Odisha news

ମହାଭାରତର ରୋଚକ କଥା : ଏକଲବ୍ୟର ବଳିଦାନ ପାଇଁ ଅର୍ଜୁନ ଶ୍ରେଷ୍ଠ ଯୋଦ୍ଧା ହୋଇପାରିଲେ

0

ଏହା ମହାଭାରତ କାଳର କଥା ଅଟେ ,ଯେତେବେଳେ ଭାରତର ଗୋଟିଏ ଜଙ୍ଗଲରେ ଏକଲବ୍ୟ ନାମକ ଗୋଟିଏ ବାଳକ ନିଜ ପିତାମାତାଙ୍କ ସହିତ ରହୁଥିଲେ l ସେ ଗୋଟିଏ ଅନୁଶାସିତ ବଳକ ଥିଲା ଓ ତାର ମାତାପିତା ତାକୁ ଖୁବ ସଂସକାରୀ ଭାବରେ ଗଢ଼ିଥିଲେ l ଏକଲବ୍ୟ ଧନୁର୍ବିଦ୍ୟାରେ ଖୁବ ରୁଚି ରଖିଥିଲା l କିନ୍ତୁ ଜଙ୍ଗଲରେ ଏହାକୁ ସାଧନ କରିବା ସହଜ ନଥିଲା l ତେଣୁକରି ସେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପାଖରୁ ଧନୁର୍ବିଦ୍ୟା ଶିଖିବାକୁ ଚାହୁଁଥିଲା l ଗୁରୁ ଦ୍ରୋଣାଚାର୍ଯ୍ୟ ସେତେବେଳେ ରାଜକୁମାର ଅର୍ଥାତ ପାଣ୍ଡବ ଓ କୌରବ ମାନଙ୍କୁ ଧନୁର୍ବିଦ୍ୟା ଶିକ୍ଷା ଦେଉଥିଲେ ଓ ସେ ପିତାମହ ଭୀଷ୍ମଙ୍କୁ ବଚନ ଦେଇଥିଲେ ଯେ ରାଜକୁମାରଙ୍କ ବ୍ୟତୀତ ଅନ୍ୟ କାହାକୁ ଧନୁର୍ବିଦ୍ୟା ଶିଖାଇବେ ନାହିଁ l

ଯେତେବେଳେ ଏକଲବ୍ୟ ନିଜର ନିବେଦନ ନେଇ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପାଖକୁ ଆସିଲା ,ସେ ଏହାକୁ ଗୋଟିଏ ବିବସତl କହି ଫେରାଇ ଦେଲେ l ଏହି କଥାକୁ ନେଇ ଏକଲବ୍ୟ ଅତ୍ୟନ୍ତ ଦୁଖୀ ହୋଇଥିଲା ,କିନ୍ତୁ ସେ ପଣ କରିଥିଲା ଯେ ଦ୍ରୋଣାଚାର୍ଯ୍ୟଙ୍କୁ ନିଜର ଗୁରୁ କରିବା l ଶାରୀରିକ ଭାବରେ ଗୁରୁଙ୍କର ଅନୁପସ୍ଥିତି କାରଣରୁ ସେ ଗୋଟିଏ ଦ୍ରୋଣଙ୍କର ମାଟିର ମୂର୍ତି ତିଅରିକଲା l ସେହି ମାଟି ମୂର୍ତ୍ତିକୁ ନିଜର ଗୁରୁ ଭାବରେ ସିଉକାର କରି ଧନୁର୍ବିଦ୍ୟା ଶିକ୍ଷା କଲା l ଦେଖୁଦେଖୁ ସେ ଗୋଟିଏ ଯୋଦ୍ଧା ହିସାବରେ ବିବେଚନା ହେଲା l

ଗୋଟିଏ ଦିନର କଥା ,ଯେତେବେଳେ ଗୁରୁ ଦ୍ରୋଣାଚାର୍ଯ୍ୟ ନିଜର ଶିଷ୍ୟ ମାନଙ୍କ ସହିତ ଧନୁର୍ବିଦ୍ୟା ଅଭ୍ୟାସ କରିବା ପାଇଁ ଜଙ୍ଗଲକୁ ଗଲେ l ତାଙ୍କ ସହିତ ଗୋଟିଏ କୁକୁର ମଧ୍ୟ ଯାଇଥିଲା l ସେହି ସମୟରେ ଏକଲବ୍ୟ ମଧ୍ୟ ଜଙ୍ଗଲରେ ଧନୁର୍ବିଦ୍ୟା ଅଭ୍ୟାସ କରୁଥିଲା l ଯେତେବେଳେ କୁକୁର ଜାଣିଲା ଜଙ୍ଗଲର ଅନ୍ୟ ପାର୍ଶ୍ୱରୁ କିଛି ଶବ୍ଦ ଆସୁଛି ସେହିଁ ପାର୍ଶ୍ୱକୁ ଯାଇ ଭୁକିବାକୁ ଲାଗିଲା l ଯାହା ଦ୍ୱାରା ଏକଲବ୍ୟର ଏକାଗ୍ରତା ଭଙ୍ଗ ହେଲା l ଏହି କାରଣରୁ କୁକୁରକୁ ଚୁପ କରିବା ପାଇଁ ତା ପାଟିକୁ ଗୋଟିଏ ବାଣ ପେଷିଲା l ଏହାପରେ କୁକୁରର ଭୁକିବ ବନ୍ଦ ହୋଇଗଲା l କୁକୁର ଗୁରୁ ଦ୍ରୋଣଙ୍କ ପାଖକୁ ଫେରି ଆସିଥିଲା l

