Odisha news

କାହା ସ୍ୱାର୍ଥରେ ଉଠାଜଳ ସେଚନ ବ୍ୟବସ୍ଥା : ଯନ୍ତ୍ରୀ ନା ଠିକାଦାର ୫ଟି ଚକନାଳୀ ପାଇଁ ୫ ଟି ବୋରିଙ୍ଗ୍ ୩ ବର୍ଷ ଧରି ଅଚଳ, ସମସ୍ୟାରେ ଚାଷୀ

ମାହାଙ୍ଗା : ରାଜ୍ୟ ସରକାର କୃଷକଙ୍କ ନିମନ୍ତେ କାଳିଆ ଯୋଜନାଠାରୁ ଆରମ୍ଭ କରି ମଣ୍ଡିରେ ଧାନ ବିକ୍ରି ବ୍ୟବସ୍ଥା କରିଥିଲା ବେଳେ ଚାଷୀଙ୍କ ଚାଷକ୍ଷେତକୁ କିଭଳି ଜଳସେଚନର ବ୍ୟବସ୍ଥା କରାଯାଉ ଚାଷୀମାନଙ୍କ ସମସ୍ୟାକୁ ଦୂର କରାଯାଇ ପାରିବ ସେଥିପ୍ରତି ଆଖିବୁଜି ଦେଇଛନ୍ତି । ଏହାର ଉଦାହରଣ ପାଲଟିଛି ମାହାଙ୍ଗ । କେନାଲ ଅଛି । କେନାଲରେ ପ୍ରତିବର୍ଷ ପାଣି ଆସୁଛି । କେନାଲଗୁଡିକର ମରାମତି, ସଫେଇ, ଗାଡ୍ୱାଲ ନିର୍ମାଣ ପାଇଁ ଜଳସଂପଦ ବିଭାଗ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି ହେଲେ କେନାଲର ଶେଷ ମୁଣ୍ଡକୁ ପାଣି ଯାଉ ନାହିଁ ।

ଏଭଳି ପରିସ୍ଥିତି ଉପୁଜଛି ଯେ ଅଭିଯୋଗ କଲେ ମଧ୍ୟ ଜଳସେଚନ ବିଭାଗର କର୍ମଚାରୀ ଶୁଣୁ ନାହାଁନ୍ତି । କାଡା କେନାଲ ଅଛି ସେ କେଉଁଠି ପୋତାଯାଇ ରାସ୍ତା ହୋଇ ଗଲାଣିତ କେଉଁଠି ବାଟ ହିଡରେ ପରିଣତଃ ହେଲା । ବିଭାଗ ଅଛି ଯନ୍ତ୍ରୀ ବି ଅଛନ୍ତି ହେଲେ କାମରେ ଦେଖାନାହିଁ । ଯାହାକି ମାହାଙ୍ଗା ବ୍ଲକରେ ଦେଖିବାକୁ ମିଳିଛି । ଏହି ବ୍ଳକର ନାହାଙ୍ଗ ପଞ୍ଚାୟତରେ ଡିହୀଗୋପ ଗ୍ରାମରେ ଉଠାଜଳ ସେଚନ ନିଗମ ପକ୍ଷରୁ ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ ୨୦୧୮ ମସିହାରେ ୮ ନମ୍ବର କେନାଲ ୮ ଜି ୩/୪ ଶାଖା କେନାଲ । ଯାହାକି ନାହାଙ୍ଗଠାରୁ ବାହାରି ଡିହୀଗୋପ ଗ୍ରାମ ଦେଇ ଯାଇଅଛି ।

କେନାଲ ଶେଷ ମୁଣ୍ଡକୁ ପାଣି ନଯିବାରୁ ଉଠାଜଳସେଚନ ବିଭାଗ ତରଫରୁ ୫ ଟି କେନାଲର ଆରମ୍ଭ ମୁଣ୍ଡରେ ବୋରିଂ ଖୋଳାଯାଇ ମଟର ସଂଯୋଗ କରାଯାଇ ପାଣି ଉଠାଯାଇ ଚାଷୀଙ୍କ ଜମିକୁ ଜଳସେଚନ ବ୍ୟବସ୍ଥା କରାଯାଇଥିଲା । ଏଥି ନିମନ୍ତେ ସ୍ୱତନ୍ତ୍ର ବିଦୁ୍ୟତ ଟ୍ରାନ୍ସଫରମର ସ୍ଥାପନ କରାଯାଇଥିଲା । ହେଲେ ଉଠାଜଳସେଚନ ପାଇଁ ଲଗାଯାଇଥିବା ପାଣି ମୋଟର ଗୁଡିକ ନିମ୍ନମାନର ହୋଇଥିବାରୁ ମଟର ସ୍ଥାପନର ୬ ମାସ ମଧ୍ୟରେ ସେଗୁଡିକ ଅଚଳ ହୋଇ ଯାଇଅଛି ।

ଫଳରେ ଉକ୍ତ ଅଂଚଳରେ ଚାଷୀମାନେ ଦୀର୍ଘ ୨ ବର୍ଷରୁ ଉଦ୍ଧ୍ୱର୍ ହେବ ଜଳ ସେଚନ ସୁବିଧାରୁ ବଞ୍ଚôତ ହୋଇଥିବା ଡିହୀଗୋପ ଅଂଚଳର ଚାଷୀ ଶ୍ରୀନିବାସ ଭୂୟାଁ, ବୀରବର ଭୂୟାଁ, ମହେନ୍ଦ୍ର ପରିଡା, ଅଜୟ ପ୍ରଧାନ, ପ୍ରଫୁଲ୍ଲ କୁମାର ସ୍ୱାଇଁ ପ୍ରମୁଖ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କାହା ସ୍ୱାର୍ଥରେ ଉଠା ଜଳସେଚନ ବ୍ୟବସ୍ଥା , ଯନ୍ତ୍ରୀ ନା ଠିକାଦାର । ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ତୁରନ୍ତ ଅଚଳ ମଟରକୁ ସଚଳ କରାଯିବା ସହିତ ଏହି ଘଟଣାରେ ସଂପୃକ୍ତି ଥିବା ଯନ୍ତ୍ରୀ ଓ ଠିକାଦାରଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

Nalco

Comments are closed.