Odisha news

ଆଧୁନିକ ଯୁଗର ବିବାହ କାର୍ଡ : କାର୍ଡ ଭିତରେ ମଦ ବୋତଲ ସହିତ ଚାଖଣା

0

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଗୋଟିଏ ବିବାହର କାର୍ଡ ଅଧିକ ଭାଇରାଲ ହୋଇଛି ,ଏହି କାର୍ଡକୁ ନେଇ ଜବରଦସ୍ତ ଚର୍ଚା ଚାରିଆଡେ ଚାଲିଛି l ଯେପରି ଭବରେ ଏହି କାର୍ଡଟି ଧୀରେ ଧୀରେ ଖୋଲୁଥିଲା ତା ଭିତରୁ ଆଶ୍ଚର୍ଯ୍ୟ କଲା ଭଳି ଜିନିଷ ବାହାରୁଥିଲା l ଏହି ଘଟଣାଟି ମହାରାଷ୍ଟ୍ରର ଚନ୍ଦ୍ରପୁର ଅଞ୍ଚଳର ଅଟେ l କାର୍ଡର ଉପର କାଗଜରେ ଗଣେଶଙ୍କ ଫଟୋ ଛପା ଯାଇଥିଲା l ଏହା ପରେ ତାପର ଫର୍ଦରେ ବିବାହ ତାରିଖ ଓ କାର୍ଯ୍ୟକ୍ରମ ବିଷୟରେ ତଥ୍ୟ ଦିଆଯାଇଥିଲା l ଏହା ପରେ ଯାହା ସାମ୍ନାକୁ ଆସିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା l

ଦୁଇ ଫର୍ଦ କାର୍ଡ ପରେ ଗୋଟିଏ ବକ୍ସ ଦେଖିବାକୁ ମିଳିଥିଲା l ଯେଉଁଥିରେ ଗୋଟିଏ ମଦ ବୋତଲ ,କିଛି ଚାଖଣା ଓ ଗୋଟିଏ ମିନେରାଲ ପାଣି ବୋତଲ ରଖାଯାଇଥିଲା l ଏହି କାର୍ଡ ଟି ଏପରି ଭାବରେ ଦେଖା ଯାଉଥିଲା ଯାହା ଆଜିକାଲିର ଯୁବକ ମାନାଙ୍କ ମନ କିଣିନେବ l କିନ୍ତୁ ସବୁଠାରୁ ଜରୁରୀ କଥାଟି ହେଲା ଏହି ଘଟଣା ଯେଉଁ ଜିଲ୍ଲାରେ ଘଟିଛି ସେହି ଜିଲ୍ଲାରେ ମଦ ବନ୍ଦ କରାଯାଇଛି l ଏହି କାର୍ଡ଼ର ଭିଡିଓ ସାମ୍ନାକୁ ଆସିବା ପରେ ମଦ ବନ୍ଦକୁ ନେଇ ପ୍ରଶ୍ନ ଉଠିଛି l ଲୋକମାନେ ଏହି ଘଟଣାକୁ ନେଇ ବିଭିନ୍ନ ଟିପଣି ଦେଉଛନ୍ତି l

କାର୍ଡ ବିଷୟରେ ଯେତେବେଳେ ପୁଅର ଘର ଲୋକଙ୍କୁ ପଚାର ଗଲା ସେମାନେ କହିଲେ ଆମେ ଆମ ଜିଲ୍ଲାରେ ମଦ ବନ୍ଦ ହୋଇଥିବା କାରଣରୁ ଏହି କାର୍ଡ ବଣ୍ଟାଯାଇ ନାହିଁ ଏହି କାର୍ଡ ଆମ ସମ୍ପର୍କୀୟ ମାନଙ୍କୁ ବଣ୍ଟା ଯାଇଛି l ଆମେ ଆମ କାର୍ଡ ରେ କାଜୁ ପିସ୍ତା ଇତ୍ୟାଦି ଦେଇଛୁ ଯାହା ଚନ୍ଦ୍ରପୁରରେ ବଣ୍ଟା ହୋଇଛି l ଆଗରୁ କାର୍ଡ ବଣ୍ଟା ହେବା ବେଳେ ସେଥିରେ ହଳଦୀ ,ସିନ୍ଦୁର ଓ ଚାଉଳ ଲଗାଯାଇ ବଣ୍ଟା ହେଉଥିଲା l କିନ୍ତୁ ଆଜିର ଆଧୁନିକ ସମାଜରେ ଏହା ଅଲଗା ମୋଡ ନେଇଛି l

Leave A Reply