ମାଲକାନଗିରି:କରୋନା ଭୂତାଣୁ ସଂକ୍ରମଣକୁ ନେଇ ସମଗ୍ର ମାନବ ଜାତି ଭୟାତୁର !କରୋନାକୁ ପ୍ରତିହତ ପାଇଁ ସେମିତି ନିର୍ଦ୍ଧିଷ୍ଟ ଭାବେ ଟୀକା ବା ଇଂଜେକ୍ସନ ବାହାରି ନାହିଁ !ବିଜ୍ଞାନ ଜଗତରେ ମାନବ ଯେତେ ବିଜ୍ଞ ହେଲେ ମଧ୍ଯ ପ୍ରକୃତିର ରହସ୍ୟ ଭେଦ କରିବା ବେଳେ ବେଳେ ମାନବ ଜାତି ପାଇଁ ଚାଲେଞ୍ଜ ହୋଇ ପଡିଲାଣି !ତଥାପି ମଣିଷ ବୁଦ୍ଧି ବିବେକକୁ ବିନିଯୋଗ କରି ବଞ୍ଚିବାର ରାହା ଖୋଜୁଛି !କରୋନା ଇତି ମଧ୍ଯରେ ଅନେକ ଜୀବନ ପ୍ରଦୀପକୁ ଅନାୟସରେ ନିର୍ବାପିତ କରି ସାରିଲାଣି !
ବହୁ ଲୋକମାନଙ୍କ ଜୀବନ ଜୀବୀକା ଉପରେ କୁପ୍ରଭାବ ବିସ୍ଥାର କଲାଣି !ଘରେ କାମ ଧାମ ଛାଡି ଲକ୍ ଡାଉନ୍ ,ସଟ୍ ଡାଉନ୍ କଟକଣାରେ ଗୃହ ବନ୍ଦି !ଏଣେ ଗରିଲ ମଧ୍ଯବିତ୍ତ ଶ୍ରେଣୀ ଲୋକମାନଙ୍କ
ଦିନକୁ ଦିନ ଆର୍ଥିକ ମେରୁ ଦଣ୍ଡ ଦୋହଲି ପଡୁଥିବା ବେଳେ ବଜାରରେ ହୁହୁ ହୋଇ ଦରଦାମ ବୃଦ୍ଧି ପାଉଛି,ଯାହାକି ନିୟତ୍ରଣର ବାହାରେ !
ଜୀବନ ମରଣର ଦୋଛକରେ ମଣିଷ ଦହଗଞ୍ଜ !ଏମିତି ଘଡି ସନ୍ଧି ମୁହୂର୍ତ୍ତରେ କରୋନା ପୀଡିତ ରୋଗୀ ସୁସ୍ଥ ହୋଇଗଲେ ମନରେ ଅପାର ଆନନ୍ଦ ନକିଲେ ଚଳେ !
ଆଜି ମାଲକାନଗିରି କୋଭିଡ-୧୯ ହସପିଟାଲରୁ ୧୦ ଜଣ ସୁସ୍ଥ ହୋଇଥିବା ଜଣା ପଡିଛି !ତେବେ କୋରଣା ଆକ୍ରାନ୍ତ ସଂଖା ୧୧୬କୁ ଟପିଥିବା ବେଳେ ସୁସ୍ଥ ହୋଇଥିବା ରୋଗୀ ସଂଖ୍ଯ ୮୧ ରେ ପହଞ୍ଚିଛି !
କୋରନା ରୋଗରେ ପୀଡିତ ସଂଖା ୪୫ ରୁ ହ୍ରାସ ପାଇ ୩୫ରେ ପହଞ୍ଚିଛି !ତଥାପି ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ଯା ଧୀରେ ଧୀରେ କାୟା ବିସ୍ଥାର କରିବାରେ ଲାଗିଛି !