Odisha news

ଖୁସି କରିଦେଲା ମୌସୁମୀ

0
ବାରଙ୍ଗ : ଖୁସି କରିଦେଲା ନନ୍ଦନକାନନ ବାଘୁଣୀ ମୌସୁମୀ । ଯାହାକୁ ନେଇ ଆଶା ଓ ଆଶଙ୍କାରେ ଥିଲେ କର୍ତ୍ତୁପକ୍ଷ ,ସେଥିରେ ପୂର୍ଣ୍ଣଚ୍ଛେଦ ପକେଇଛି ମୌସୁମୀ ।ମୌସୁମୀ ମା ହେବାର ସୂଚନା ମିଳିବା ପରେ କତ୍ତୃପକ୍ଷ ଯେତିକି ଖୁସି ଥିଲେ ତା ଠାରୁ ଦୁଇଗୁଣ ଚିନ୍ତା ବଢ଼ି ବଢ଼ି ଯାଉଥିଲା।ଚିନ୍ତା କରିବା ବି ସ୍ଵଭାବିକ ଥିଲା । କାହିଁକି ନା ପୁର୍ବରୁ
 ଦୁଇ ଦୁଇ ଥର ଗର୍ଭବତୀ ହୋଇ ମଧ୍ୟ ମା ହେବାରୁ ବଞ୍ଚିତ ହୋଇଥିଲା  ମୌସୁମୀ।କର୍ତ୍ତୁପକ୍ଷ ପ୍ରଥମ କରି ୨୦୨୨ ମସିହା ନଭେମ୍ବର ମାସ ରେ ମୌସୁମୀ ସହିତ ହାଇଦ୍ରାବାଦରୁ ଆସିଥିବା ଧଳା ବାଘ ସାହିଲ୍ ସହିତ ମିଳନ କରାଇଥିଲେ ।ହେଲେ ମୌସୁମୀ ମା ହୋଇଥିଲା କିନ୍ତୁ ଶେଷ ସମୟରେ ପେଟରେ ଗର୍ଭ ନଥିଲା । ସେହିପରି ୨୦୨୩ ମସିହା ରେ ମଧ୍ୟ ସାଧାରଣ ବାଘ ସେଫ୍ ସହିତ ମୌସୁମୀ ର  ମିଳନ କରାଯାଇଥିଲେ ମଧ୍ୟ ମା ହେବାରୁ ବଞ୍ଚିତ ରହିଥିଲା ମୌସୁମୀ। କିନ୍ତୁ ଚଳିତ ବର୍ଷ କର୍ତ୍ତୁପକ୍ଷ ପୁଣି ମୌସୁମୀ ସହିତ ବାଘ ରାଜେଶ୍ କୁ ମିଳନ କରାଇଥିଲେ ଯାହା ଏବେ ସଫଳ ହୋଇଛି । ମୌସୁମୀ ୩ ଟି ଶାବକ କୁ ଜନ୍ମ ଦେଇଛି ।  ଧଳା ବାଘୁଣୀ ମୌସୁମୀ  ସୋମବାର ରାତିରେ ଛୁଆ ଜନ୍ମ କରିଥିବା ଉପ ନିର୍ଦେଶକ ସନଥ ନାରାୟଣ ପ୍ରକାଶ କରିଛନ୍ତି। ତେବେ ଦୁଃଖର ବିଷୟ ଏହି ଯେ ପ୍ରଥମ ଥର ମା ହୋଇଥିବା ମୌସୁମୀ ଗର୍ଭରେ ତିନିଟି ଛୁଆ ଥିବାର ଅଲଟ୍ରାସାଉଣ୍ଡରୁ ଜଣା ପଡିଥିଲା। ହେଲେ ସେ ଜନ୍ମ କରିଥିବା ୩ଟି ଛୁଆରୁ ୨ଟି ମୃତ ଛୁଆ ଜନ୍ମ ହୋଇଥିବା ନେଇ ଉପ ନିର୍ଦେଶକ ସୂଚନା ଦେଇଛନ୍ତି। ପ୍ରଥମ ମଲା ଶାବକ କୁ ମୌସୁମୀ ଖାଇଦେଇଥିବା ଶୁଣିବାକୁ ମିଳୁଥିବା ବେଳେ ଦ୍ୱିତୀୟ ଛୁଆ କୁ ଆପଣେଇ ନଥିଲା । ଶେଷରେ ଏହି ଛୁଆଟିକୁ କର୍ତ୍ତୁପକ୍ଷ ଲାଳନ ପାଳନ କେନ୍ଦ୍ର ରେ ଛଡ଼ିଦେଇଥିବା ସୂଚନା ମିଳିଛି । ତୃତୀୟ ଶାବକ କୁ ମଙ୍ଗଳବାର ସନ୍ଧ୍ୟା ରେ ଗୋଟିଏ ମଲା ଶାବକ ଜନ୍ମ ଦେଇଥିଲା ମୌସୁମୀ ।  