ନୂଆଦିଲ୍ଲୀ :କଥାରେ ଅଛି ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ି ଦିଅନ୍ତି l ଏହିପରି ଗୋଟିଏ ମାମଲା କୋଚିରୁ ଆସିଛି ,ଯେଉଁଠାରେ ଜଣେ ୨୪ ବର୍ଷୀୟ ଯୁବକ ତାଙ୍କ ନାମ ଅନନ୍ତୁ ବିଜୟନ ଙ୍କର ୧୨ କୋଟି ଟଙ୍କାର ଲଟେରୀ ଲାଗିଛି l ବିଜୟନ କୋଚିର ଗୋଟିଏ ମନ୍ଦିରରେ କ୍ଲର୍କ ଭାବରେ ଚାକିରୀ କରୁଥିଲେ l ସୂଚନା ଅନୁସାରେ ବିଜୟନଙ୍କର ପରିବାରର ଆର୍ଥିକ ସ୍ଥିତି ଭଲନୁହଁ l
ତାଙ୍କର ରୋଜଗାର ଏତେ ନାହିଁକି ସେ ତାଙ୍କ ପରିବାରର ଗୁଜୁରାଣ ମେଣ୍ଟାଈ ପାରିବେ l ତାଙ୍କ ପିତା ଜଣେ ରଙ୍ଗ ମିସ୍ତ୍ରୀ ଭାବରେ କାମ କରନ୍ତି l ତାଙ୍କ ଭଉଣୀ ଗୋଟିଏ ଜାଗାରେ କାମ କରୁଥିଲେ କିନ୍ତୁ ଲକଡାଉନ କାରଣରୁ ତାଙ୍କର ଚାକିରୀ ଚାଲିଗଲା l ସେ କହିଛନ୍ତି ଯେ ମୁଁ ଓଣମ ବମ୍ଫର ଲଟେରୀ ୩୦୦ ତାଙ୍କ ଦେଇ କିଣିଥିଲି l ବର୍ତ୍ତମାନ ପରିସ୍ଥିତିରେ କେରଳ ସରକାରଙ୍କର ଓଣମ ବମ୍ଫର ଲଟେରୀ ମୋର ଆର୍ଥିକ ଅବସ୍ଥାକୁ ବଦଳାଇ ଦେଇଛି l
ରବିବାର ଦିନ ସନ୍ଧ୍ୟା ବେଳେ ଏହି ଲଟେରୀର ପରିଣାମ ଘୋଷଣା କରାଯାଇଥିଲା l ବିଜୟନ ୧୨ କୋଟି ଟଙ୍କା ଶୁଣି ଆଶ୍ଚଯ୍ୟ ହୋଇଥିଲେ l ଲକଡାଉନ କାରଣରୁ ତାଙ୍କ ପରିବାରର ପରିସ୍ଥିତି ମଧ୍ୟ ଠିକ ନଥିଲା କିନ୍ତୁ ବର୍ତ୍ତମାନ ତାଙ୍କ ପରିବାର ଟିକେ ଅଶ୍ୱସ୍ଥ ଅଛନ୍ତି l ତାଙ୍କୁ ପଚାର ଯାଇଥିଲା ଯେ ଏହି ପଇସାରେ ସେ କଣ କରିବେ ସେ ଜବାବ ଦେଇଥିଲେ ବର୍ତ୍ତମାନ ମୁଁ ଏବିଷୟରେ ଚିନ୍ତା କରିନାହିଁ ,ସୁରକ୍ଷା ଦୃଷ୍ଟିରୁ ମୁଁ ଲଟେରୀ ଟିକେଟ କୁ ବ୍ୟାଙ୍କରେ ରଖିଦେଇଛି l