ଆଠଗଡ଼ : ବିଶ୍ଵ ପ୍ରସିଦ୍ଧ ମହିମା ଧର୍ମର ଆଦ୍ୟ ଧାମ ମାଳବିହାରପୁର ରେ ଆଜି ପବିତ୍ର ମାଘ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଝାଡ ଉଠିଛି।କରୋନା କଟକଣା ଭିତରେ ଅଳ୍ପ ସଂଖ୍ୟକ ଭକ୍ତ ତଥା ଶ୍ରଦ୍ଧାଳୁମାନଙ୍କ ଗହଣରେ ପୀଠର ମହିମା ସାଧୁ ହୃଦାନନ୍ଦ ଦାସ ବିଶ୍ବ ର କଲ୍ୟାଣ ପାଇଁ ଝାଡ ପ୍ରଜ୍ବଳନ କରିଛନ୍ତି। ମହିମା ଧର୍ମର ଆଦ୍ୟ ଧାମ ଭାବେ ପରିଚିତ ମାଳବିହାର ପୁର ରେ ପ୍ରଥମେ ଝାଡ ଉଠିଲେ ତାପରେ ଯାଇ ଯୋରନ୍ଦା ଗାଦି ରେ ଝାଡ ଉଠି ଥାଏ।
ଆଜି ପ୍ରତ୍ୟୁଷରୁ ମଙ୍ଗଳ ଆଳତି ସହିତ ଅନ୍ୟାନ୍ୟ ନୀତି ସମାପନ ପରେ ଯଜ୍ଞ ପାଇଁ ଆୟୋଜନ କରା ଯାଇଥିଲା। କଟକଣା ଯୋଗୁଁ ଦୂରଦୂରାନ୍ତରୁ ଭକ୍ତ ତଥା ଶ୍ରଦ୍ଧାଳୁମାନଙ୍କ ଆଗମନ ହୋଇ ପାରି ନାହିଁ।ମାଳଵିହାର ପୁର ଗ୍ରାମବାସୀ ମାନଙ୍କର ପ୍ରତ୍ୟକ୍ଷ ସହଯୋଗ ରେ ମହିମା ସନ୍ୟାସୀ ଗଙ୍ଗାଧର ଦାସ, ନିମାଇଁ ଚରଣ ଦାସ, ଘାସିରାମ ଦାସ,ଟିକେଶ୍ଵର ଦାସ ଏବଂ ତ୍ୟାଗୀ ପୂର୍ଣ୍ଣାନନ୍ଦ ଦାସ ପ୍ରମୁଖ ଏହି ଉତ୍ସବ କୁ ପରିଚାଳନା କରୁଥିଲେ।