ବର୍ତ୍ତମାନ ମୌସୁମୀ ଓ ଜୀବିତ ଜନ୍ମ ହୋଇଥିବା ଗୋଟିଏ ଛୁଆ ସୁସ୍ଥ ଅଛନ୍ତି। ଏହି ବାଘ ଶାବକ ଟି ସାଧାରଣ ରଙ୍ଗ ର ହୋଇଛି ।   ପ୍ରକାଶ ଥାଉକି ଯେ ,ମୌସୁମୀ ୨୦୧୬ଅଗଷ୍ଟ ୫ତାରିଖରେ ସାଧାରଣ ବାଘ ମନୀଷ ଓ ଧଳା ବାଘୁଣୀ ସ୍ନେହାର ମିଳନରେ ସ୍ନେହା ଠାରୁ ଜନ୍ମ ହୋଇଥିଲା। ମୌସୁମୀ ଯୌବନ ପ୍ରାପ୍ତି ପରେ ତାକୁ ମିଳନ କରାଇ ଧଳାବାଘ ବୃଦ୍ଧି କରିବାକୁ ନନ୍ଦନକାନନ ଯୋଜନା କରାଯାଇଥିଲା। ଧଳା ବାଘ ଜନ୍ମ କରିବା ଆଶାରେ ମୌସୁମୀକୁ  ତିନିଥର ଧଳାବାଘ ସାହିଲ ସହ ମିଳନ କରାଯାଇଥିଲା। ହେଲେ ଏଥିରେ ମୌସୁମୀ ଗର୍ଭ ଧାରଣ କରି ପାରିନଥିଲା। ଫଳରେ ନିରାଶ ହେବାକୁ ପଡିଥିଲା। ଏହା ପରେ ସାଧାରଣ ରଙ୍ଗର ବାଘ ରାଜେଶ ସହିତ ମିଳନ ପାଇଁ ଯୋଜନା କରାଯାଇଥିଲା। ଫଳରେ ରାଜେଶ ଓ ମୌସୁମୀର ଗତ ଏପ୍ରିଲ ୨୯ତାରିଖରେ ମିଳନ ଘଟିଥିଲା। ଏଥର କିନ୍ତୁ ମୌସୁମୀ ଫେଲ ମାରି ନଥିଲା। ମୌସୁମୀ ଗର୍ଭ ଧାରଣ କରିଥିବା ଜଣା ପଡିବା ପରେ ନନ୍ଦନକାନନ କର୍ତୃପକ୍ଷ ତାର ଉତ୍ତମ ଦେଖା ରଖା ସହ ଆବଶ୍ୟକୀୟ ଚିକିତ୍ସା ଜାରି ରଖିଥିଲେ। ତା ଖୁଆଡରେ ତାର ଚଳପ୍ରଚଳ, ହାବଭାବ ବ୍ୟବହାର ନିରୀକ୍ଷଣ ସହ ଔଷଧ ଭିଟାମିନ ଆଦି ଦିଆଯାଇଥିଲା। ଅଲଟ୍ରାସାଉଣ୍ଡ କରାଯାଇ ତାର ଗର୍ଭରେ ପିଲା ଛୁଆ ଠିକ ଅଛିକି ନାହିଁ ପରୀକ୍ଷା ନିରୀକ୍ଷା ଜାରି ରହିଥିଲା। ବିଶ୍ୱ ବାଘ ଦିବସ ଜୁଲାଇ ୨୯ସୋମବାର ୮ଟା ୫୧ମିନିଟରେ ଛୁଆ ଜନ୍ମ କରିଥିଲା। ଏହି ଛୁଆ ସହ ନନ୍ଦନକାନନରେ ଏବେ ବାଘ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି। ୫ଟି ଧଳା ବାଘ (୩ଅଣ୍ଡିରା ୨ମାଈ), ୪ଟି କଳା ବାଘ (୩ଅଣ୍ଡିରା ୧ମାଈ), ୧୬ଟି ସାଧାରଣ ନାଲି ବାଘ(୮ଅଣ୍ଡିରା୮ମାଈ)ଥିବା ବେଳେ ମୌସୁମୀ ଠାରୁ ଜନ୍ମିତ ବାଘ ଛୁଆର  ଲିଙ୍ଗ ନିରୂପଣ ହୋଇପାରିନାହିଁ।
Leave A Reply