Odisha news

ପ୍ରଭୁ ଲିଙ୍ଗରାଜ ମନ୍ଦିର ଠାରେ ରେଡକ୍ରସ ର ସାମାଜିକ ସେବା ଓ ପ୍ରାଥମିକ ସହାୟତା ସେବା

0

ମହା ଶିବରାତ୍ରୀ ପାଳନ ଅବସରରେ,  ଭୁବନେଶ୍ଵର ର ପ୍ରଭୁ  ଲିଙ୍ଗରାଜ ମନ୍ଦିର ଠାରେ   ଦୁଇ ଦିନିଆ ସାମାଜିକ ସେବା ଓ ପ୍ରାଥମିକ ସହାୟତା  ଶିବିର ଆୟୋଜିତ ହୋଇ ଯାଇଛି ।  ଭାରତୀୟ  ରେଡ୍ କ୍ରସ୍ ସୋସାଇଟି ଓଡିଶା ରାଜ୍ୟ ଶାଖାର ଅବୈତନିକ  ସଚିବ ସିଟିଏମ ସୁଗୁଣାଙ୍କ ତତ୍ତ୍ଵାବଧାନରେ  ଭକ୍ତ ମାନଙ୍କୁ ବିଭିନ୍ନ ପ୍ରକାରର ସେବା ଯେପରିକି ପାନୀୟ ଜଳ ବଣ୍ଟନ, ପ୍ରାଥମିକ  ସହାୟତା , ଜଳ ଛିଞ୍ଚିବା ସେବା, ଷ୍ଟ୍ରେଚର୍ ସେବା ଇତ୍ୟାଦି ଯୋଗାଇ ଦିଆଯାଇଥିଲା |

ଜୁନିୟର ରେଡକ୍ରସ୍ ଅଧିକାରୀ ଶ୍ରୀ ଲକ୍ଷ୍ମଣ ସ୍ବାଇଁ  ଏବଂପ୍ରାଥମିକ ସହାୟତା ସଂଜୋଯକ  ଶ୍ରୀ ଗୁଲଶନ କୁମାର ଦାଶ ଏହି କାର୍ଯ୍ୟକ୍ରମକୁ  ସଂଯୋଜନା କରିଥିଲେ। କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭକ୍ତମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ ଭକ୍ତମାନଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା | ଅନ୍ୟ ରେଡକ୍ରସ କର୍ମଚାରୀ ମାନେ  ଏବଂ ବିଭିନ୍ନ କଲେଜ ଯଥା  ବିଜେବି  କଲେଜ, ମହର୍ଷି କଲେଜ ଅଫ୍ ନାଚୁରାଲ ଲ , ରାଜଧାନୀ କଲେଜ, ଏକାମ୍ର କଲେଜ, ରାମଦେବୀ ବିଶ୍ୱବିଦ୍ୟାଳୟ ରୁ ଆସିଥିବା ସ୍ବେଚ୍ଛାସେବୀ ମାନେ  ପ୍ରଭୁ ଶିବଙ୍କ ଆଶୀର୍ବାଦ ପାଇବା ପାଇଁ ଲିଙ୍ଗରାଜ ମନ୍ଦିରକୁ ଆସିଥିବା ହଜାର ହଜାର ଭକ୍ତଙ୍କୁ ବିଭିନ୍ନ ସେବା ପ୍ରଦାନ କରିଥିଲେ।

Leave A Reply