Odisha news

ମହାକୁମ୍ଭରେ ଅଘଟଣା : ଭୀଷଣ ନିଆଁରେ ଜଳିଗଲା କାଠରେ ତିଆରି ହୋଇଥିବା ଘର

0

ପ୍ରୟାଗରାଜ : ପ୍ରୟାଗରାଜଠାରେ ଚାଲିଥିବା ମହାକୁମ୍ଭ ମେଳା ଅଞ୍ଚଳରେ ନିଆଁ ଲାଗିଥିବା ଖବର ମିଳିଛି । ଏହି ନିଆଁ ଏତେ ଭୀଷଣ ଥିଲା ଯେ ଦୂରରୁ ନିଆଁ ଦୃଶ୍ୟମାନ ହେଉଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।  ଏହି ଅଗ୍ନିକାଣ୍ଡ ଯୋଗୁଁ କୁମ୍ଭ ଆଖପାଖରେ ଥିବା ତମ୍ବୁ ମଧ୍ୟ କ୍ଷତିଗ୍ରସ୍ତ ହେବା ସହ ଟେଣ୍ଟରେ ରଖାଯାଇଥିବା ସିଲିଣ୍ଡର ଗୁଡ଼ିକ କ୍ରମାଗତ ଭାବେ ବିସ୍ଫୋରଣ ହେଉଛି। ସୂଚନା ଅନୁସାରେ ୨୦ରୁ ୨୫ଟି ତମ୍ବୁ ଜଳିଯାଇଛି । ଆଖଡ଼ାଗୁଡ଼ିକର ନିକଟ ରାସ୍ତାରେ ଥିବା ଲୁହା ପୋଲ ତଳେ ଏହି ଅଗ୍ନିକାଣ୍ଡ ଘଟିଛି। ରିଲିଫ ଉଦ୍ଧାର ପାଇଁ ପ୍ରଶାସନ ତରଫରୁ କାମକୁ ତ୍ୱରାନ୍ୱିତ କରାଯିବା ସହ ସେଠାରେ ଯେପରି କେହି ଫସି ନ ରହିବେ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି ।

ସର୍ବଶେଷ ସୂଚନା ଅନୁସାରେ ମହାକୁମ୍ଭରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣ କରାଯାଇଛି ।  ଅଗ୍ନିଶମ ବାହିନୀର ଅଧା ଡଜନ ଗାଡ଼ି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଥିଲେ । ସେକ୍ଟର ୧୯ ଓ ସେକ୍ଟର ୫ ସୀମାରେ ଥିବା ପୁରୁଣା ଜିଟି ରୋଡ୍ ଛକ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଛି। ବିବେକାନନ୍ଦ ଶିବିରରେ ପ୍ରଥମେ ନିଆଁ ଲାଗିଥିଲା। ତେବେ ଏହି ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ ।

IEC 2 years
Leave A Reply