ଶୁକ୍ରବାର ଦିନଟି ମା ସନ୍ତୋଷୀଙ୍କୁ ଅର୍ପଣ କରାଯାଇଛି l ଡର୍ମିକା ମାନ୍ୟତା ଅନୁସରା ମାତା ସନ୍ତୋଷୀ ଗଣେଶଙ୍କର କନ୍ୟା ଅଟନ୍ତି l ଶୁକ୍ରବାର ଦିନ ତାଙ୍କର ବ୍ରତ ବିଧିବଦ୍ଧ ଭାବରେ କରିବା ଦ୍ୱାରା ସମସ୍ତ ମନସ୍କାମନା ପୁର୍ଣ ହୋଇଥାଏ ବୋଲି ପୌରାଣିକ ମାନ୍ୟତା ରହିଛି l ପୁରାଣ କଥା ଅନୁସାରେ ମା ସନ୍ତୋଷୀ ନୀତି ନିୟମରେ ପୂଜା କଲେ ସମସ୍ତ ମନସ୍କାମନା ପୁର୍ଣ କରିଥାନ୍ତି l ତାଙ୍କର କୃପା ଦୃଷ୍ଟି ରହିଲେ ଘରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ l କିନ୍ତୁ ଯଦି ତାଙ୍କ ବ୍ରତ ବିଧିରେ କିମ୍ବା ନିୟମରେ କୌଣସି ବାଧା ଉପୁଜିଲା ତେବେ ସିଏ ରୁଷ୍ଟ ହୋଇଥାନ୍ତି l
ଶୁକ୍ରବାର ଦିନ ତାଙ୍କୁ ଶ୍ରଦ୍ଧା ପୂର୍ବକ ପୂଜା କରିବା ଆବଶ୍ୟକ ,ତେଣୁ ସେହିଦିନ ବ୍ରହ୍ମ ମୁହୂର୍ତ୍ତରୁ ଉଠି ନିଜର ନିନିତ୍ୟକର୍ମ ସାରି ପୂଜା ସ୍ଥାନରେ ସଫା ସୁତୁରା କରି ସନ୍ତୋଷୀ ମାତାଙ୍କୁ ସ୍ଥାପନ କରନ୍ତୁ l ଏହା ପରେ ଗୋଟିଏ କଳସ ତାଙ୍କର ବାମ ପାର୍ଶ୍ୱରେ ଜଳ ଭାରି ସ୍ଥାପନ କରନ୍ତୁ l ମା ସନ୍ତୋଷିଙ୍କର ଗୁଡା ଓ ଚଣା ପ୍ରିୟ ପ୍ରସାଦ ଅଟେ l ମାଙ୍କୁ ଘିଅ ଦୀପ ପ୍ରଜ୍ୱଳିତ କରି ଆଳତି କରନ୍ତୁ l ଏହାପରେ ତାଙ୍କ ନିକଟରେ ଗୁଡା ଓ ଚଣାର ପ୍ରସାଦ ଲଗାଇ ତାଙ୍କ ଚାଳିଶ ପାଠ କରନ୍ତୁ l ତାଙ୍କର ପୂଜା ସମ୍ପର୍ଣ କରିବା ପରେ ପରିବାର ସଦସ୍ୟଙ୍କୁ ପ୍ରସାଦ ବାଣ୍ଟନ୍ତୁ l ମା ସଂତୋଷୀ ଅତି ସରଳତାର ସହିତ ସମସ୍ତଙ୍କ ଡାକ ଶୁଣିଥାନ୍ତି ,କିନ୍ତୁ ଯଦି ତାଙ୍କ ପୂଜାରେ ବିଘ୍ନ ଉପୁଜେ ତେବେ ସେ କ୍ଷମା ଦିଅନ୍ତି ନାହିଁ l
ଏହି ଦିନ ଆପଣ କୌଣସି ଖଟା ଜିନିଷ ସେବନ କରିବେ ନାହିଁ l ଦୟାନ ରଖିବେ ଆପଣଙ୍କ ପରିବାରରେ ମଧ୍ୟ ଯେପରି କେହି ଖଟା ନଖାନ୍ତି l ଯଦି ପାରୁଛନ୍ତି ଏହି ଦିନ କିଛି ଭୋକିଲା ଲୋକଙ୍କୁ ଅର୍ଣ୍ଣ ଦାନ କରନ୍ତୁ ଏହା ଦ୍ୱାରା ଆପଣଙ୍କ ଘରକୁ ସୁଖ ଓ ସମୃଦ୍ଧି ଫେରିବା ସହିତ ଶାନ୍ତି ମଧ୍ୟ ବଜାଇ ରହିବ l ଅଧିକାଂଶ ଲୋକ ମାଙ୍କ ପାଖରେ ୧୬ ଟି ଶୁକ୍ରବାର ସଂକଳ୍ପ କରି ବ୍ରତ କରିଥାନ୍ତି ,ଆଉ କେହି କେହି ୧୧ ଟି କିମ୍ବା ୭ ଟି ଶୁକ୍ରବାର ବ୍ରତ କରନ୍ତି l ଯଦି ଆପଣ ଚାହିଁବେ ସଂକଳ୍ପ କରି ଯେତୋଟି ଶୁକ୍ରବାର କରି ପାରିବେ l ମାଙ୍କର ଆଶୀର୍ବାଦ ରହିଲେ ପିଲାମାନଙ୍କର ଶିକ୍ଷାରେ ଉନ୍ନତି ହେବ ସହିତ ଚାକିରୀ କ୍ଷତ୍ରରେ ପଦଉନ୍ନତି ହୋଇଥାଏ l ସନ୍ତୋଷୀ ମାତା ଆମମାନଙ୍କର ସମସ୍ତ ଇଛା ପୁରାଣ କରିଥିବା ହେତୁ ତାଙ୍କୁ ଦୟାର ଦେବୀ ବୋଲି କୁହାଯାଏ l