ମହାଭାରତରେ କର୍ଣ ଜଣେ ଶକ୍ତି ଶାଳୀ ଓ ଦାନୀ ଭାବରେ ପରିଚିତ l କର୍ଣ ଜଣେ ସତ୍ୟ ଓ ନିଷ୍ଠାବାନ ବ୍ୟକ୍ତି ଥିଲେ l ତାସହିତ ସେ ଜଣେ କୁଶଳ ଯୋଦ୍ଧା , ଭଲ ବନ୍ଧୁ , ଦାନବୀର ଥାଇ ମଧ୍ୟ ସାରା ଜୀବନ ତାଙ୍କୁ ନିଜ ପରିବାର ଠାରୁ ଦୁରେଇ ରହିବାକୁ ପଡିଥିଲା l ତାଙ୍କୁ ଜୀବନ ସାରା ଅପମାନ ମଧ୍ୟ ସହିବାକୁ ପଡିଥିଲା l କିନ୍ତୁ ଏହା ପରେ ମଧ୍ୟ କର୍ଣ ଧର୍ଯ୍ୟ ଓ ସଂଜମ ତ୍ୟାଗ କରିନଥିଲେ l
ସେହିସମୟରେ ମଧ୍ୟ ଯେତେବେଳେ ସ୍ୱୟଂ ଇନ୍ଦ୍ର ତାଙ୍କର କୁଣ୍ଡଳ ଓ କବଚ ନେବା ପାଇଁ ସ୍ୱର୍ଗରୁ ପୃଥିବୀକୁ ଆସିଥିଲେ l ଯନ୍ତ୍ରଣା ସହି ମଧ୍ୟ କର୍ଣ ହସି ହସି ନିଜର କୁଣ୍ଡଳ ଓ କବଚ ଇନ୍ଦ୍ର ଙ୍କୁ ଦେଇ ଥିଲେ l
ଦ୍ରୌପଦୀଙ୍କ ସହିତ ବିବାହ କରିବାକୁ ଚାହୁଁଥିଲେ
କର୍ଣ ଦ୍ରୌପଦୀଙ୍କ ସହିତ ବିବାହ କରିବାକୁ ଇଚ୍ଛା କରିଥିଲେ , କିନ୍ତୁ ନିୟତିକୁ କିଛି ଅଲଗା ମଂଜୁର ଥିଲା l ସୁତପୁତ୍ର ହୋଇଥିବା କାରଣରୁ କର୍ଣ ଦ୍ରୌପଦୀଙ୍କୁ ବିବାହ କରିପାରିନଥିଲେ l ଦ୍ରୌପଦୀଙ୍କୁ ବିବାହ କରି ନପାରିବାରୁ କର୍ଣ ଙ୍କୁ ଏହା କଷ୍ଟ ଦେଇଥିଲା l କର୍ଣ ଙ୍କ ଦୁଃଖ ତାଙ୍କ ପିତା ଅଧିରଥ ଦେଖିପାରିନଥିଲେ , ତେଣୁ ସେ କର୍ଣ ଙ୍କର ବିବାହ କରାଇବାର ନିର୍ଣ୍ଣୟ ନେଲେ l ଜନ୍ମ ପରେ କୁନ୍ତୀ ଲୋକ ଲଜ୍ୟାରୁ ରକ୍ଷା ପାଇବା ପାଇଁ ସୂର୍ଯ୍ୟପୁତ୍ର କର୍ଣ ଙ୍କୁ ପାଣିରେ ଭସେଇ ଦେଇଥିଲେ l ଗୋଟିଏ ସୁତ ପରିବାର କର୍ଣ ଙ୍କୁ ପାଣିରୁ ଉଦ୍ଧାର କରି ଲାଳନପାଳନ କରିଥିଲେ l ତେଣୁ କର୍ଣ ଙ୍କୁ ସୁତାପୁତ୍ର କୁହାଯାଏ l କାରଣ ଙ୍କ ପିତା ଅଧିରଥ ରଥ ନିର୍ମାଣ କାର୍ଯ୍ୟରେ ନିପୁଣ ଥିଲେ l
ଦୁର୍ଯ୍ୟୋଧନଙ୍କ “ସାରଥୀ” ର ଭଉଣୀଙ୍କୁ କରିଥିଲେ ବିବାହ
କର୍ଣଙ୍କ ପିତା ବିବାହ ପାଇଁ ଗୋଟିଏ ଯୋଗ୍ୟ କନ୍ୟା ପତ୍ରୀ କର୍ଣ ଙ୍କ ପାଇଁ ଖୋଜିବାକୁ ଆରମ୍ଭ କଲେ l ଅଧିରଥ ଙ୍କ ନଜରରେ ଦୁର୍ଯ୍ୟୋଧନ ଙ୍କ ସାରଥୀ ସତ୍ୟ ସେନର ଭଉଣୀ ରୂସଲି ଗୋଟିଏ ଠିକ କନ୍ୟା ପତ୍ରୀ ଥିଲା l ସେ କର୍ଣ ଙ୍କର ବିବାହ ରୂସଲି ସହିତ ସ୍ଥିର କଲେ l ଯେତେବେଳେ ଅଧିରଥ କର୍ଣ ଙ୍କୁ ରୂସଲୀଙ୍କୁ ବିବାହ କରିବାକୁ କହିଥିଲେ କର୍ଣ ତୁରନ୍ତ ରାଜି ହୋଇଯାଇଥିଲେ l କାରଣ କର୍ଣ ଜଣେ ଆଜ୍ଞାକାରୀ ଓ ଯୋଗ୍ୟ ପୁତ୍ର ଥିଲେ l ରୂସଲି ଓ କର୍ଣ ଙ୍କ ବିବାହ ଖୁବ ଧୁମ ଧାମ ରେ ହୋଇଥିଲା l