୋଜିତ ହେଲା ଓଡିଶାର ସର୍ବାଧିକ ପ୍ରେରଣାଦାୟୀ ବିବାହ

0

• ସରୋଜ ଏବଂ ଏସିଡ୍ ଆକ୍ରମଣ ପୀଡିତା ପ୍ରମୋଦିନୀଙ୍କୁ ଆର୍ଶିବାଦ ଦେବାକୁ ପହଞ୍ଚିଲେ ମାନ୍ୟଗଣ୍ୟ ବ୍ୟକ୍ତି
• ନବ ବିବାହିତାଙ୍କୁ ଉଭୟ ବିବାହ ଓ ରିସେପସନ୍ରେ ଉସôବରେ ଅନେକ ଶୁବେଚ୍ଛା

ଭୁବନେଶୂର ୨.୦୩.୨୦୨୧: ଓଡିଶାର ବହୁଚର୍ଚ୍ଚିତ ଏସିଡ୍ ପୀଡିତା ପ୍ରମୋଦିନୀ ରାଉଳ ଏବଂ ସରୋଜ କୁମାରଙ୍କ ବିବାହ ପାଇଁ ସାବାସୀ ଦେଇ ଖିମଜୀ ଫାଉଣ୍ଡେସନ୍ ଓ ଇନଷ୍ଟିଚୁ୍ୟଟ୍ ଫର୍ ସୋସିଆଲ ଡେଭ୍ଲପମେଣ୍ଟ(ଆଇଏସିଡି) ମିଳିତ ଭାବେ ବିବାହ ରିସେପସନ୍ ଆୟୋଜନ କରିଛନ୍ତି । ମାର୍ଚ୍ଚ ୧ରେ ଜଗତସିଂହପୁର ସ୍ଥିତ ନିଜ ବାସଭବନରେ ଠାରେ ପ୍ରମୋଦିନୀ ଏବଂ ସରୋଜଙ୍କ ବିବାହ ଅନୁଷ୍ଠିତ ହୋଇଥିବାବେଳେ ଭୁବନେଶ୍ୱର ସ୍ଥିତ ଏକ ହୋଟେଲରେ ରିସେପସନ୍ ଆୟୋଜନ ହୋଇଥିଲା । ଏହି ବିବାହ ଉସôବରେ ଓଡିଶାର ମାନ୍ୟବର ରାଜ୍ୟପାଳ ଗଣେଷୀ ଲାଲ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇ ନବ ବିବାହିତଙ୍କୁ ଆର୍ଶୀବାଦ ଦେଇଥିଲେ ।

ନବ ବିବାହିତାଙ୍କୁ ଅଭିନନ୍ଦନ ଜଣାଇ ଖିମଜୀ ଫାଉଣ୍ଡେସନର ନିଦେ୍ର୍ଦଶକ ମିତେଶ ଖିମଜୀ କହିଛନ୍ତି, “ଉଭୟ ପ୍ରମୋଦିନି ଓ ସରୋଜ ସମାଜ ପାଇଁ ଏକ ଉଦାହରଣ ଅଟନ୍ତି ଏବଂ ଉଭୟ ଆମ ସମସ୍ତଙ୍କ ତରଫରୁ ଅଭିବାଦନ ଯୋଗ୍ୟ ଏକ କାମ କରି ଦେଖାଇଛନ୍ତି । ଶୂନ୍ୟରୁ ପୁନର୍ବାର ଜୀବନ ଆରମ୍ଭ କରିବାକୁ ଆବଶ୍ୟକ କରୁଥିବା ସାହାସ ଆମର କଳ୍ପନା ବାହାରେ । ମୁଁ ଉଭୟଙ୍କୁ ସେମାନଙ୍କ ବିବାହରେ ଅଭିନନ୍ଦନ ଜଣାଉଛି ଓ ଆଗାମି ଦିନରେ ସେମାନଙ୍କ ଜୀବନ ସୁଖ ସମ୍ବୁଦ୍ଧିରେ ଭରି ଯାଉ, ଏହା ହିଁ ମୋର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ।”

୨୦୦୯ ମସିହାରେ ମାତ୍ର ୧୬ ବର୍ଷ ବୟସରେ ପ୍ରମୋଦିନି ଏକ ମାରାତ୍ମକ ଏସିଡ୍ ଆକ୍ରମଣର ଶିକାର ହୋଇଥିଲେ । ୨୦୧୪ ମସିହାରେ ଯେତେବେଳେ ପ୍ରମୋଦିନି ନିଜର ଚିକିସôା ପାଇଁ ଡାକ୍ତରଖାନାରେ ଥିଲେ ସେହିସମୟରେ ଉଭୟ ପରସ୍ପରଙ୍କୁ ଭେଟିଥିଲେ । ସେବେଠାରୁ ସରୋଜ ପ୍ରମୋଦିନିଙ୍କର ଯତ୍ନ ନେଇ ଆସୁଛନ୍ତି ।

