ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଲରୁ ନିକଟରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି l ଏଠାରେ ଗୋଟିଏ ସ୍ତ୍ରୀ ନିଜ ବିବାହର ତିନିବର୍ଷ ପରେ ନିଜ ସ୍ୱାମୀଙ୍କ ବିବାହ ତାଙ୍କର ପୂର୍ବ ପ୍ରେମିକ ସହିତ କରାଇବାରେ ସାହାଯ୍ୟ କରିଥିଲେ l ଆଶ୍ଚର୍ଯ୍ୟର କଥା ଏହା ଯେ ବ୍ୟକ୍ତି ଜଣଙ୍କ ନିଜ ସ୍ତ୍ରୀ ଓ ପୂର୍ବ ପ୍ରେମିକ ଉଭୟଙ୍କ ସହିତ ସମ୍ବଦ୍ଧ ରଖିବାକୁ ଚାହୁଁଥିଲା l କିନ୍ତୁ ଭାରତୀୟ କାନୁନ ଏହା ମାନିବାକୁ ଠିକ ଭାବେ ନାହିଁ l ଏହା ପରେ ମହିଳା ଜଣଙ୍କ ଗୋଟିଏ ବଡ଼ ପଦକ୍ଷପ ଉଠାଇ ନିଜ ସ୍ୱାମୀଙ୍କ ବିବାହ ନିଜ ପ୍ରେମିକ ସହିତ କରାଇ ଦେଲେ l
ମହିଳାଙ୍କ ଓକିଲ ଦେଇଥିବା ସୂଚନା ଅନୁସାରେ ବ୍ୟକ୍ତି ଜଣଙ୍କ ଦୁଇଜଣଙ୍କ ସହିତ ସମ୍ବଦ୍ଧ ରଖିବାକୁ ଚାହୁଁଥିଲେ ,ଯାହାକି ଭାରତୀୟ ନିୟମ ବିରୁଦ୍ଧ ଅଟେ l ମହିଳା ଜଣଙ୍କ ନିଜ ସ୍ୱାମୀଙ୍କୁ ଛାଡପତ୍ର ଦେଇଥିଲେ ଓ ପ୍ରେମିକ ସହିତ ବିବାହ କରାଇ ଦେଇଥିଲେ l ବର୍ତ୍ତମନ ତାଙ୍କ ଓକିଲ କହିଛନ୍ତି ଯେ ସ୍ୱାମୀ ଜଣଙ୍କ ମହିଳାଙ୍କ ଇଛା ବିରୁଦ୍ଧରେ କୌଣସି ଅବହେଳା କରି ପାରିବେ ନାହିଁ l କାରଣ ସେ ଓକିଲଙ୍କ ପାଖରେ ତଥ୍ୟ ପ୍ରଦାନ କରିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ ଭରଣା ପୋଷଣ ବାବଦରେ ଆର୍ଥିକ ସହାୟତା ଦେଇ ନାହାନ୍ତି l ଯଦି ତାଙ୍କ ସ୍ୱାମୀ ଏପରି କିଛି କଲେ ତେବେ ସେ ତାଙ୍କ ବିରୁଦ୍ଧରେ ଭରଣ ପୋଷଣ ବାବଦରେ କେଶ କରି ପାରିବେ ଯାହା ଭାରତୀୟ କାନୁନରେ ରହିଛି l