* ଓଜନ ହ୍ରାସ ପାଇଁ ସକାଳ ଜଳଖିଆ ରେ ଲାଉ ରସ ସେବନ କରିବା ନିହାତି ଜରୁରୀ । ଲାଉ ରସ ସେବନ କରିବା ଦ୍ୱାରା ଓଜନ ହ୍ରାସ ହେବା ସହ ହାର୍ଟ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ । ଏହା ଦିନ ସାରା ଶକ୍ତି ଯୋଗାଇବା ସହ ମାଂସପେଶୀ କୁ ଶକ୍ତ କରିଥାଏ ।
* ଲାଉ ରେ କ୍ୟାଲୋରୀ ଓ ଫ୍ୟାଟ୍ ଖୁବ୍ କମ୍ ରହିଥାଏ । ଯେଉଁ କାରଣରୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ସୁସ୍ଥ ରଖିବା ପାଇଁ ପ୍ରତିଦିନ ଲାଉ ଜୁଷ୍ ସେବନ କରିବା ନିହାତି ଜରୁରୀ ।
* ଲାଉ ଜୁସ୍ ହାର୍ଟ ପାଇଁ ଖୁବ୍ ହିତକର । ଏହାକୁ ପିଇବା ଦ୍ଵାରା ବ୍ଲଡ଼ ପ୍ରେସର୍ ରେଗୁଲେଟ୍ ହୋଇଥାଏ । ଯାହାଦ୍ଵାରା ହୃତପିଣ୍ଡ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।
* ଲାଉ ରସରେ ୯୮ପ୍ରତିଶତ ପାଣି ଓ ଆଣ୍ଟି ଆକ୍ସିଡ଼ାଣ୍ଟ ରହିଥାଏ ଯାହାଦ୍ଵାରା ଶରୀରରୁ ବ୍ୟାଡ ଟକ୍ସିନ ବାହାରି ଯାଇଥାଏ ।
* ଯଦି ଆପଣ ପାଚନ ସମ୍ବନ୍ଧୀୟ ସମସ୍ୟା ରେ କଷ୍ଟ ପାଉଛନ୍ତି ତେବେ ପ୍ରେତିଦିନ ଜଳଖିଆ ଖାଇବା ସମୟରେ ଲାଉ ରସ ପିଅନ୍ତି ।
* ଗ୍ରୀଷ୍ମ ଋତୁରେ ପେଟ ଓ ଶରୀରକୁ ଥଣ୍ଡା ରଖିବା ପାଇଁ ନିୟମିତ ଲାଉ ରସ ସେବନ କରନ୍ତୁ ।