ଟେକ୍ନୋଲଜି ମାମଲାରେ ଦୁନିଆ ଜାପାନର ପିଛା କରୁଛି । ହେଲେ ଏବେ ଭିନ୍ନ କାରଣରୁ ଏହି ଦେଶ ଚର୍ଚ୍ଚାରେ ରହିଛି । ଜାପାନରେ ଯଦି କେହି ବୈବାହିକ ଜୀବନ ଆରମ୍ଭ କରିବ ସରକାର ତାକୁ ୪.୨ ଲକ୍ଷ ଟଙ୍କା ଦେବେ । ଏହାର କାରଣ ହେଉଛି ଜନ୍ମହାର ହ୍ରାସ । ଜନସଂଖ୍ୟା ବୃଦ୍ଧି ପାଇଁ ସରକାର ନବବିବାହିତଙ୍କୁ ପ୍ରାୟ ୪.୨ ଲକ୍ଷ ଟଙ୍କା ଦେବେ । ଏହି ରାଶି ନେବା ପାଇଁ ଲୋକଙ୍କୁ ନବବିବାହିତ ସହାୟତା କାର୍ଯ୍ୟକ୍ରମରେ ସାମିଲ ହେବାକୁ ହେବ । ସହାୟତା ସ୍କିମ୍ ଆସନ୍ତା ଏପ୍ରିଲରୁ ଆରମ୍ଭ ହେବ । ଏଥିପାଇଁ କେତେକ ନିୟମାବଳୀ ରହିଛି, ଯେପରି ସ୍ୱାମୀସ୍ତ୍ରୀଙ୍କ ବୟସ ୪୦ ବର୍ଷରୁ କମ୍, ବାର୍ଷିକ ଆୟ ୩୮ ଲକ୍ଷ ଟଙ୍କାରୁ କମ୍ ହୋଇଥିବ ଇତ୍ୟାଦି । ୩୫ ବର୍ଷର ଲୋକଙ୍କ ପାଇଁ ନିୟମ ସାମାନ୍ୟ ଭିନ୍ନ । ଏମାନଙ୍କ ଆୟ ୩୩ ଲକ୍ଷ ଟଙ୍କା ହୋଇଥିଲେ ୨.୧ ଲକ୍ଷ ଟଙ୍କା ଦିଆଯିବ ସରକାରୀ ସର୍ଭେ ଅନୁଯାୟୀ ୨୦୧୫ରେ ୨୫ରୁ ୩୪ ବର୍ଷ ମଧ୍ୟରେ ୨୯.୧% ପୁରୁଷ ଓ ୧୭.୮% ମହିଳା ଅର୍ଥାଭାବ ଯୋଗୁ ବାହା ହୋଇପାରି ନ ଥିଲେ ।