ପ୍ରତାପ ଚନ୍ଦ୍ର ସାହୁ : ଉଭୟ ମୋଗଲ ବନ୍ଦୀ ଓ ଗଡ଼ ଜାତ୍ ଅଞ୍ଚଲ ରୁ ଅନେକ ଅଞ୍ଚଲ୍ କୁ ନେଇ ପ୍ରଥମ କରି ଭାଷା ଭିତିକ ପ୍ରଦେଶ ଭାବେ ଓଡିଶା ରାଜ୍ୟ ଗଠନ କ୍ଷେତ୍ର ରେ ଯେଉଁ ମହା ମନିସି ମାନଙ୍କର ଅବଦାନ ରହିଛି ସେଇ ମାନଙ୍କ ମଧ୍ୟରେ ଉତ୍କଳ ଗୌରବ ମଧୁ ସୁଦନ୍ ଦାସ ଓ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ନାମ ଉଲ୍ଲେଖ୍ୟ ଯୋଗ୍ୟ। ଏଇ ମହାନ ଦେଶ ପ୍ରେମୀ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ୧୮୯୨ ମସିହା ଏପ୍ରିଲ ମାସ ୨୬ ତାରିଖ ରେ ପାରଳାଖେମୁଣ୍ଡି ରେ ଗୌର ଚନ୍ଦ୍ର ଗଜପତି ଓ ରାଧା ରାଣୀ ଦେବି ଙ୍କ ଓଉରସ୍ ରୁ ଜନ୍ମ ଗ୍ରହଣ କରିଥିଲେ। ରଜକିୟ ବିଳାସ ବ୍ୟସନ୍ ରୁ ଦୂରରେ ରହି ଜନସେବା ତଥା ଦେଶ ସେବା ରେ ବ୍ରତି ଥିଲେ । ସେ ପାରଳାଖେମୁଣ୍ଡି ରୁ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ସମାପ୍ତ କରି ମାଦ୍ରାସ୍ ସ୍ଥିତ ନ୍ୟୁରଙ୍ଗତନ୍ ରାଜ କୁମାର କଲେଜ ରୁ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ।୧୯୧୩ ମସିହା ଏପ୍ରିଲ୍ ୨୭ ତାରିଖ ରେ କୃଷ୍ଣ ଚନ୍ଦ୍ର ଗଜପତି ଙ୍କର ରାଜ୍ୟ ଅଭିଷେକ ହୋଇଥିଲା ।ପରବର୍ତ୍ତି ସମୟ ଅର୍ଥାତ ୧୯୧୪ ମସିହା ଜାନୁଆରୀ ୨୮ ତାରିଖରେ ଖରସୁଆନ୍ ରାଜ କୁମାରୀ ନଳିନୀ ଦେବି ଙ୍କ ସହ ବିବାହ ସମାପ୍ତ ହୋଇଥିଲା। ରାଜା ହେବ ପରେ ପରେ ନିଜ ଜାଗା ରେ ଉତ୍କଳ ସମ୍ମିଳନୀ କରିବା ପାଇଁ ମନସ୍ଥ୍ କରି ଆୟୋଜନ କରିବା ନିମନ୍ତେ ଉତ୍କଳ ସମ୍ମିଳନୀ କର୍ମ କର୍ତ୍ତା ଙ୍କ ଠାରୁ ଅନୁମତି ନେଇ ଆୟୋଜନ କଲେ ଦଶମ ଅଧିବେଶନ।
୧୯୧୪ ମସିହା ରେ ପାରଳାଖେମୁଣ୍ଡି ରେ ମହା ସମାରୋହ ରେ ଉତ୍କଳ ସମ୍ମିଳନୀ ଅନୁଷ୍ଠିତ ହେଲା,ଏଥିରେ ଅଧକ୍ଷ ତା କରିଥିଲେ ,ତାଙ୍କର ମାମୁ ଜୟପୁର ରାଜା ବିକ୍ରମ ଦେବ। ଏମାନଙ୍କ ବ୍ୟତୀତ ମଧୁବାବୁ,ଗୋପବନ୍ଧୁ,ଫକୀର ମୋହନ,ଗଙ୍ଗାଧର ମେହେର,ନନ୍ଦ କିଶୋର ବଳ,ବ୍ରଜ ସୁନ୍ଦର ଦାସ କନିକା ରାଜା ଏବଂ ଅନେକ ମାନ୍ୟ ବ୍ୟକ୍ତି ବିଶେଷ ମାନେ। ମଧୁସୁଦନ୍ ତାଙ୍କ ଅଭି ଭାଷଣ ରେ ବକ୍ତବ୍ୟ୍ ରଖିଥିଲେ ଯେ କୃଷ୍ଣ ଚନ୍ଦ୍ର ଗଜପତି ନିସ୍ଛିତ୍ ଭାବେ ଓଡିଶା ମାଟିର ନାଁ ରଖିବେ। ତାଙ୍କର ଉତ୍କଳ ମାତା ପ୍ରତି ଏତେ ଭଲ ପାଇବା ଥିଲା ଯେ ତାର ତୁଳନା କରିବା ମୁସ୍କିଲ। ସେ ଥିଲେ ଭାଷା ଓ ସାହିତ୍ୟ ପ୍ରିୟ,ଦୂର ଦୃଷ୍ଟି ସମ୍ପନ୍ନା,ଜାତିର କର୍ନଧାର୍, କଲା ପ୍ରିୟ,ନାଟକ ପ୍ରିୟ ।
ରାଜା ଥିଲା ବେଳେ ଗମନା ଗମନ ର ସୁବିଧା କରିବା,ସିଲ୍ପ୍ କାରଖାନା ଗଢି ତୋଳିବା,ଶିକ୍ଷା କ୍ଷେତ୍ର ରେ ବି ଉଲ୍ଲେଖ ନିୟ ଯୋଗ ଦାନ ଥିଲା।ତାଙ୍କରି ସ୍ମୃତି ରେ ବ୍ରହ୍ମପୁର ରେ ଏମ କେ ସି ଜି ମେଡିକାଲ କଲେଜ ସ୍ଥାପନ ଏକ ବଡ଼ ପଦକ୍ଷେପ।ଶିକ୍ଷା ସ୍ୱାସ୍ଥ୍ୟ କ୍ଷେତ୍ର ରେ ବି ତାଙ୍କର ଉଲ୍ଲେଖ ନିୟ ଅବଦାନ କୁ ଅଣଦେଖା କର ଯାଇ ନ୍ ପାରେ। କ୍ରୀଡା କ୍ଷେତ୍ର ରେ ବି ତାଙ୍କ ର ଯୋଗ ଦାନ ଅବିସ୍ମରନିୟ୍। ସେ ଥିଲେ ଜଣେ ସୁ ଶାସକ ତାହା ପ୍ରଜା ବଚ୍ଛଲ୍ ଶାସକ ତା ସାଙ୍ଗକୁ ଭାଷା ଆନ୍ଦୋଳନ ର ମୁଖ୍ୟ ପୁରୋଧା। ଉତ୍କଳ ସମ୍ମିଳନୀ ରେ ଭାଷଣ ପ୍ରସଙ୍ଗ୍ ରେ ଗୋପବନ୍ଧୁ ମଧ୍ୟ କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ସମ୍ବନ୍ଧ ରେ କହିଥିଲେ ,ଯେ କୃଷ୍ଣ ଚନ୍ଦ୍ର ଗଜପତି ଏକଧାର୍ ରେ ଜଣେ ଧର୍ଯ୍ୟବାନ୍,ସହନ୍ ସିଲ,କାର୍ଯ୍ୟ କୁସଲି,ସରଳ,ନିଷ୍କପଟ ଶ୍ରେଣୀ ର ବ୍ୟକ୍ତି ବିଶେଷ।ସେ ଥିଲେ ଜଣେ ସଚ୍ଚା ଦେଶ ପ୍ରେମୀ ଓ ଜଣେ ଜାତୀୟ କାର୍ଯ୍ୟ କାରି। ସେଇ ଉତ୍କଳ ସମ୍ମିଳନୀ ରେ ହାତ ଖୋଲା ଖର୍ଚ୍ଚ୍ ଦେଖି ସମସ୍ତ ଉପସ୍ଥିତ କର୍ୟକର୍ତ୍ତା ଆସ୍ଚର୍ୟ୍ ପ୍ରକଟ କରିଥିଲେ।ସମସ୍ତେ ଆଶା କରିଥିଲେ ଯେ ଓଡ଼ିଆ ଙ୍କ ଅଭିଦ୍ୟୁୟ୍ ଲାଗି ବୋଧେ ଶୁଭ ସମୟ ଉପନିତ୍। ଏଇ ଅଧିବେଶନ ରେ କି ପ୍ରଜା କି ରାଜା କି ଧନୀ କି ଗରିବ ସମସ୍ତେ ଉପସ୍ଥିତ ରହିଥିବା ସହ ସମାନ ଅଧିକାର ପାଇଁ ନିଜ ନିଜ ବକ୍ତବ୍ୟ୍ ରଖି ପରିଥିଲେ ଓ ଉତ୍ତମ ବ୍ୟବହାର ପାଇଥିଲେ। ସମସ୍ତେ ଅନୁଭବ କରିଥିଲେ ଯେ ଗଜପତି ବାସ୍ତବ ରେ ସମସ୍ତ ଙ୍କ ଭଲ ପାଉଥିଲେ।ତାଙ୍କ ଆଗରେ ବାଛ ବିଚାର୍ ନ୍ ଥିଲା।
