Odisha news

ଥାନା ସମ୍ମୁଖରେ ଉଲଗ୍ନ ମହିଳାଙ୍କ ଉନ୍ମତକାଣ୍ଡ

0

ପାଳଲହଡା ( ଖଗେଶ୍ବର ଦାଶ)   ଆଜି ସକାଳ ପ୍ରାୟ ଆଠଟା ବେଳକୁ ପାଳଲହଡା ଟାଉନର ହୃଦୟ କୁହାଯାଉଥିବା ଏବଂ ସମଗ୍ର ସହରଵାସୀଙ୍କୁ ସୁରକ୍ଷା ଯୋଗାଇଦେଵାର ନିର୍ଭର ପ୍ରତିଶ୍ରୁତି ଦେଇଆସୁଥିବା ସ୍ଥାନୀୟ ପୋଲିସ ଷ୍ଟେସନ ସମ୍ମୁଖରେ ଜନୈକା ମହିଳା ହଠାତ ପହଞ୍ଚି ଉଲଗ୍ନ ହୋଇଥାନା ଆଗରାସ୍ତାରେ ଯାଉଥିବା ସମସ୍ତ ଯାନବାହନ କୁ କିଛି ସମୟ ପାଇଁ ଅଟକାଇ ଗାଡି ଉପରକୁ ଟେକାପଥର ମାରୁଥିବାର ଦେଖାଯାଇଥିଲା !

ମହିଳାଙ୍କ ଉନ୍ମତ କାଣ୍ଡକୁ ମନଭରି ଦେଖିବାକୁ ପ୍ରଵଳ ଜନସମାଗମ କୁ ଲଖ୍ୟ କରି ସମ୍ପୃକ୍ତ ମହିଳା ଜଣଙ୍କ ଅଧିକ ଉତ୍ସୃକତା ହୋଇ ଥାନାଭିତରକୁ ପ୍ରଵେଶ କରି ଭିତରେ ଥିବା ପୋଲିସ ଭ୍ୟାନଉପରକୁ ବାଡେଇବା ସହିତ ପାଟିତୁଣ୍ଡ କରି ଶେଷରେ ଥାନାଭିତରକୁ ଧସେଇ ପଶିବାକୁ ଚେଷ୍ଟା କରୁଥିବା ଵେଳେ ଉପସ୍ଥିତ ପୋଲିସ କାର୍ଯ୍ୟାଳୟର ଫାଟକକୁ ବନ୍ଦ କରିଦେଇଥିଲେ !

ଶେଷରେ ଥାନା ପରିସରରେ ଥିବା ପତାକା ଖୁଣତଳେ ବସି ଇଆଡୁସିଆଡୁ ପାଟିତୁଣ୍ଡ କରୁଥିବାର ଦେଖାଯାଇଥିଲା ! ଏହିଘଟଣା ଦୀର୍ଘ ଏକଘଣ୍ଟା କାଳ ଚାଲିଥିବା ବେଳେ ଉପସ୍ଥିତ ଜନତାଙ୍କୁ ହସର ଖୋରାକ ଯୋଗାଇଥିବାବେଳେ କିନ୍ତୁ କୌଣସି ପୋଲିସ କର୍ମଚାରୀ ଆସି ସମ୍ପୃକ୍ତ ମହିଳାଙ୍କୁ ବାରଣ କରୁନଥିବା ର ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ଵିତ କରିଦେଇଥିଲା! ସମ୍ପୃକ୍ତ ମହିଳା ଜଣଙ୍କ ଜଣେ ମାନସିକ ବିକୃତ ଓ ସେ ଢେଙ୍କାନାଳ ଜିଲ୍ଲାର ଏବଂ ତାର ସମ୍ପର୍କୀୟ ଲୋକ ଖମାର ରେ ଅଛନ୍ତି ଵୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି

Leave A Reply