ଦିନେ ରୁକ୍ମଣୀ କୃଷ୍ଣଙ୍କୁ ଭୋଜନ ପରିବେଷଣ କରି ସାରିବା ପରେ ,କିଛି ଗରମ କ୍ଷୀର ପିଇବାକୁ ଦେଲେ l କୃଷ୍ଣ ଏହି ଗରମ କ୍ଷୀରକୁ ଋକ୍ମଣୀଙ୍କ ହାତରୁ ନେଉ ନେଉ ତାଙ୍କ ଦେହରେ କିଛି ଢାଳି ହୋଇଗଲା ତୁରନ୍ତ ତାଙ୍କ ଶ୍ରୀ ମୁଖରୁ ବାହାରିଲା “ହେ ରାଧେ “l ଏହା ଶୁଣିବା ପରେ ରୁକ୍ମଣୀ ଆଶ୍ଚର୍ଯ୍ୟ ହୋଇ କୃଷ୍ଣଙ୍କୁ ପଚାରିଥିଲେ “ହେ ପ୍ରଭୁ ଏମିତି କଣ ଅଛି ରାଧାଙ୍କ ପାଖରେ କି ଆପଣଙ୍କର ପ୍ରତେକଟି ନିଶ୍ୱାସରେ ରାଧାଙ୍କ ନାମ ରହିଛି l ମୁଁ ମଧ୍ୟ ଆପଣଙ୍କୁ ପ୍ରେମ କରୁଛି l କିନ୍ତୁ ମତେ ଆପଣ ଡାକନ୍ତି ନାହିଁ ,ଏହାର କାରଣ କଣ ମୁଁ ଜାଣିବାକୁ ଚାହୁଁଛି l”ଶ୍ରୀ କୃଷ୍ଣ ସ୍ମିତ ହାସ୍ୟ ଦେଇ କହିଲେ ଆପଣ କେବେ ରାଧାଙ୍କ ସହିତ ଭେଟ କରିଛନ୍ତି l ରୁକ୍ମଣୀ କହିଥିଲେ ନାଇଁ ପ୍ରଭୁ ମୁଁ କେବେ ରାଧାଙ୍କୁ ଦେଖିନି l
ଏହା ପରେ ପରଦିନ ସକାଳୁ ରୁକ୍ମଣୀ ରାଧାଙ୍କୁ ଦେଖା କରିବା ପାଇଁ ତାଙ୍କ ମହଲାକୁ ଗଲେ l ରାଧାଙ୍କ ମହଲ ବାହାରେ ଜଣେ ଅତ୍ୟନ୍ତ ସୁନ୍ଦର ସ୍ତ୍ରୀଙ୍କୁ ଦେଖିଲେ ଯାହାଙ୍କ ମୁଖ ମଣ୍ଡଳରୁ ଦିବ୍ୟଜୋତି ବାହାରୁଥିଲା l ରୁକ୍ମଣୀ ତାଙ୍କୁ ଦେଖି ଭାବିଲେ ଇଏ ବୋଧେ ହେଉଛନ୍ତି ରାଧା ତାପରେ ତାଙ୍କର ପାଦ ଛୁଇଁଲେ l ସେହି ସମୟରେ ସେହି ସ୍ତ୍ରୀ ଜଣଙ୍କ ପଚାରିଲେ ଆପଣ କିଏ ?ରୁକ୍ମଣୀ ନିଜର ପରିଚୟ ଦେଇଥିଲେ ଓ ଆସିବାର କାରଣ ମଧ୍ୟ କହିଲେ l ସେତେବେଳେ ସେହି ସ୍ତ୍ରୀ ଜଣଙ୍କ କହିଲେ ମୁଁ ରାଧାଙ୍କର ଦାସୀ ଅଟେ ,ରାଧାରାଣୀ ଆପଣଙ୍କୁ ସାତଟି ଦୁଆର ପରେ ମିଳିବେ l ରୁକ୍ମଣୀ ଗୋଟିଏ ପରେ ଗୋଟିଏ ଦୁଆର ପରିକରି ଚାଲିଥିଲେ ଓ ଅତ୍ୟନ୍ତ ସୁନ୍ଦରୀ ଦାସୀ ମାନଙ୍କୁ ଦେଖି ଭାବୁଥିଲେ ଯାହାର ଦାସୀ ମାନେ ଅଟେ ସୁନ୍ଦର ସେ କେତେ ସୁନ୍ଦର ହୋଇ ନଥିବେ l
