Odisha news

ଲେନିନ୍‌ଙ୍କ ଶବ ଦିନକୁ ଦିନ ସତେଜ

0

ଭ୍ଲାଡିମିର୍‌ ଲେନିନ୍‌ଙ୍କ ନେତୃତ୍ୱରେ ରୁଷ୍‌ ଜାର୍‌ ଶାସନରୁ ମୁକ୍ତ ହୋଇଥିଲା । ସେ ମଧ୍ୟ ୧୯୨୨ରେ ସୋଭିଏତ୍‌ ସଂଘ ସ୍ଥାପନାର ନେତୃତ୍ୱ ନେଇଥିଲେ । ଅଚିରେ ଏହି ଦେଶ ବିଶ୍ୱର ଅନ୍ୟତମ ମହାଶକ୍ତିରେ ପରିଣତ ହେଲା । ୯୬ ବର୍ଷ ପୂର୍ବେ ପ୍ରାଣ ହରାଇଥିବା ଲେନିନ୍‌ଙ୍କ ମରଶରୀର ଏ ପର୍ଯ୍ୟନ୍ତ ରୁଷ୍‌ରେ ସୁରକ୍ଷିତ ଭାବେ ରଖାଯାଇଛି । ଲୋକେ କହୁଛନ୍ତି ଲେନିନ୍‌ଙ୍କ ଶବ ଦିନକୁ ଦିନ ଅଧିକ ତାଜା ଦେଖାଯାଉଛି । ତାଙ୍କ ଶବକୁ ଭଲଭାବେ ରଖିବା ପାଇଁ
ବୈଜ୍ଞାନିକମାନେ କାମ କରୁଛନ୍ତି । ଶବକୁ ଦେଖିଲେ ତାହା ଜୀବିତ ମନେ ହେବ । ମସ୍କୋର ଏକ ଇନ୍‌ଷ୍ଟିଚୁ୍ୟଟ୍‌ ଲେନିନ୍‌ଙ୍କ ଶବକୁ ଫ୍ରେସ୍‌ ରଖିବା ଉପରେ କାମ କରୁଛି । ସମ୍ପୃକ୍ତ ବୈଜ୍ଞାନିକ ଗ୍ରୁପ୍‌ରେ ଆନାଟୋମିଷ୍ଟ (ଶରୀରର ଆଭ୍ୟନ୍ତରୀଣ ସଂରଚନା ବିଶେଷଜ୍ଞ) ଓ ସର୍ଜନଙ୍କ ସହିତ ବାୟୋକେମିଷ୍ଟ ସାମିଲ । ଲେନିନଙ୍କ ଶବକୁ ଉତ୍ତମ ସ୍ଥିତିରେ ରଖିବା ଏମାନଙ୍କ ଦାୟିତ୍ୱ । ବୈଜ୍ଞାନିକମାନେ ସଂରକ୍ଷିତ ଶବର ଫିଜିକାଲ୍‌ ଫର୍ମ, ଏହାର ଲୁକ୍‌, ଆକାର, ଓଜନ, ରଙ୍ଗ ଓ ଫ୍ଲେକ୍ସିବିଲିଟି ଉପରେ ଧ୍ୟାନ ଦେଉଛନ୍ତି । ଏଥିପାଇଁ ସେମାନେ କ୍ୱାସିବାୟୋଲଜିକାଲ ସାଇନ୍ସ ପ୍ରୟୋଗ କରୁଛନ୍ତି । ଏହି ପ୍ରକ୍ରିୟାରେ ଅନେକ ଥର ଶରୀରର କେତେକ ଅଂଶକୁ ପ୍ଲାଷ୍ଟିକ୍‌ ବା ଅନ୍ୟ ପଦାର୍ଥରେ ପରିବର୍ତ୍ତନ କରାଯାଏ ଯାହାଦ୍ୱାରା ପୂର୍ବାପେକ୍ଷା ସତେଜ ଦେଖାଯିବ । ଏଥିପାଇଁ ରୁଷ୍‌ ପ୍ରତିବର୍ଷ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରୁଛି ।

Leave A Reply