ରାଜା ଥିବା ଅବସ୍ଥା ରେ ରାସ୍ତା ଘାଟ,ଜଳ ସେଚନ୍ ଓ ପାନୀୟ ଜଳ ଯୋଗାଣ,ଶିକ୍ଷା ଓ ସ୍ୱାସ୍ଥ୍ୟ ,ଗମନା ଗମନ ,ଯୋଗ ଯୋଗ କ୍ଷେତ୍ର ରେ ସଂସ୍କାର ଆଣିଥିଲେ। କବି,ଲେଖକ,ସହିତ୍ୟିକ୍,ସଂସ୍କୃତ ବିସେସଙ୍ଗ୍ୟ୍ ,ପଣ୍ଡିତ ଙ୍କ ବିଭିନ୍ନ କ୍ଷେତ୍ର ରେ ପୁରସ୍କୃତ ବି କରୁଥିଲେ। ଯଦିଓ ୧୯୦୫ ମସିହା ଓଡିଶା ଗଠନ ର ଆଦ୍ୟ ପର୍ବ ସାରିଥିଲା ,ଓଡିଶା ସହ ସମ୍ବଲପୁର୍,କଳାହାଣ୍ଡି,ବଲାଙ୍ଗୀର, ପାଟଣା,ସୁନ୍ଦର ଗଡ଼,ବନେଇ,କେନ୍ଦୁଝର,ରେଢ଼ାଖୋଲ ଆଦି ମିସୁଥିବ ବେଳେ ଜୟପୁର,ପାରଳାଖେମୁଣ୍ଡି,ଆଦି ନ୍ ମିଶି ପୂର୍ବ ପରି ମାଦ୍ରାସ୍ ପ୍ରେସିଦେନ୍ସି ରେ ମିଶି କରି ରହି ଗଲା।
ଏଥିସକାସେ ବିଲାତ୍ ରେ ଆୟୋଜିତ୍ ଗୋଲ ଟେବୁଲ ବୈଠକ ରେ ଭି ଭି ଗିରି,ବିସିବା ରାଓ ଆଦି ନେତା ଏଇ ବୈଠକ ରେ ଉପସ୍ଥିତ ରହି ଓଡିଶା ଗଠନ ଦାବି କୁ ସମର୍ଥନ ଜଣାଇବା ସହ ଜୟପୁର ଓ ପାରଳାଖେମୁଣ୍ଡି କୁ ମଧ୍ୟ ଓଡିଶା ରେ ଅନ୍ତର୍ଭୁକ୍ତ କରିବାକୁ ଜିଦ ଧରି ବସିଥିଲେ। ଦ୍ୱିତୀୟ ଗୋଲ ଟେବୁଲ ବୈଠକ ରେ ନିଜେ କୃଷ୍ଣ ଚନ୍ଦ୍ର ଗଜପତି ଉପସ୍ଥିତ ରହି ଦାବି ରଖିବା ସହ ସଫଳ ତା ବି ପାଇଥିଲେ। ବାରମ୍ବାର ବିଲାତ୍ ଯିବା ,ସାଖ୍ୟ୍ ଯୋଗାଡ଼ କରିବା ଆଦିରେ ରାଜ କୋଷ୍ ରୁ ପ୍ରଚୁର୍ ଅର୍ଥ ବ୍ୟୟ କରିବାକୁ ପଡୁଥିଲା।କିନ୍ତୁ ଏଥିପାଇଁ ଭ୍ରୁଖ୍ୟେପ୍ କରୁନ ଥିଲେ ସଦେସ କୃଷ୍ଣ ଚନ୍ଦ୍ର ଗଜପତି ଏବଂ ବରପୁତ୍ର୍ ଙ୍କ ସହାୟତା ରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେଲା ଏବଂ ସୌଭାଗ୍ୟ ବଶତଃ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ର ହେଲେ ପ୍ରଥମ ପ୍ରଧାନ ମନ୍ତ୍ରୀ ଭାବରେ ଶପଥ ନେଲେ।