ଏହା ଭାବି ଭାବି ରୁକ୍ମଣୀ ରାଧାଙ୍କ କକ୍ଷରେ ପହଁଚିଲେ l କିଅକ୍ଷର ପହଁଚି ରାଧାଙ୍କୁ ଦେଖିଲେ ଯାହାଙ୍କ ମୁଖ ମଣ୍ଡଳରେ ସୂର୍ଯ୍ୟଙ୍କ ଠାରୁ ବି ତେଜ ରହିଥିଲା ଓ ଅପରୂପ ସୌନ୍ଦର୍ଯ୍ୟର ଅଧିକାରିଣୀ ଥିଲେ ସେ l ରୁକ୍ମଣୀ ତାଙ୍କ ପାଦତଳେ ପଡି ତାଙ୍କୁ ସ୍ରଷ୍ଟାଙ୍ଗ ପ୍ରଣିପାତ କରିଥିଲେ l ଯେତେବେଳେ ସେ ରାଧାଙ୍କୁ ପ୍ରଣାମ କରି ଉଠିଲେ ଦେଖିଲେ ଯେ ରାଧାଙ୍କର ସମ୍ପୂର୍ଣ୍ଣ ଶରୀରରେ ଫୋଟକା ହୋଇ ଯାଇଛି l ଏହା ପରେ ରୁକ୍ମଣୀ ରାଧାଙ୍କୁ ପଚାରିଲେ ଆପଣଙ୍କ ଶରୀରରେ ଫୋଟକା କିପରି ହେଲା ?ତାହା ଶୁଣି ରାଧା କହିଲେ ଦେବୀ କଲି ରାତିରେ କେଶବ ଯେଉଁ ଗରମ କ୍ଷୀର ପିଉଥିଲେ ସେହି କ୍ଷୀର ଅଧିକ ଗରମ ଥିବା ହେତୁ ତାଙ୍କର ଛାତିରେ ଫୋଟକା ହୋଇଯାଇଛି l
ଯେହେତୁ ତାଙ୍କ ହୃଦୟରେ ମୁଁ ବାସ କରୁଛି ତେଣୁ ମୋ ପୋଡିଯିବାଟା ସ୍ୱାଭାବିକ ଅଟେ l ଏହାପରେ ରୁକ୍ମଣୀ ଚିନ୍ତା କଲେ ସେ କୃଷ୍ଣଙ୍କର ନିକଟରେ ରହି ମଧ୍ୟ ଏହାର ପ୍ରଭାବ ରାଧାଙ୍କ ଉପରେ ପଡିଛି l ତେଣୁ ସେ ନିଜକୁ ଲଜିତ ମାନେ କଲେ ଓ କହିଲେ ରାଧା ମୋତେ କ୍ଷମା କର ସାରା ବ୍ରହ୍ମାଣ୍ଡରେ କେହି ତମ ସ୍ଥାନ କେଶବଙ୍କ ହୃଦୟରେ ନେଇ ପାରିବ ନାହିଁ l ଆଜି ମୁଁ ଭାବୁଛି କୃଷ୍ଣ ସବୁବେଳେ ପ୍ରତେକଟି ଯନ୍ତ୍ରଣାରେ ତମକୁ କାହିଁକି ମାନେ ପକାନ୍ତି l ତମେ ମହାନ ଅଟ l ଏହାକହି ରୁକ୍ମଣୀ ନିଜ ମହଲକୁ ଫେରି ଆସିଥିଲେ l