ଏକ ନୂତନ ଜୀବନ ଆରମ୍ଭ ଏବଂ ସମସ୍ତଙ୍କଠାରୁ ସମର୍ଥନ ପାଇବାର ଆନନ୍ଦ ପ୍ରକାଶ କରି ପ୍ରମୋଦିନି କହିଛନ୍ତି, “ସରୋଜଙ୍କୁ ଜୀବନ ସାଥୀ ଭାବେ ପାଇ ମୁଁ ଅତ୍ୟନ୍ତ ଖୁସୀ ଓ ଗର୍ବିତ, ସେ ଆଜି କେବଳ ମୋ ସ୍ୱାମୀ ନୁହଁନ୍ତି ବରଂ ମୋର ସମସ୍ତ ଉତଥାନରେ ମୋର ନିରନ୍ତର ଶକ୍ତି । ନିରାଶ ନ ହୋଇ ବଡ ସ୍ୱପ୍ନ ଦେଖିବାକୁ ମୁଁ ପ୍ରତ୍ୟେକ ଏସିଡ୍ ଆକ୍ରମଣରୁ ବଞ୍ଚିଥିବା ପୀଡିତଙ୍କୁ ବାର୍ତା ଦେବାକୁ ଚାହିଁଛି ।”

“ଯେଉଁମାନେ ମୋ ଖୁସିରେ ଅଂଶ ହୋଇଛନ୍ତି ମୁଁ ସେମାନଙ୍କ ପ୍ରତି କୃତଜ୍ଞ । ମୋର ଖରାପ ସମୟରେ ମୋ ପାଖରେ ଛିଡା ହୋଇଥିବାରୁ ମୁଁ ସମଗ୍ର ଓଡିଶା ଏବଂ ଭାରତବାସୀଙ୍କୁ ଧନ୍ୟବାଦ ଦେଉଛି । ମୋର ବିବାହକୁ ଆଡାମ୍ବରରେ ଅନୁଷ୍ଠିତ କରିଥିବାରୁ ମୁଁ ଖିମଜୀ ଫାଉଣ୍ଡେସନ୍ ଏବଂ ଇନଷ୍ଟିଚୁ୍ୟଟ୍ ଫର୍ ସୋସିଆଲ ଡେଭ୍ଲପମେଣ୍ଟପାଖରେ କୃତଜ୍ଞ”,ବୋଲି ପ୍ରମୋଦିନୀ କହିଛନ୍ତି । ଏହା ସହ ବିବାହ ଅଳଙ୍କାର ପାଇଁ ସେ ଖିମଜୀ ଜୁଏଲର୍ସଙ୍କୁ କୃତଜ୍ଞତା ଜଣାଇଥିଲେ ।

ସୂଚନାଯୋଗ୍ୟ, ଏହି ନବ ଦମ୍ପତିଙ୍କୁ ବିବାହ ପୂର୍ବରୁ ଖିମଜୀର ଜନପଥ୍ ସ୍ଥିତ ଷ୍ଟୋରକୁ ଏକ ସ୍ୱତନ୍ତ୍ର ପରିଦର୍ଶନରେ ନେଇ ଏହି ପ୍ରତିଷ୍ଠିତ ଜୁଏଲର୍ସ ତରଫରୁ ଶ୍ରଦ୍ଧା ସ୍ୱରୂପ ବିବାହ ଅଳଙ୍କାର ଉପହାର ଦିଆଯାଇଥିଲା ।
ଖିମଜୀ ଫାଉଣ୍ଡେସନ ବିଷୟରେ

ଖିମଜୀ ଫାଉଣ୍ଡେସନ ହେଉଛି ଓଡିଶାର ସବୁଠାରୁ ବିଶ୍ୱସ୍ତ ଅଳଙ୍କାର ବ୍ରାଣ୍ଡ, ଖିମଜୀ ଜୁଏଲର୍ସର ଏକ ସମାଜସେବୀ ଅନୁଷ୍ଠାନ ଯାହା ଏକ ଉନ୍ନତ ସମାଜ ଦିଗରେ କାର୍ଯ୍ୟ କରେ । ଏହି ପରୋପକାରୀ ସଂଗଠନର ଏହି ଭଳି ଅନେକ କାର୍ଯ୍ୟ ହାତକୁ ନେଇ ସମାଜକୁ ସୃଦୁଢ କରିବାରେ ଅନେକ ଅବଦାନ ରହିଛି । ଏମାନଙ୍କ ମଧ୍ୟରୁ ଓଡିଶା ସରକାରଙ୍କ ‘ମିଶନ ଜିରୋ ଏଫ’ ପଦକ୍ଷେପ ପାଇଁ ୧୫ ଲକ୍ଷ ଟଙ୍କା ଅନୁଦାନ, ବାତ୍ୟା ଫନୀ ସମୟରେ ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୧ଲକ୍ଷ ଟଙ୍କାର ଅନୁଦାନ ଏବଂ ଭଳି କୋଭିଡ ଯୋଦ୍ଧାଙ୍କ ସୁରକ୍ଷା ପାଇଁ କମିଶନରେଟ୍ ପୋଲିସଙ୍କୁ ହାଜମାଟ ସୁଟ୍ ପ୍ରଦାନ କରିବା ଉଲ୍ଲେଖନୀୟ ।

Govt
Leave A Reply