Odisha news

କୁମ୍ଭମେଳା ଯାତ୍ରୀଙ୍କ ପାଇଁ ମାର୍ଗଦର୍ଶିକା

ଭୁବନେଶ୍ୱର ତା-୧୦.୦୨.୨୦୨୧ : ଉତ୍ତରାଖଣ୍ଡ ରାଜ୍ୟର ହରିଦ୍ୱାରଠାରେ ଚଳିତ ବର୍ଷ ଆପାତତଃ ଫେବୃୟାରୀ ୨୭ରୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇଛି । ସାଂପ୍ରତିକ କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ମେଳାକୁ ଆସିବାକୁ ଥିବା ସମସ୍ତ ରାଜ୍ୟର ଯାତ୍ରୀମାନଙ୍କ ନିମନ୍ତେ ମାର୍ଗ ଦର୍ଶିକା ଜାରି କରାଯାଇଛି । କୁମ୍ଭମେଳାରେ ପ୍ରତିଦିନ ପ୍ରାୟ ୧୦ ଲକ୍ଷ ଲୋକଙ୍କ ସମାଗମ ହେବାକୁ ଥିବା ବେଳେ ଏହି ସମୟରେ ପଡୁଥିବା ବିଭିନ୍ନ ପବିତ୍ର ତିଥି ଯଥା ଫେବୃୟାରୀ ୨୭ ତାରିଖରେ ମାଘ ପୂର୍ଣ୍ଣିମା, ମାର୍ଚ୍ଚ ୧୧ରେ ମହା ଶିବରାତ୍ରୀ, ଏପ୍ରିଲ ୧୨ରେ ସୋମବତୀ ଅମାବାସ୍ୟା, ଏପ୍ରିଲ ୧୪ରେ ବୈ÷ଶାଖୀ ପର୍ବ, ଏପ୍ରିଲ ୨୧ରେ ରାମ ନବମୀ ଓ ଏପ୍ରିଲ ୨୭ରେ ଚୈ÷ତ୍ର ପୂର୍ଣ୍ଣିମାରେ ଏଠାରେ ପାଖାପାଖି ୫୦ ଲକ୍ଷ ଲୋକଙ୍କ ସମାଗମ ହେବାର ଆଶା କରାଯାଉଛି । ଏହି ଦିନ ମାନଙ୍କରେ ହରିଦ୍ୱାରର ‘ହର କି ପୋ÷÷ଡି ଘାଟ’ ଏବଂ ହରିଦ୍ୱାରଠାରେ ଲକ୍ଷ ଲକ୍ଷ ଭକ୍ତ ପବିତ୍ର ସ୍ନାନ କରିଥା’ନ୍ତି ।
ଏ ସଂପର୍କରେ ଭାରତ ସରକାରଙ୍କ ମାର୍ଗଦର୍ଶିକାଙ୍କୁ ଆଧାର କରି ଉତ୍ତରାଖଣ୍ଡ ରାଜ୍ୟ ସରକାର, ଓଡିଶା ରାଜ୍ୟ ସରକାରଙ୍କୁ ଦେଇଥିବା ପତ୍ରରେ ସବିଶେଷ ଗାଇଡ୍ଲାଇନ୍ ଉଲ୍ଲେଖ କରିଛନ୍ତି । ମାର୍ଗ ଦର୍ଶିକା ଅନୁସାରେ କୁମ୍ଭମେଳାରେ ୬୫ ବର୍ଷରୁ ଊଦ୍ଧ୍ୱର୍ , ୧୦ ବର୍ଷରୁ କମ୍ ପିଲା, ମଧୁମେୟ, ଉଚ୍ଚ ରକ୍ତଚାପ, ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ରହିଥିବା ବ୍ୟକ୍ତି ଏବଂ ଗର୍ଭବତୀ ମହିଳାମାନଙ୍କୁ କୁମ୍ଭମେଳା ଦର୍ଶନ ପାଇଁ ନ ଯିବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ଦର୍ଶନାର୍ଥୀ ବା ତୀର୍ଥଯାତ୍ରୀମାନେ ନିର୍ଦ୍ଦିଷ୍ଟ ଫର୍ମାଟ୍ରେ ନିଜ ନିଜର ସ୍ୱାସ୍ଥ୍ୟ ପ୍ରମାଣପତ୍ର ପ୍ରଦାନ କରିବା ବାଧ୍ୟତା ମୂଳକ କରାଯାଇଛି । ସେମାନେ କୁମ୍ଭମେଳାରେ ପ୍ରବେଶ ସମୟରେ ୭୨ ଘଣ୍ଟା ମଧ୍ୟରେ କୋଭିଡ୍-୧୯ ନେଗେଟିଭ୍ ରହିଥିବା ଆର୍-ଟି-ପିସିଆର ପରୀକ୍ଷା ରିପୋର୍ଟ ନିର୍ଦ୍ଧାରିତ ଫର୍ମାଟରେ ଦାଖଲ କରିବେ । କୁମ୍ଭମେଳାକୁ ଆସିବା ପୂର୍ବରୁ ସେମାନେ ଉତରାଖଣ୍ଡ ସରକାରଙ୍କ ପୋର୍ଟାଲରେ ନାମ ପଂଜୀକରଣ କରାଇବା ବାଧ୍ୟତାମୂଳକ ହେବ ଓ ସବୁ ସମୟରେ ସେମାନେ ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରିବେ । ସେମାନେ ଯାତ୍ରା ପୂର୍ବରୁ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଦ୍ୱାରା କୋଭିଡ୍ ମାର୍ଗଦର୍ଶିକା ଅନୁପାଳନ ସମ୍ପର୍କରେ ଅବଗତ ଥିବେ । କୁମ୍ଭମେଳାରୁ ନିଜ ରାଜ୍ୟକୁ ଫେରିବା ପରେ ସେମାନେ ପୁନଶ୍ଚ କୋଭିଡ୍ ପରୀକ୍ଷା କରାଇବେ ବା ରାଜ୍ୟ ସରକାରଙ୍କ ସକ୍ରିୟ ତଦାରଖ ବ୍ୟବସ୍ଥାର ସମ୍ମୁଖୀନ ହେବାରେ ସହଯୋଗ କରିବେ ।
ଏ ସଂପର୍କରେ ଉଲ୍ଲେଖ ପତ୍ରରେ ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଏ ପର୍ଯ୍ୟନ୍ତ କୋଭିଡ୍-୧୯ ଭଳି ଅସାଧାରଣ ମହାମାରୀକୁ ଆମେ ସାମନା କରିବା ଓ ରୋକିବାରେ ସମସ୍ତେ ସାମଗ୍ରିକ ଉଦ୍ୟମ କରିଆସୁଛୁ ଓ ଆମର ଏହି ମୁକାବିଲାକୁ ବିଶ୍ୱ ସମୁଦାୟ ସ୍ୱୀକୃତି ଦେଇଛି । ତେଣୁ କୁମ୍ଭମେଳାକୁ ଆସୁଥିବା ଦର୍ଶନାର୍ଥୀ କୋଭିଡ୍ କଟକଣା ଅବଲମ୍ବନ କଲେ ଆମେ ଏହି ମହାମାରୀ ସଂକ୍ରମଣରୁ ରକ୍ଷା ପାଇବା ବୋଲି ମାର୍ଗଦର୍ଶିକାରେ କୁହାଯାଇଛି ।
ପଠାଣି ରାଉତ ସୂଚନା ଅଧିକାରୀ

Comments are closed.