ଭେଣ୍ଡି ପ୍ରାୟତଃ ସମସ୍ତ ଭରତୀୟଙ୍କର ପ୍ରିୟ ପରିବା ଅଟେ l ଏହା ଗୋଟିଏ ସ୍ୱାସ୍ଥ୍ୟକର ପରିବା ହୋଇଥିବା କାରଣରୁ ଆୟୁର୍ବେଦରେ ଅଧିକାଂଶ ରୋଗର ଚିକିତ୍ସା ଭେଣ୍ଡିରୁ କରାଯାଇ ଥାଏ l ତେଣୁ ଗବେଷକଙ୍କ ମତରେ ଭେଣ୍ଡି ସିଧାସଳଖ ଖାଇବା ଅପେକ୍ଷା ଭେଣ୍ଡିର ପାଣି ଶରୀର ପାଇଁ ଖୁବ ହିତକର ଅଟେ l
ଭେଣ୍ଡିରେ ଥିବା ପୋଷାକ ତତ୍ୱ –
ଆୟୁର୍ବେଦ ଅନୁସାରେ ଭେଣ୍ଡିରେ ଭିଟାମିନ ସି, ମଗ୍ନେଶୀୟମ, ଫୋଲେଟ, ଫାଇବର, ପ୍ରୋଟିନ, କାର୍ବୋହାଇଡ୍ରେଟ ରହିଛି l
କିପରି ପ୍ରସ୍ତୁତ କରିବେ ଭେଣ୍ଡି ପାଣି –
୪ରୁ ୬ଟି ଭେଣ୍ଡି ନେଇ ତାହାକୁ ମଝିରୁ କାଟି ନିଅନ୍ତୁ l ରାତିରେ ଏହାକୁ ଗୋଟିଏ ଗ୍ଲାସ ପାଣିରେ ଭର୍ତ୍ତିକରି ରଖନ୍ତୁ l ସକାଳୁ ଗ୍ଲାସ ରୁ ଭେଣ୍ଡି ଗୁଡିକୁ ବାହାର କରି ଚିପୁଡ଼ି ଫିଙ୍ଗି ଦିଅନ୍ତୁ ଓ ସେଥିରେ ଆଉ ଗୋଟିଏ ଗ୍ଲାସ ପାଣି ପୁରାଇ ଦିଅନ୍ତୁ l ଏହାପରେ ପ୍ରତିଦିନ ଖାଲି ପେଟରେ ସେବନ କରନ୍ତୁ l
ଭେଣ୍ଡି ପାଣି ପିଇବାର ଲାଭ –
– ଆୟୁର୍ବେଦ ଅନୁସାରେ ଭେଣ୍ଡିପାଣି ହୃତ୍ପିଣ୍ଡ ପାଇଁ ଖୁବ ହିତକର l ଏଥିରେ ଥିବା ପୌଷ୍ଟିକ ତତ୍ୱ କୋଲେଷ୍ଟ୍ରଲ କୁ କମାଇ ଥାଏ l ଏହାଛଡା ଏଥିରେ ଥିବା ତତ୍ୱ ରକ୍ତରେ କୋଲେଷ୍ଟ୍ରଲ କୁ ନିୟନ୍ତ୍ରିତ କରିଥାଏ ଯାହା ଦ୍ୱାରା ହୃଦଘାତ ସମସ୍ୟା ଦେଖା ଯାଇ ନଥାଏ l
– ଭେଣ୍ଡିରେ ଥିବା ୟୁଗେନଲ ମଧୁମେହ ପାଇଁ ଖୁବ ହିତକର l ଏହା ଶରୀରରେ ଶର୍କରା ସ୍ତରକୁ ନିୟନ୍ତ୍ରିତ କରିଥାଏ l ଯାହାଦ୍ୱାରା ମଧୁମେହ ବିପଦ ଦୁରେଇ ଯାଇଥାଏ l
– ଭେଣ୍ଡି ପାଣିରେ ଥିବା ଆଇରନ ରକ୍ତରେ ହିମୋଗ୍ଲୋବିନ କୁ ନିର୍ମାଣ କରିବାରେ ସାହାଯ୍ୟ କରିଥାଏ l ଏହାଛଡା ଭିଟାମିନ କେ ରକ୍ତସ୍ରାବ କୁ ନିୟନ୍ତ୍ରିତ କରିଥାଏ l
– ଭେଣ୍ଡି ଫାଇବର ରେ ଭରପୁର ଅଟେ l ଏଥିରେ ଥିବା ନାଳୁଆ ଅଂଶ ପେଟ ପାଇଁ ଖୁବ ହିତକର l ଏହାକୁ ନିୟମିତ ସେବନ କରିବା ଦ୍ୱାରା ଗ୍ୟାସ, ଏସିଡ଼ିଟି, ଅଲସର ଓ କୋଷ୍ଠ କାଠିନ୍ୟ ପାଇଁ ଖୁବ ହିତକର l
– ଭେଣ୍ଡିରେ ଥିବା ନାଳୁଆ ଅଂଶ ପୁରୁଷ ମାନଙ୍କ ବୀର୍ଯ୍ୟକୁ ବଢ଼ାଇ ଥାଏ l ବୀର୍ଯ୍ୟକୁ ପତଳା ହେବାରୁ ଅଟକାଇ ଥାଏ l ଏଥିପାଇଁ ଏହା ଯୌନ ଦୁର୍ବଳତା ଓ ଶୀଘ୍ର ପତନ ଠାରୁ ଦୁରେଇ ରଖିଥାଏ l
– ଭେଣ୍ଡିରେ ଥିବା ନାଳୁଆ ଅଂଶ ହାଡ଼କୁ ଶକ୍ତ କରିଥାଏ l ଏହା ହାଡ ସମ୍ବନ୍ଧୀୟ ବିଭିନ୍ନ ରୋଗକୁ ଠିକ କରିବାରେ ସାହାଯ୍ୟ କରିଥାଏ l
– ଭେଣ୍ଡି ଭିଟାମିନ ଏ , ବିଟା କେରେଟିନ ଓ ଆଣ୍ଟିଅକ୍ସିଡାଣ୍ଟ ଭରପୁର ହୋଇଥାଏ l ଯାହା ଫ୍ରି ରେଡ଼ିକୁଲସ କୁ ସମାପ୍ତ କରିବାରେ ସାହାଯ୍ୟ କରିଥାଏ l ଏହାଛଡା ମୋତିଆବିନ୍ଦୁ ଠାରୁ ଦୁରେଇ ରଖିଥାଏ l