ନୂଆଦିଲ୍ଲୀ : ଆପଣ ଅନେକଥର ଦେଖିଥିବେ ବିବାହର ଠିକ ପୂର୍ବରୁ ବାନ୍ଧବିଙ୍କ ସହିତ ବିବାଦ ହେବ ଦ୍ୱାରା ବାହାଘର ଭାଙ୍ଗି ଯାଇଥାଏ l ସେଥିପାଇଁ ଅନେକ ଲୋକ ଡିପ୍ରେସନର ଶିକାର ହୋଇଥାନ୍ତି l ବିବାହ ପୂର୍ବରୁ ବାନ୍ଧବୀ ଛାଡି ପଳାଇବା ଅନେକ କଷ୍ଟ ଦେଇଥାଏ ,କିନ୍ତୁ ବ୍ରାଜିଲରେ ଏକ ନୂଆ ମାମଲା ଆଗକୁ ଆସିଛି l ଯାହା ବର୍ତ୍ତମାନ ଲୋକମାନଙ୍କ ମଧ୍ୟରେ ଚର୍ଚାର ବିଷୟ ହୋଇଛି l
ବ୍ରାଜିଲର ଏକ ବିବାହର ଠିକ ପୂର୍ବରୁ ଜଣେ ବ୍ୟକ୍ତିଙ୍କର ନିଜ ବାନ୍ଧବୀଙ୍କ ସହିତ ବିବାଦ ହୋଇଥିଲା l ଯାହାପରେ ସେ ନିଜର ବିବାହ ଅନ୍ୟ ସ୍ଥାନରେ କରାଇ ଥିଲେ l ଉଭୟ ପୂର୍ବରୁ ନିର୍ବନ୍ଧ କରାଇ ନେଇଥିଲେ l ଵିଵାବଦ ସୃଷ୍ଟି ହେବ ପରେ ବାନ୍ଧବୀ ବ୍ୟକ୍ତି ଜଣଙ୍କ ସହିତ ସମସ୍ତ ସମ୍ପର୍କ ଛିଡ଼ାଇ ପଳାଇ ଗଲେ l ବାନ୍ଧବୀଙ୍କ ଯିବା ପରେ ବ୍ୟକ୍ତି ଜଣଙ୍କ ଡିପ୍ରେସନରେ ରହିଲେ ନାହିଁ ଓ ଅନ୍ୟତ୍ର ବିବାହ କରିବାର ନିଷ୍ପତି ନେଲେ l
ଡିଓଗ ରବେଲୋ ଓ ବିଟୋର ବ୍ୟୁନ ଗତବର୍ଷ ନଭେମ୍ବର ମାସରେ ତାଙ୍କର ନିର୍ବନ୍ଧ ହୋଇଥିଲା l ଏହା ପରେ ସେପ୍ଟମ୍ବର ୨୦୨୦ ରେ ଉଭୟଙ୍କ ବିବାହ ହେବାର ଥିଲା l ବିବାହ ପାଇଁ ସମସ୍ତ ସଜଡା ସଜଡ଼ି ପୂର୍ବରୁ ହୋଇ ସାରିଥିଲା l କିନ୍ତୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଚଳିତ ବର୍ଷ ଜୁଲାଇ ମାସରେ ଛିନ୍ନ ହୋଇଥିଲା l ୩୩ ବର୍ଷୀୟ ଡିଓଗ ଗୋଟିଏ ଆଶ୍ଚର୍ଯ୍ୟ ଜନଙ୍କ କାମ କଲେ l ସେ ଅନ୍ୟ କେଉଁ ଯୁବତୀକୁ ବିବାହ ନକରି ସେହି ରିଜୋଟରେ ନିଜକୁ ନିଜେ ବିବାହ କରି ଗୋଟିଏ ଅପୂର୍ବ ବନ୍ଧନରେ ଅବାଧ ହୋଇଥିଲେ l ଏହି ବିବାହରେ ତାଙ୍କର ବନ୍ଧୁ ପରିଜନ ଉପସ୍ଥିତ ଥିଲେ l ବର୍ତ୍ତମାନ ତାଙ୍କର ବିବାହ ଭିଡିଓଟି ସାମାଜିକ ଗାନ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି l ସେ ଏହି ବିବାହ ପାଇଁ ଅତ୍ୟନ୍ତ ଖୁସି ମଧ୍ୟ ଅଛନ୍ତି l