Odisha news

ବିଶିଷ୍ଟ ଶିକ୍ଷାବିତ , ସାରସ୍ୱତ ସାଧକ ତଥା ରାଜନେତା ରବିନ୍ଦ୍ର ସାହୁଙ୍କ ପରଲୋକ : ବିଭିନ୍ନ ମହଲରେ ଶୋକ

ନିଶ୍ଚିନ୍ତକୋଇଲି :ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ଶିକ୍ଷାବିତ୍, ସାରସ୍ୱତ ସାଧକ ତଥା ରାଜନେତା ରବିନ୍ଦ୍ର କୁମାର ସାହୁ(୭୬)ଙ୍କର ଆଜି ମଧ୍ୟାହ୍ନରେ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ପରଲୋକ ହୋଇଯାଇଛି । ପ୍ରକାଶ ଯେ ସ୍ୱର୍ଗତ ରବିନ୍ଦ୍ର କୁମାର ସାହୁ ଜଣେ ଆଦର୍ଶ ଶିକ୍ଷକ, ରଜନେତା, ସାରସ୍ୱତ ସାଧକ ଓ ସମାଜସେବୀ ଭାବରେ ବିଭିନ୍ନ ଅନୁଷ୍ଠାନରେ ପଦପଦବୀରେ ରହି ଦକ୍ଷତାର ସହ କାର୍ଯ୍ୟକରି ବହୁ ସୁନାମ ଅର୍ଜନ କରିଛନ୍ତି । ସେ ମାହାଙ୍ଗା ଶିକ୍ଷକ ମହାସଘଂର ସଂପାଦକ, ବୈଷ୍ଣବପାଣି ସ୍ମୃତି କମିଟିର ସାଧାରଣ ସଂପାଦକ, ମାହାଙ୍ଗା ବ୍ଲକ୍ କଂଗ୍ରେସ କମିଟିର ସଭାପତି ଓ କଟକ ଜିଲ୍ଲା କଂଗ୍ରେସର ଉପସଭାପତି ଭାବେ ରହି କାର୍ଯ୍ୟକରିଥିଲେ ଓ ସର୍ବୋପରି ସେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ମତଲୁବ୍ ଅଲ୍ଲୀଙ୍କ ଘନିଷ୍ଠ ସହଯୋଗୀଭାବେ ରହି ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକରି ସୁନାମ ଅର୍ଜନ କରିଥିଲେ ।

ସେ ଗତ କିଛି ଦିନଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ହୋଇ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଆଜି ମଧ୍ୟାହ୍ନରେ ସେଠାରେ ତାଙ୍କର ପରଲୋକ ହୋଇଯାଇଛି । ତାଙ୍କ ମର ଶରୀରକ ୁ ମାହାଙ୍ଗା ଖନେ୍ଦାଳ ନିକଟରୁ ଏକ ବିରାଟ ଶୋଭାଯାତ୍ରା ମାଧ୍ୟମରେ ତାଙ୍କ ମଣିଜୋରିସ୍ଥିତ ବାସଭବନକୁ ନିଆଯାଇଥିଲା । ତାଙ୍କ ପରଲୋକ ଖବର ପାଇ ମାହାଙ୍ଗା ବିଧାୟକ ତଥା ପଞ୍ଚାୟତ ରାଜ, ଆଇନ ମନ୍ତ୍ରୀ ପ୍ରତାପଜେନା, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ମତଲୁବ୍ ଅଲ୍ଲୀଙ୍କ ପୁତ୍ର ତଥା ଆଗାମୀ ଶତାବ୍ଦୀର ସଂପାଦକ ସେକ୍ ମାସୁଦ୍ ଅଲ୍ଳୀ ତାଙ୍କ ବାସଭବନରେ ପହଞ୍ଚô ଶୋକାକୁଳ ପରିବାରକୁ ସମବେଦନା ଜଣାଇବା ସହ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାସୁମନ ଅର୍ପଣକରିବା ସହ ତାଙ୍କ ମରଶରୀରକୁ ସ୍ଥାନୀୟ ଶ୍ମଶାନକୁ କାନ୍ଧରେ ନେଇଥିଲେ ।

ସ୍ୱର୍ଗତ ସାହୁଙ୍କ ମୃତୁ୍ୟ ଖବର ପାଇ ପିସିସିର ପୂର୍ବତନ ସଂପାଦକ ପ୍ରଦିପ୍ତ ଦାସ, ମାହାଙ୍ଗା କଂଗ୍ରେସ ନେତା ଦେବେନ୍ଦ୍ର ସାହୁ, ମାହାଙ୍ଗା ବ୍ଲକ୍ ଅଧ୍ୟକ୍ଷ ଶରତ ନାୟକ, ନିଶ୍ଚିନ୍ତକୋଇଲି ବ୍ଳକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଅଶୋକ କୁମାର ଓଝା, ପୂର୍ବତନ ଅଧ୍ୟକ୍ଷ ଗିରିଶି ରଂଜନ ମହାପାତ୍ର, ପୂର୍ବତନ ସମିତି ସଭ୍ୟ ଗୌରାଙ୍ଗ ପାତ୍ର, ଯତିନ୍ଦ୍ର ସାହୁ, ଛାତ୍ରନେତା ଶେଷଦେବ ସ୍ୱାଇଁ, ସେକ୍ ସଲ୍ଲାଉଦ୍ଦିନ୍ , ତପନ କୁମାର ସେଠୀ , ସାମ୍ବାଦିକ ରଘୁନାଥ ସିଂହ, ଲକ୍ଷ୍ମୀଧର ସାହୁ, ଭାଗବତ ଷଡଙ୍ଗୀ, ହୃଶିକେଶ ସାମନ୍ତରାୟ, ପୂର୍ବତନ ଯବକଂଗ୍ରେସ ସଭାପତି ସୌକତ ଅଲ୍ଲୀ, ଜାକିରୁଦ୍ଦିନ୍ ଖାଁ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।

Comments are closed.