କୁହାଯାଏ ଯେ ଯଦି ଆପଣ ନିଶ୍ୱାସ ନେବା ସମୟରେ କୌଣସି ଅସୁବିଧା ହେଉନାହିଁ ତେବେ ଜାଣି ନିଅନ୍ତୁ ଯେ ଆପଣଙ୍କ ଶ୍ୱାସ ନଳୀ ସୁସ୍ଥ ଅଛି ଏବଂ ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ଠିକ ଅଛି କିନ୍ତୁ ଏହା ସତ୍ୱେ ମଧ୍ୟ ଲୋକମାନେ ନିଜପ୍ରତି ଯତ୍ନଶୀଳ ହୋଇ ନଥାନ୍ତି l ନିମକତାରେ ହୋଇଥିବା ଏକ ଅଧୟନ ଅନୁସାରେ କୁହାଯାଇଛି ଯେ ଧୁମ୍ରପାନ ଶ୍ୱାସ କ୍ରିୟାର ଅସୁବିଧା କରାଇବାରେ ଗୋଟିଏ ବଡ଼ କାରଣ ଅଟେ l
ସେଥିପାଇଁ ବିଶେଷ କରି ଫୁସଫୁସ ଓ ଶ୍ୱାସ ନଳୀର ଯତ୍ନ ନେବା ଆବଶ୍ୟକ l କାରଣ ଶରୀର ଚାଲିବ ପାଇଁ ଅକ୍ସିଜେନର ଆବଶ୍ୟକତା ରହିଛି l ଫୁସଫୁସର କାମକୁ ନେଇ ମଣିଷ ନିଜ ଶରୀରରେ ଅମ୍ଳଜାନ ସଠିକ ମାତ୍ରାରେ ପାଇଥାଏ l ଯଦି ଆପଣଙ୍କ ଶରୀରରେ ଅମ୍ଳଜାନର ସ୍ତର ଠିକ ନରୁହେ ତେବେ ଆପଣ ବଞ୍ଚିବାର ସମ୍ଭାବନା ରହି ନଥାଏ l ବର୍ତମାନ ପରିସ୍ଥିତିରେ କରୋନା ସଂକ୍ରମିତ ହୋଇ ଅଧିକାଂଶ ଲୋକ ଅମ୍ଳଜାନ ସଂକଟରେ ପଡି ମୃତ୍ୟୁବରଣ କରୁଛନ୍ତି l ସେଥିପାଇଁ ଫୁସଫୁସକୁ ପ୍ରଥମେ ସୁସ୍ଥ ରଖିବା ଆବଶ୍ୟକ l
ନିକଟରେ ହୋଇଥିବା ଆୟୁର୍ବେଦରେ ଗୋଟିଏ ଗବେଷଣା ଅନୁସାରେ କିଛିଟା ଆୟୁର୍ବେଦ ଜିନିଷକୁ ନେଇ ଗୋଟିଏ ଲେପ ପ୍ରସ୍ତୁତ କରି ସୂଂଗିବା ଦ୍ୱାରା ଫୁସଫୁସର ବିଭିନ୍ନ ସଂକ୍ରମଣ ଦୂର ହୋଇ ପାରିବ l
ଅଧା ଚାମଚ ହଳଦୀ ଗୁଣ୍ଡ ,୬ ଟି ରସୁଣ ପାଖୁଡା ,ଫାଳେ ପିଆଜକୁ ନେଇ ଗ୍ରାଇଣ୍ଡି କରି ନିଅନ୍ତୁ l ଏଥିରେ ସାମାନ୍ୟ ଅର୍କ ମିଶାନ୍ତୁ ,ଏହାକୁ ଗୋଟିଏ ଲେପ ଭାବରେ ପ୍ରସ୍ତୁତ କରି ଛାତିରେ ଲଗାଇବା ସହିତ ନାକରେ ମଧ୍ୟ ସୁଙ୍ଗନ୍ତୁ l ଏପରି କରିବା ଦ୍ୱାରା ଫୁସଫୁସ ସମ୍ବଧୀୟ ସମସ୍ୟା ଦୂର ହେବ l