Odisha news

ଧନ ଓ ଯଶ ଲାଭକରିବା ପାଇଁ ଏହିପରି କରନ୍ତୁ ଲକ୍ଷ୍ମୀଙ୍କ ପୂଜା

0

ମା ଲକ୍ଷ୍ମୀଙ୍କର ମହିମା ଖୁବ ମହତ୍ୱପୂର୍ଣ୍ଣ ଅଟେ l ମା ଲକ୍ଷ୍ମୀ ହେଉଛନ୍ତି ଧାନର ଦେବୀ l କୁହାଯାଏ ଯେ ସମୁଦ୍ରରୁ ତାଙ୍କର ଜନ୍ମ ତେଣୁ ସେ ସମୁଦ୍ରଙ୍କ କନ୍ୟା ଅଟନ୍ତି l ତାଙ୍କର ପୂଜା କରିବା ଦ୍ୱାରା ଧାନ ପ୍ରାପ୍ତି ହୋଇଥାଏ ଓ ବୈଭବ ମଧ୍ୟ ମିଳିଥାଏ l ଯଦି ଲକ୍ଷ୍ମୀ କ୍ରୋଧିତ ହୋଇ ଯାଆନ୍ତି କୋଟିପତି ମଧ୍ୟ ଦରିଦ୍ର ହୋଇଯାଏ l ମା ଲକ୍ଷ୍ମୀଙ୍କ ପୂଜା ଦ୍ୱାରା କେବଳ ଧନ ପ୍ରାପ୍ତି ହୋଇନଥାଏ ତାସାହିତ ଯଶ ଓ ଖ୍ୟାତି ମଧ୍ୟ ମିଳିଥାଏ l ତାଙ୍କର ଉପାସନା କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ମଧ୍ୟ ଉନ୍ନତ ହୋଇଥାଏ l ଯେତେବି ଧାନର ସମସ୍ୟା ରହିଥାଉ ଯଦି ବିଧିବଦ୍ଧ ଭାବରେ ଲକ୍ଷ୍ମୀଙ୍କ ପୂଜା କରାଯାଏ ତେବେ ମା ସନ୍ତୁଷ୍ଟ ହୋଇଥାନ୍ତି l ମା ଲକ୍ଷ୍ମୀଙ୍କ ପୂଜା କରିବା ପାଇଁ କିଛି ନିୟମ ମାନିବାକୁ ପଡିଥାଏ l

ଲକ୍ଷ୍ମୀଙ୍କ ପୂଜା କରିବା ପାଇଁ କେତୋଟି ନିୟମ –

ଲକ୍ଷ୍ମୀଙ୍କ ପୂଜା କରିବା ପାଇଁ ଆପଣଙ୍କୁ ଧଳା ରଙ୍ଗର ବସ୍ତ୍ର ପରିଧାନ କରିବାକୁ ପଡିବ l ଗୁରୁବାର ଦିନ ପ୍ରାତଃ କାଳରୁ ଗାଧୋଇ ମାଙ୍କର ପୂଜା କରିବା ଉଚିତ l କାରଣ ପ୍ରାତଃ ସମୟ ହିଁ ଉପଯୁକ୍ତ ସମୟ ଅଟେ l ମା ଲକ୍ଷ୍ମୀଙ୍କର ପ୍ରତିକୃତି ଏପରି କିଣନ୍ତୁ ଯେଉଁଥିରେ ମା ପଦ୍ମ ଫୁଲ ଉପରେ ଠିଆ ହେବ ସହିତ ତାଙ୍କ ହାତରୁ ଧନ ବର୍ଷ ହେଉଥିବା l ଲକ୍ଷ୍ମୀଙ୍କର ପ୍ରିୟ ଫୁଲ ହେଲା ପଦ୍ମ ଫୁଲ l ଗୁରୁବାର ଦିନ ସନ୍ଧ୍ୟା ପୂର୍ବରୁ ଥରଟିଏ ହେଉ ପଛେ ଲକ୍ଷ୍ମୀଙ୍କ ନାମ ୧୦୮ ଥର ସ୍ମରଣ କରିବା କିମ୍ବା ଜପ କରିବା ନିହାତି ଆବଶ୍ୟକ l ଗୁରୁବାର ଦିନ ପୂଜା ସମୟରେ ପଦ୍ମଫୁଲ ,ବରକୋଳି ପତ୍ର ,ଦୁବ ,ଚନ୍ଦନ ଓ ସିନ୍ଦୁର ନିହାତି ସଜାଡି ରଖିବା ବଶ୍ୟକ  l

ପ୍ରତେକ ଗୁରୁବାର ଦିନ ମା ଲକ୍ଷ୍ମୀଙ୍କ ଫଟୋର ବାମ ପାର୍ଶ୍ୱରେ ଗୋଟିଏ କଳସ ସ୍ଥାପନ କରନ୍ତୁ l କଳସରେ ମଧ୍ୟ ଚନ୍ଦନ ,ସିନ୍ଦୁର ,ଦୁବ ,ବରକୋଳି ପତ୍ର ଇତ୍ୟାଦି ଦିଅନ୍ତୁ l କଳସ ହେଉଛନ୍ତି ଗଣେଶଙ୍କର ରୂପ l ଗଣେଶଙ୍କ ପୂଜା ବିନା ଲକ୍ଷ୍ମୀଙ୍କର ପୂଜା ଅଧୁରା ଅଟେ l ସେଥିପାଇଁ ବିଶେଷ ଧ୍ୟାନ ଦିଅନ୍ତୁ l ଏହି ଦିନ ଯେମିତି ହେଲେ ବି ଅର୍ଣ୍ଣରେ କିଛି ପ୍ରସ୍ତୁତ ପ୍ରସାଦ ଲକ୍ଷ୍ମୀଙ୍କୁ ସମର୍ପଣ କରନ୍ତୁ l ସେହି ପ୍ରାସାଦକୁ ନିଜେ ମଧ୍ୟ ସେବନ କରନ୍ତୁ ,ତାସାହିତ କିଛି ଭୋକିଲଙ୍କୁ ମଧ୍ୟ ଭୋଜନ କରାନ୍ତୁ l ଅନ୍ୟଙ୍କୁ ଭୋଜନ କରାଇବା ଦ୍ୱାରା ମା ସନ୍ତୁଷ୍ଟ ହୋଇ ଥାନ୍ତି ଓ ଆପଣଙ୍କ ଘରେ ଧନଧାନ୍ୟ  ସର୍ବଦା ପୁରୀ ରହିଥାଏ l ଲକ୍ଷ୍ମୀଙ୍କର କଳସଟିକୁ ସନ୍ଧ୍ୟା ବେଳେ ପ୍ରସାଦ ଲଗାଇ ବିସର୍ଜନ କରନ୍ତୁ l ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କର ଭକ୍ତି ,ସ୍ନେହ ଓ ଶ୍ରଦ୍ଧାରେ ସବୁବେଳେ ରହିଥିବ l

Leave A Reply