Odisha news

ମା ଲକ୍ଷ୍ମୀଙ୍କ ନିକଟରେ କରି ନିଅନ୍ତୁ ଏହି ଗୋଟିଏ ଉପାୟ , ବଦଳିଯିବ ଆପଣଙ୍କ ଭାଗ୍ୟ

0
ଆମ ହିନ୍ଦୁ ଧର୍ମରେ ଶାସ୍ତ୍ର ଅନୁସାରେ ବିଷ୍ଣୁ ହେଉଛନ୍ତି ପାଳନ କର୍ତ୍ତା, ସମସ୍ତ ବ୍ରହ୍ମାଣ୍ଡ ତାଙ୍କରି ଇଙ୍ଗିତରେ ପରିଚାଳିତ ହେଉଛି । ସେହିଭଳି ମାତା ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ ତାଙ୍କ ଇଚ୍ଛାରେ ସମସ୍ତ ଙ୍କ ଗୃହ ଧନ ସଂପତ୍ତି ରେ ପୁରି ଉଠିଥାଏ । ବିଷ୍ଣୁ ଓ ଲକ୍ଷ୍ମୀଙ୍କୁ ମିଳିତ ଭାବରେ ପୂଜା କରିବା ଦ୍ୱାରା ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ମାନ୍ୟତା ରହିଛି ଯେ ଯାହା ଉପରେ ଲକ୍ଷ୍ମୀଙ୍କ କୃପା ରହିଥାଏ ସେ ଧନବନ୍ ହୋଇଯାଏ । ତେଣୁ ମା ଲକ୍ଷ୍ମୀ ଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛିଟା ଉପାୟ କୁ ନିହାତି କରିବା ଉଚିତ୍ ।
– ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରତିଦିନ ପୂଜା କରିବା ସମୟରେ ମା ଙ୍କ ନିକଟରେ ହଳଦିଆ ପୁଷ୍ପ ଅର୍ପଣ କରନ୍ତୁ । ଏହାଦ୍ବାରା ଐଶ୍ୱର୍ଯ୍ୟ ଓ ବୈଭବ ଗୃହକୁ ଆସିଥାଏ ।
– ଯଦି ଆପଣ ପ୍ରତିଦିନ ମା ଲକ୍ଷ୍ମୀ ଙ୍କ ନିକଟରେ ଅଖଣ୍ଡ ଦୀପ ଜଳାଇ ଲକ୍ଷ୍ମୀ ଙ୍କ ସ୍ତବ କରିବେ ତେବେ ଘରର ନକାରାତ୍ମକ ଶକ୍ତି ଦୂରେଇ ଯିବ।
– ପ୍ରତିଦିନ ଦକ୍ଷିଣା ବର୍ତି ସଂଖରେ ଜଳ ଭରି ବିଷ୍ଣୁଙ୍କ ଅଭିଷେକ କରିବା ଦ୍ୱାରା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ ଓ ସଫଳତା ପ୍ରାପ୍ତି ହୋଇଥାଏ ।
– ପ୍ରତିଦିନ ସକାଳୁ ଉଠି ସ୍ନାନ ସାରି ଗୋଟିଏ ତମ୍ବା ଗଡୁ ରେ ଜଳ ନେଇ ସେଥିରେ କିଛି ତୁଳସୀ ପତ୍ର ରଖନ୍ତୁ ଓ ଏହାକୁ ଘରର ସମସ୍ତ ସ୍ଥାନରେ ଛିଞ୍ଚି ଦିଅନ୍ତୁ ଏହାଦ୍ବାରା ଘରକୁ ସମୃଦ୍ଧି ଆସିଥାଏ ।
– ସବୁଦିନ ସକାଳୁ ତୁଳସୀ ଗଛରେ ପାଣି ଦେବା ସମୟରେ ‘ ଓମ୍ ନମଃ ଭଗବତେ ବାସୁଦେବାୟ ‘ ମନ୍ତ୍ର ପାଠ କରନ୍ତୁ । ଏହାଦ୍ବାରା ଆପଣଙ୍କ ପରିବାର ଉପରେ ବିଷ୍ଣୁ ଓ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ ।
– ଘରର ମୁଖ୍ୟ ଦ୍ଵାରରେ ଦୀପ ଜଳାଇଲେ ଏହା ଜୀବନ ର ନକାରାତ୍ମକ ଶକ୍ତି ର ପ୍ରଭାବ କୁ ଦୂରେଇ ଦେଇଥାଏ ।
Leave A Reply