Odisha news

ମଣିପୁରରେ ବୀରେନ ସିଂହ ସରକାରଙ୍କ ମନ୍ତ୍ରୀମଣ୍ଡଳ ଅଦଳବଦଳ : ସଙ୍କଟ ସମାଧାନରେ ବୈଜୟନ୍ତ ପଣ୍ଡାଙ୍କ ଗୁରୁତ୍ବପୂର୍ଣ୍ଣ ଭୁମିକା

0
ମଣିପୁରରେ ଏନ. ବୀରେନ ସିଂହଙ୍କ ନେତୃତ୍ଵାଧୀନ ବିଜେପି ସରକାର ଆସ୍ଥା ଭୋଟରେ ବିଜୟୀ ହେବାପରେ ଆଜି ମନ୍ତ୍ରୀମଣ୍ଡଳ ଅଦଳବଦଳ ସହ ନୂଆ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି।
ମନ୍ତ୍ରୀମଣ୍ଡଳରୁ ୬ ମନ୍ତ୍ରୀ ବାଦ ପଡିଥିବା ବେଳେ ୫ ନୂଆ ମୁହଁ ସାମିଲ ହୋଇଛନ୍ତି। ବାଦ ପଡିଥିବା ମନ୍ତ୍ରୀମାନଙ୍କ ମଧ୍ୟରୁ ୩ ଜଣ ବିଜେପିର ହୋଇଥିବା ବେଳେ ୨ ଜଣ ନେସ୍‌ନାଲ ପିପୁଲସ ପାର୍ଟି (ଏନ.ପି.ପି)ରୁ ଏବ ଜଣେ ଲୋକ ଜନଶକ୍ତି ପାର୍ଟି (ଏଲ.ଜେ.ପି)ରୁ ଥିବା ଜଣା ପଡିଛି। ଆଜି ଅପରାହ୍ନ ୪.୩୦ରେ ମଣିପୁର ରାଜ୍ୟପାଳ ନଜମା ହେପତୁଲ୍ଲା ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତା ଶପଥ ପାଠ କରାଇଥିଲେ ଏବଂ ଏହି ଶପଥ ଗ୍ରହଣ ଉତ୍ସବରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଉପସ୍ଥିତ ରହିଥିଲେ।
ବିଜେପି ମୁଖ୍ୟାଳୟରେ ବିରେନ ସିଂହଙ୍କ ସହ ହୋଇଥିବା ଗୁରୁତ୍ବପୂର୍ଣ୍ଣ ବୈଠକ  ପରେ ଗତ ୨୨ ତାରିଖରେ ବୈଜୟନ୍ତ ପଣ୍ଡାଙ୍କ ସହ ମଣିପୁର ପ୍ରଦେଶ ସଭାପତି ଏନ. ଟିକେନ୍ଦ୍ର ସିଂ, ମୁଖ୍ୟମନ୍ତ୍ରୀ ବିରେନ ସିଂହ ମଣିପୁର ଫେରିଥିଲେ।
ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ କେନ୍ଦ୍ର ନେତୃବୃନ୍ଦଙ୍କ ମୋହର ପରେ ମଣିପୁରରେ ଉପୁଜିଥିବା ରାଜନୈତିକ ସଙ୍କଟର ସମାଧାନ ପାଇଁ ଶ୍ରୀ ପଣ୍ଡାଙ୍କୁ ଦାୟିତ୍ବ ଦିଆଯାଇଥିଲା, ଶେଷରେ ଆଜି ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବା ସହ ନୂଆ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି।
ସୂଚନା ଥାଉ କି ଗତ ଜୁଲାଇରେ ମଣିପୁରରେ ରାଜନୈତିକ ଅସ୍ଥିରତା ଓ ସେଠାକାର ବିଜେପି ନେତୃତ୍ୱାଧୀନ ସରକାର ପ୍ରତି ବିପଦ ସୃଷ୍ଟି ହୋଇଥିବା ସମୟରେ ଏହାର ସମାଧାନ ଲାଗି ଶ୍ରୀଯୁକ୍ତ ପଣ୍ଡା ମଣିପୁର ଗସ୍ତ କରିଥିଲେ। ଏହାର ୧୫ ଦିନ ପରେ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହଙ୍କ ନେତୃତ୍ଵାଧୀନ ବିଜେପି ସରକାର ଆସ୍ଥା ଭୋଟରେ ବିଜୟୀ ହୋଇଥିଲେ । ପରେ ଚଳିତ ମାସରେ ଶ୍ରୀ ପଣ୍ଡା ଦୁଇ ଦିନିଆ ମଣିପୁର ଗସ୍ତ କରି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ସହ ଦଳୀୟ ନେତାଙ୍କ ଆଲୋଚନା କରିଥିଲେ।
Leave A Reply