ଫାଲଗୁନ ମାସର ତ୍ରୟୋଦଶୀ ଚତୁର୍ଦ୍ଦଶୀ ତିଥି ରେ ମହାଶିବରାତ୍ରୀ ପାଳିତ ହୋଇଥାଏ । ଭୋଳା ନାଥ ଙ୍କ ର ଏହିଦିନ ଟି ହିନ୍ଦୁ ଧର୍ମରେ ଏହି ଦିନଟି ଖୁବ୍ ମହତ୍ତ୍ଵ ରଖିଥାଏ । ମାନ୍ୟତା ରହିଛି ଯେ ମହାଶିବରାତ୍ରୀ ଦିନ ଭଗବାନ୍ ଶିବଙ୍କ ଆରାଧନା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।
* ମହାଶିବରାତ୍ରୀ ରେ ଭଗବାନ୍ ଭୋଳା ଶଙ୍କର ଙ୍କୁ ଦହି ଦ୍ଵାରା ଅଭିଷେକ କରାଇଲେ ସମ୍ପତି ବୃଦ୍ଧି ହୋଇଥାଏ ।
* ମହାଶିବରାତ୍ରୀ ଦିନ ମହାଦେବ ଙ୍କୁ ଆଖୁ ରସରେ ଅଭିଷେକ କରାଇବା ଦ୍ଵାରା ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଥାଆନ୍ତି ।
* ମହାଶିବରାତ୍ରୀ ଦିନ ଶିବ ଲିଙ୍ଗ ରେ ମହୁ ଓ ଘିଅ ରେ ଅଭିଷେକ କରାଇବା ଦ୍ଵାରା ଭଲ ଫଳ ପ୍ରାପ୍ତ ହୋଇଥାଏ । ଯଦି ଆପଣ ଧନ ଲାଭ କରିବାକୁ ଚାହୁଁଛନ୍ତି ତେବେ ମହାଶିବରାତ୍ରୀ ଦିନ ମହାଦେବ ଙ୍କ ବାହାନ ନନ୍ଦୀ ଙ୍କୁ ଘାସ ଖାଇବାକୁ ଦିଅନ୍ତୁ ।
* ମହାଶିବରାତ୍ରୀ ଦିନ ସନ୍ଧ୍ୟାରେ ମହା ମୃତ୍ୟୁଞ୍ଜୟ ମନ୍ତ୍ର ୧୦୮ ଥର ଜପ କରିବା ଦ୍ୱାରା କୁଣ୍ଡଳୀ ରେ ଗ୍ରହ ର ସ୍ଥିତି ଦୁର୍ବଳ ଥିଲେ ତାହା ଠିକ୍ ହୋଇ ଯାଇଥାଏ ।
* ଯଦି ବ୍ୟବସାୟ ଓ ଚାକିରୀରେ ରେ ଉନ୍ନତି କରିବାକୁ ଚାହୁଁଛନ୍ତି ଶିବ ଲିଂଗରେ ଦୁଗ୍ଧ ରେ ଅଭିଷେକ କରି ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ । ନିଜ ବ୍ୟବସାୟ ପ୍ରତିଷ୍ଠାନ ରେ ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରାନ୍ତୁ ଓ ଷଣ୍ଢ କୁ ପାଚିଲା କଦଳୀ ଓ ଦୁବଘାସ ଖାଇବାକୁ ଦିଅନ୍ତୁ ।
* ମହାଶିବରାତ୍ରି ପର୍ବ ରେ ନିଜ ପରିବାର ରୁ କଳହ ଦୂର କରିବା ପାଇଁ ମହାଦେବ ଙ୍କୁ ୧୦୮ ବେଲପତ୍ର ଅର୍ପଣ କରନ୍ତୁ ଓ ଏହି ବେଲପତ୍ର ରେ ଶ୍ଵେତ ଚନ୍ଦନ ଲଗା ହେବା ଆବଶ୍ୟକ ।