ଯେତେବେଳେ ସେ କୁକୁରକୁ ଏହି ଅବସ୍ଥାରେ ଦେଖିଲେ ତାଙ୍କ ଆଖିକୁ ବିଶ୍ୱାସ ହେଲା ନାହିଁ ସେ ଭାବିଲେ ଏମିତିକା ଧନୁର୍ଦ୍ଧାରୀ କିଏ ଅଛି ଯିଏ ଏହିପରି ବିଦ୍ୟା ଶିଖିଛି l ଯେତେବେଳେ ସେ ଯାଇ ଦେଖିଲେ ଗୋଟିଏ ବାଳକ ହାତରେ ଧନୁତୀର ନେଇ ଅବ୍ୟାସ କରୁଛି l ସେ ତାନିକଟକୁ ଯାଇ ତାର ପରିଚୟ ପଚାରିଥିଲେ ଓ କାହାଠାରୁ ଏପରି ବିଦ୍ୟା ଶିଖିଛି କୀୱାଟର ଗୁରୁ l ଏକଲବ୍ୟ ଦ୍ରୋଣଙ୍କୁ ପ୍ରଣାମ କରି ଦ୍ରୋଣଙ୍କ ମୂର୍ତି ଆଡକୁ ହାତ ଦେଖାଇ କହିଥିଲା ସିଏ ହେଉଛନ୍ତି ତାର ଗୁରୁ l ଏହା ସୁନୀଲ ପରେ ଦ୍ରୋଣାଚାର୍ଯ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ l

ଗୁରୁ ଦ୍ରୋଣ ଅର୍ଜୁନଙ୍କୁ ବଚନ ଦେଇଥିଇଲେ ଯେ ତାଙ୍କଠାରୁ ବଡ଼ ଧନୁର୍ଦ୍ଧାରୀ କେହିବି ଏହି ବିଶ୍ୱରେ ହେବେ ନାହିଁ ,କିନ୍ତୁ ଏକଲବ୍ୟଙ୍କର ବିଦ୍ୟା ତାଙ୍କ ବଚନରେ ବାଧା ସୃଷ୍ଟି କରୁଥିଲା l ଅର୍ଜୁନଙ୍କୁ ମଧ୍ୟ ଦ୍ରୋଣ ଖୁବ ଭଲ ପାଉଥିଲେ  l ତେଣୁ ତାଙ୍କ ମନକୁ ଗୋଟିଏ କଥା ଆସିଲା ତାପରେ ସେ ଏକଲବ୍ୟ ନିକଟକୁ ଯାଇ କହିଲେ ,”ଵସ୍ଚ୍ୟ ତମେ ମୋଠାରୁ ସିକ୍ଷତା ଗ୍ରହଣ କଲ କିନ୍ତୁ ମୋତେବି ଏପର୍ଯ୍ୟନ୍ତ ଗୁରୁ ଦକ୍ଷିଣ ଦେଇ ନାହିଁ l “ଏକଲବ୍ୟ ମନେର ଟିକିଏ ଦ୍ୱିଧା ନରଖି କହିଲେ କୁହନ୍ତୁ ହେ ଗୁରୁ ଶ୍ରେଷ୍ଠ ଆପଣଙ୍କୁ ଗୁରୁ ଦକ୍ଷିଣରେ କଣ ଦରକାର l ଦ୍ରୋଣ କାଳବିଳମ୍ବ ନକରି ଏକଲବ୍ୟଙ୍କୁ  ଗୁରୁ ଦକ୍ଷିଣ ଭାବରେ  ଡାହାଣ ହାତର ବୁଢା ଆଙ୍ଗୁଠି ମାଗିଥିଲେ l ଏହା ଶୁଣି ଏକଲବ୍ୟ ତୁରନ୍ତ ବଣିଜ ଡାହାଣ ହାତର ବୁଢ଼ାଯା ଆଙ୍ଗୁଠିକୁ କାଟି ଦ୍ରୋଣଙ୍କ ପାଦତଳେ ରଖିଦେଲେ l ଏହି ଘଟଣା କାରଣରୁ ଏକଲବ୍ୟର ନାମ ଗୋଟିଏ ଯୋଦ୍ଧା ହେବାରୁ ବଂଚିତ ହେଲା l

Leave A Reply