ମହିନ୍ଦ୍ରା କମ୍ପାନୀର “ଅକ୍ସିଜେନ ଅନ ହୁଇଲ “କାର୍ଯ୍ୟକ୍ରମ ଦ୍ୱାରା ସିଧା ସଳଖ ଲୋକ ମାନଙ୍କ ନିକଟରେ ପହଁଚିବ ପ୍ରାଣ ବାୟୁ
ନୂଆଦିଲ୍ଲୀ :କରୋନାର ଦୁତୀୟ ଲହରୀ ମଧ୍ୟରେ ଦେଶର ବିଭିନ୍ନ କର୍ପୋରେଟ ରୁ ଲଗାତାର ଭାବରେ ସାହାଯ୍ୟ ପାଇଁ ସମସ୍ତେ ଆଗେଇ ଆସୁଛନ୍ତି ଅକ୍ସିଜେନର ଅସୁବିଧା ପାଇଁ ଦୂର କରିବା ପାଇଁ ଦେଶର ଲହୁଅ ଓ ପ୍ରେଟ୍ରୋଲିୟମ କମ୍ପାନୀ ଗୁଡିକ ଅକ୍ସିଜେନ ଉତ୍ପାଦନକୁ ବଢ଼ାଇ ଦେଇଛନ୍ତି l ସେହିଭଳି କିଛି କମ୍ପାନୀ ମଧ୍ୟ କରୋନା ମହାମାରୀ ପାଇଁ ଡାକ୍ତର ଖାନା ତିଆରି କରିଛନ୍ତି l ଏହି କ୍ରମରେ ପୁଣି ଆଉଥରେ ଯୋଡି ହୋଇଛି ମହିନ୍ଦ୍ରା କମ୍ପାନୀର ନାମ l ମହିନ୍ଦ୍ରା କମ୍ପାନୀ ଅକ୍ସିଜେନ ଅନ ହୁଇଲ କାର୍ଯ୍ୟକ୍ରମ ଆରମ୍ଭ କରିଛି l
ଏହି କାର୍ଯ୍ୟକ୍ରମର ଉଦେଶ୍ୟ ହେଲା ଅକ୍ସିଜେନର ଉତ୍ପାଦନ କରି ସମସ୍ତ ସ୍ଥାନରେ ଠିକ ସମୟରେ ପହଞ୍ଚାଇବା ,ବର୍ତମାନ କମ୍ପାନୀ ମହାରାଷ୍ଟ୍ରରେ ନିଜର କାମ ଆରମ୍ଭ କରିଛି l ମହିନ୍ଦ୍ରା ଗ୍ରୁପର ମୁଖ୍ୟ ଆନନ୍ଦ ମହିନ୍ଦ୍ରା ଟ୍ୱିଟ କରି ଏହି ବିଷୟରେ ତଥ୍ୟ ଦେଇଛନ୍ତି l ସେ କହିଛନ୍ତି “ଦେଶରେ ମୃତ୍ୟୁ ସଂଖ୍ୟା କମ କରିବା ପାଇଁ ଆଜି ଅକ୍ସିଜେନର ପ୍ରଚୁର ଆବଶ୍ୟକତା ରହିଛି ସମସ୍ୟା ଅକ୍ସିଜେନ ଉତ୍ପାଦନର ନୁହେଁ ,ବରଂ ଉତ୍ପାଦନ କରୁଥିବା କମ୍ପାନୀ ଗୁଡିକ ଡାକ୍ତର ଖାନା ଓ ଘରେ ସେହି ସୁବିଧାକୁ ଲୋକ ମାନଙ୍କ ପାଖରେ ପହଂଚିଆ ପାରିବେ l ମହିନ୍ଦ୍ରା ଲାଂଜିଷ୍ଟିକର ଅକ୍ସିଜେନ ଅନ ହୁଇଲର କାର୍ଯ୍ୟକ୍ରମ ଏହି ଅସୁବିଧାକୁ ଦୂର କରିବାକୁ ଚେଷ୍ଟା କରିବ l
ଏହି କାର୍ଯ୍ୟକ୍ରମ ଦ୍ୱାରା ଟ୍ରକ ସାହାଯ୍ୟରେ ମହିନ୍ଦ୍ରା କମ୍ପାନୀ ଡାକ୍ତର ଖାନା ଓ ଘର ମାନଙ୍କରେ ଅକ୍ସିଜେନ ପହଂଚାଇବ ,ଯାହା ଦ୍ୱାରା ଅଧିକାଂଶ ଲୋକ ଲାଭାନ୍ଵିତ ହୋଇ ପାରିବେ l ଏଥିପାଇଁ କମ୍ପାନୀ ଗୋଟିଏ ଅପରେସନ କଣ୍ଟ୍ରୋଲ ସେଣ୍ଟର ସ୍ଥାପନ କରିଛି ଓ ଗ୍ରାହକ ମାନଙ୍କୁ ସିଧା ସଳଖ ଯେଭଳି ଅକ୍ସିଜେନ ପହଞ୍ଚାଯାଇ ପାରିବ ତାହା ଚେଷ୍ଟା କରୁଛି l ଆନନ୍ଦ ମହିନ୍ଦ୍ରା କହିଛନ୍ତି ବର୍ତ୍ତମାନ କମ୍ପାନୀ ମହାରାଷ୍ଟ୍ରରେ ଏହା ଆରମ୍ଭ କରିଛି ଧୀରେ ଧୀରେ ଏହି ସେବା ଚାରିଆଡେ ଆରମ୍ଭ ହେବ l ସେଥିପାଇଁ କମ୍ପାନୀ ନିଜର ଡ଼ିଲରସିପ ପାଇଁ ସ୍ଥାନୀୟ ପ୍ରଶାସନର ସାହାଯ୍ୟ ନେବା l