ପରେ ବିଶ୍ୱ ନାଥ ଦାସ ପ୍ରଧାନ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତିନି ବର୍ଷ ପାଇଁ ଗଜପତି ପ୍ରଧାନ ମନ୍ତ୍ରୀ ଭାବେ ଦାୟିତ୍ୱ ରେ ରହିଥିଲେ। ଏଇ ସମୟ ତାଙ୍କର କ୍ରୁତ୍ତି ହିସାବ ରେ ବ୍ରହ୍ମପୁର ରେ ମେଡିକାଲ କଲେଜ,ଉତ୍କଳ ବିଶ୍ୱ ବିଦ୍ୟାଳୟ,କଟକ ରେ ଧାନ୍ ଗବେଷଣା କେନ୍ଦ୍ର ଆଦି ପ୍ରତିଷ୍ଠା କରିଥିଲେ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କ୍ଷେତ୍ର ରେ ଉଲ୍ଲେଖ ନିୟ କାର୍ଯ୍ୟ କରି ଆସିଥିବା ଜନନାୟକ ମାନଙ୍କ ମଧ୍ୟରେ କୃଷ୍ଣ ଚନ୍ଦ୍ର ଗଜପତି ଥିଲେ ଅନ୍ୟତମ। ମଧୁ ସୁଦନ୍ ଦାସ ଜୀବିତ ଥିବା ଅବସ୍ଥା ରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇ ପାରିନ୍ ଥିଲା। ମଧୁ ବାବୁ ଙ୍କ ଶେଷ ସମୟ ରେ ହିଁ କୃଷ୍ଣ ଚନ୍ଦ୍ର ଗଜପତି ମଧୁବାବୁ ଙ୍କ ସମ୍ପର୍କ ରକ୍ଷା କରି ଆନ୍ଦୋଳନ କୁ ଆଗକୁ ବଢ଼ାଇ ନେଲେ। ଗଜପତି ଦୀର୍ଘ ଦୁଇ ଦଶନ୍ଧି ଧରି ନିରନ୍ତର ଭାବେ କାର୍ଯ୍ୟ କରି ଆସିଛନ୍ତି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ୍ କରି ଅନନ୍ୟ ଜାତି ପ୍ରେମୀ ଦୃଷ୍ଟାନ୍ତ ବନିଥିଲେ। ଉତ୍କଳ ମାଟିର ଏଇ ମହାନ ସନ୍ତାନ ଙ୍କ ବହୁ ମୁଖି ପ୍ରତିଭା ,ତ୍ୟାଗ,ଦେଶ ବଚ୍ଛଲତା,ଓ ସାହିତ୍ୟ ଅନୁରାଗ ର୍ ତୁଳନା ନାହିଁ। ବିଚ୍ଛିନ ଅଞ୍ଚଲ୍ ରେ ମିଶ୍ରଣ ରେ ବି ତାଙ୍କର ଅବଦାନ ଥିଲେ ଅତୁଳନୀୟ। ପଣ୍ଡିତ ଗୋପୀନାଥ ନନ୍ଦ ଙ୍କ ଓଡ଼ିଆ ଶବ୍ଦ ତତ୍ୱ ବୋଧ ଅଭିଧାନ ର ମୁଦ୍ରନ କରିଥିଲେ।ତାଙ୍କର ପ୍ର ଚେଷ୍ଟା ରେ ପୁର୍ଣ ଚନ୍ଦ୍ର ଭାଷା କୋଷ ର ୫ ମ୍ ଖଣ୍ଡ ,ଜଗବନ୍ଧୁ ଙ୍କ ପ୍ରାଚିନ୍ ଉତ୍କଳ,ଓ ଗୋପାଳ କୃଷ୍ଣ ପଦ୍ୟା ବଳି ପ୍ରକାଶିତ ହୋଇ ପାରିଥିଲା। କଟକ ବଡ଼ ମେଡିକାଲ ମଧ୍ୟ ତାଙ୍କରି ସମୟ ରେ ହିଁ ସ୍ଥାପିତ୍ ହୋଇଥିଲା । ଏଇ ପ୍ରଥିତ୍ ଯଶାସ୍ଵ ,ମହାନ ତ୍ୟାଗି ତଥା ଦେଶ ପ୍ରେମୀ ଙ୍କର ୧୯୭୪ ମସିହା ମେ ମାସ ୨୫ ତାରିଖ ରେ ମହା ପ୍ରୟାନ୍ ଘଟି ଥିଲା।