ତାଜମହଲ ପରେ କୁତବ ମିନାରକୁ ନେଇ ତେଜିଲା ବିବାଦ : ହିନ୍ଦୁ ସଂଗଠନ ପକ୍ଷରୁ ହନୁମାନ ଚାଳିଶା ପାଠ, ମିନାର ର ନାମ ବିଷ୍ନୁ ସ୍ତମ୍ଭ ରଖିବା ପାଇଁ ଦାବି
ନୂଆଦିଲ୍ଲୀ : ଭାରତର ରାଜଧାନୀ ଦିଲ୍ଲୀ ରେ କୁତବ ମିନାର ପରିସର ରେ ହିନ୍ଦୁ ସଂଗଠନ ମାନେ ହନୁମାନ ଚାଳିଶା ପାଠ କରି ଏହାର ନାମ ବିଷ୍ନୁ ସ୍ତମ୍ଭ ରଖିବା ପାଇଁ ଦାବି କରିଛନ୍ତି l ୟୁନାଇଟେଡ଼ ହିନ୍ଦୁ ଫ୍ରଣ୍ଟ ର ଦାବି ଅନୁସାରେ ଜୈନ ଓ ହିନ୍ଦୁ ମନ୍ଦିର କୁ ଭଙ୍ଗାଯାଇ କୁତବ ମିନାର ତିଆରି କରାଯାଇ ଥିଲା l ପୋଲିସ୍ ପକ୍ଷରୁ ସଂଗଠନ ର କିଛି ବ୍ୟକ୍ତି ଙ୍କୁ ଗିରଫ କରାଯାଇଛି । ଏହି ପ୍ରଦର୍ଶନ ସେହି ସମୟରେ ହୋଇଥିଲା ଯେତେବେଳେ ତାଜମହଲ କୁ ତେଯୋ ମହାଳୟ କହି ତାର ୨୨ଟି କୋଠାରୀ କୁ ଖୋଲି ଯାଞ୍ଚ କରିବା ପାଇଁ ଦାବିକୁ ନେଇ ଇଲହାବାଦ୍ ହାଇ କୋର୍ଟ ର ଲକ୍ଷ୍ନୌ ବେଞ୍ଚ ରେ ଯାଚିକା ଦାଖଲ କରାଯାଇଛି ।
ୟୁନାଇଟେଡ଼ ହିନ୍ଦୁ ଫ୍ରଣ୍ଟ ର ଅନ୍ତରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଭଗବାନ୍ ଗୋୟଲ୍ ଦାବି କରିଛନ୍ତି ଯେ “କୁତବ୍ ମିନାର କୁ ୨୭ ଟି ଜୈନ ଓ ହିନ୍ଦୁ ମନ୍ଦିର କୁ ଭାଙ୍ଗି ତିଆରି କରାଯାଇ ଥିଲା । ପରିସର ମଧ୍ୟରେ ଥିବା ହିନ୍ଦୁ ଦେବଦେବୀ ଙ୍କ ମୂର୍ତ୍ତି ଗୁଡ଼ିକର ଉଦ୍ଧାର କରି ପୂଜାପାଠ କରାଯିବା ଆବଶ୍ୟକ ।”
ବିଶ୍ଵ ହିନ୍ଦୁ ପରିସରର ପ୍ରବକ୍ତା ବିନୋଦ ବଂଶଲ୍ କହିଛନ୍ତି ଗତ ମାସରେ କହିଥିଲେ ‘ କୁତଵ୍ ମିନାର ଅସଲ ଭାବରେ ବିଷ୍ଣୁ ସ୍ତମ୍ଭ ଅଟେ । କୁତବ ମିନାର କୁ ୨୭ ଟି ଜୈନ ମନ୍ଦିର ଓ ହିନ୍ଦୁ ମନ୍ଦିର କୁ ଭାଙ୍ଗି ନିର୍ମାଣ କରାଯାଇ ଥିଲା । ସେ କହିଥିଲେ ଯେଉଁ ମନ୍ଦିର ଗୁଡ଼ିକୁ ଭଙ୍ଗା ଯାଇଥିଲା ତାର ପୁନର୍ଣିମାଣ ହେବା ଆବଶ୍ୟକ । ‘