Odisha news

ମାଲକାନଗିରି ୩୪ କରୋନା ରୋଗୀ ଚିହ୍ନଟ : ଜଣେ କରୋନାରେ ଦୋହାନ୍ତ

0
ମାଲକାନଗିରି !ତା:୨୭.୭.୨୦୨୦ (ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି) : ଆଜି ମାଲକାନଗିରି ଜିଲ୍ଲାରେ ୩୪ ଜଣ ଲୋକଙ୍କୁ କରୋନା ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଛି !ଜଣେ ବ୍ଯକ୍ତି କରୋନାରେ ଦେହାନ୍ତ ହୋଇଥିବା ସରକାରୀ ଭାବେ ଘୋଷଣା କରାଯାଇଛି ! ୩୪ ଜଣ କରୋନା ରୋଗୀଙ୍କୁ ମିଶାଇ ଜିଲ୍ଲାରେ ମୋଟ କରୋନା ପଜିଟିଶ୍ ସଂଖ୍ଯା ୪୩୦ରେ ପହଞ୍ଚିଛି !
ମାଲକାନଗିରି ପୌରାଞ୍ଚଳରେ ଆଜି କରୋନା ସଂକ୍ରମିତ ୧୩ ଜଣ !ତନ୍ମଧ୍ଯରୁ ୧୦ ଜଣ ସଂକ୍ରମିତ ରୋଗୀ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ବେଳେ ୩ ଜଣ ବ୍ଯକ୍ତି ଜ୍ବର କାଶରେ ପୀଡିତଥିଲେ !ମାଲକାନଗିରି ବ୍ଲକରେ ୩ ଜଣ କରୋନା ଆକ୍ରାନ୍ତ ବ୍ଯକ୍ତିଙ୍କୁ ଚିହ୍ନଟ କରାଯାଇଛି !ସଥି ମଧ୍ଯରୁ ଏମଭି-୪୪ ଗ୍ରାମରୁ ୩ ଜଣ ଏବଂ ଏମଭି-୧୧୧ ଗ୍ରାମରୁ ଜଣେ !ମଥିଲି ବ୍ଲକରୁ ୩ ଜଣ ରୋଗୀ ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଛି !ସେମାନେ ସଂକ୍ରମିତ ରୋଗୀଙ୍କ ନକଟରୁ ସଂକ୍ରମିତ ହୋଇଥିବା କୁହାଯାଇଛି !ବାଲିମେଳୀ ଏନଏସିରେ
୧୪ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି !୧୧ ଜଣ କରୋନା ରୋଗୀଙ୍କ ନିକଟତ୍ତର ହୋଇ ସଂକ୍ରମିତ ହୋଇଥିବା ବେଳେ ୩ ଜଣଙ୍କର  ଜ୍ବର କାଶ  ଲକ୍ଷଣ ପ୍ରକାଶ ପାଇଥିଲା !ବର୍ତ୍ତମାନ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ଯା ୪୩୦ରେ ପହଞ୍ଚି ଥିବା ବେଳେ ୨୬୪ ସୁସ୍ଥ ହୋଇଥିବା ଜଣା ପଡିଛି ! ୧୬୬ ଜଣ କରୋନା ରୋଗୀ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି !୫୧ ବର୍ଷୀୟ ଜଣେ କରୋନା ରୋଗୀ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଥିବା ସରକାରୀନଭାବେ ଘୋଷଣା କରାଯାଇଛି ! ଏହା ବ୍ଯତୀତ ଗତ ୧୫ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ଯନ୍ତ ଘୋଷଣା କରାଯାଇଥିବା ବାଲିମେଳା ଏନଏସିର ୱାର୍ଡ ନଂ:୧,୨,୩,୪,୫,୬,୭,୯,୧୦ ଏବଂ ୧୨ ରୁ କଣ୍ଟେନମେଣ୍ଟ ଜୋନକୁ ଉଠାଇ ଦିଆ ଯାଇଛି !ସେହି ପରି ମାଲକାନଗିରି ପୌରାଞ୍ଚଳର ୱାର୍ଡ ନଂ:୧,୨,୩,୫,୯,୧୧,୧୪,୧୬,୧୭,୧୮,୧୯ ରୁ ମଧ୍ଯ କଣ୍ଟନମେଣ୍ଟ କଟକଣା ଅପସାରଣ କରାଯାଇଛି !ପୂର୍ବରୁ ଅନ୍ଯନ୍ଯ ୱାର୍ଡଗୁଡିକରୁ କଟକଣା ପ୍ରତ୍ଯାହୃତ କରାଯାଇଥିଲା !ଆଜି ଠାରୁ ପୂର୍ବପରି ଲକ୍ ଡାଉନ୍ କୁ ଜିଲ୍ଲପ୍ରଶାସନ ଦ୍ବାରା ଲାଗୁ କରାଯାଇଛି !
Leave A Reply