କର୍ଣ୍ଣ ମହାଭାରତର ଗୋଟିଏ ମହାନ ଯୋଦ୍ଧା ଓ ମହାନ ବ୍ୟକ୍ତି ଥିଲେ, ଯାହାଙ୍କ ବିନା ମହାଭାରତ ଯୁଦ୍ଧ ଅସମ୍ପୂର୍ଣ ଅଟେ l କର୍ଣ୍ଣ ବୀର ଯୋଦ୍ଧା ସହିତ ମହା ଦାନୀ ମଧ୍ୟ ଥିଲେ , କୁହାଯାଏ ଯେ କଦାପି କେହି କର୍ଣ୍ଣ ଙ୍କ ନିକଟକୁ କିଛି ମାଗିବାକୁ ଯାଇ ଖାଲି ହାତରେ ଫେରି ନଥାଏ l
କର୍ଣ୍ଣ କୁନ୍ତୀ ଙ୍କୁ ବଚନ ଦେଇଥିଲେ ଯେ ସେ ଅର୍ଜୁନ ଙ୍କୁ ଛାଡି କୌଣସି ପାଣ୍ଡଵ ଙ୍କ ଉପରେ କଦାପି ବାଣ ଚଳାଇବେ ନାହିଁ , କିନ୍ତୁ କଣ ଆପଣ ଜାଣିଛନ୍ତି ମୃତ୍ୟୁ ପରେ ଗୋଟିଏ ରାତି ପାଇଁ କର୍ଣ୍ଣ ପୁନର୍ବାର ଜୀବିତ ହୋଇ ଯାଇଥିଲେ l
ମହାଭାରତ ଯୁଦ୍ଧ ସମାପ୍ତ ହେବା ର ଅନେକ ବର୍ଷ ପରେ ମା କୁନ୍ତୀ ବେଦ ବ୍ୟାସ ଋଷି ଙ୍କୁ କର୍ଣ୍ଣ ଙ୍କୁ ଦେଖିବା ପାଇଁ ଅନୁରୋଧ କରିଥିଲେ l ଏହାପରେ ବେଦବ୍ୟାସ ଙ୍କ ନିର୍ଦେଶ କ୍ରମେ ଗଙ୍ଗା କୁଳ ରେ ଏକତ୍ରିତ ହୋଇଥିଲେ ଏବଂ ବେଦବ୍ୟାସ ମହାଭାରତ ଯୁଧ ରେ ମୃତ୍ୟୁ ବରଣ କରିଥିବା ବୀର ମାନଙ୍କୁ ଆବାହନ କରିଥିଲେ l ଏବଂ ସମସ୍ତ ବୀର ଙ୍କ ସହିତ ମହାଦାନୀ କର୍ଣ୍ଣ ମଧ୍ୟ ଆବିର୍ଭାବ କରିଥିଲେ l ଏବଂ ସେଠାରେ ତାଙ୍କ ମା କୁନ୍ତୀ ଙ୍କ ସହ ତାଙ୍କର ମିଳନ ହୋଇଥିଲା l